ରୋହିତ-ଗମ୍ଭୀରଙ୍କ ପାଇଁ ଅବସର ନେଲେ ଅଶ୍ୱିନ୍! ପାକିସ୍ତାନ ପୂର୍ବତନ କ୍ରିକେଟରଙ୍କ ବଡ଼ ଦାବି
ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ ଅଶ୍ୱିନ୍ଙ୍କ ଅବସରକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ବିଶ୍ୱାସ କରନ୍ତି ଯେ ଯଦି ବିରାଟ କୋହଲି ଅଧିନାୟକ ହୋଇଥାନ୍ତେ, ତେବେ ବୋଧହୁଏ ଅଶ୍ୱିନ୍ଙ୍କୁ ଅବସର ନେବାକୁ ଅନୁମତି ଦେଇ ନ ଥାନ୍ତେ। ପ୍ରକାଶ ଥାଉକି, ରବି ଅଶ୍ୱିନଙ୍କ ଅବସର ପାଇଁ ବାସିତ ଅଲି ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ […] The post ରୋହିତ-ଗମ୍ଭୀରଙ୍କ ପାଇଁ ଅବସର ନେଲେ ଅଶ୍ୱିନ୍! ପାକିସ୍ତାନ ପୂର୍ବତନ କ୍ରିକେଟରଙ୍କ ବଡ଼ ଦାବି appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ ଅଶ୍ୱିନ୍ଙ୍କ ଅବସରକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ବିଶ୍ୱାସ କରନ୍ତି ଯେ ଯଦି ବିରାଟ କୋହଲି ଅଧିନାୟକ ହୋଇଥାନ୍ତେ, ତେବେ ବୋଧହୁଏ ଅଶ୍ୱିନ୍ଙ୍କୁ ଅବସର ନେବାକୁ ଅନୁମତି ଦେଇ ନ ଥାନ୍ତେ। ପ୍ରକାଶ ଥାଉକି, ରବି ଅଶ୍ୱିନଙ୍କ ଅବସର ପାଇଁ ବାସିତ ଅଲି ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଦାୟୀ କରିନାହାଁନ୍ତି, କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ମଧ୍ୟଭାଗରେ ଅଶ୍ୱିନ୍ଙ୍କ ଅବସର ଗ୍ରହଣ କରିବା ଠିକ ନିଷ୍ପତ୍ତି ନୁହେଁ।
ବାସିତ ଅଲି କହିଛନ୍ତି, ରବି ଅଶ୍ୱିନ୍ ଅବସର ନେବା ପରେ ସିଧା ଘରକୁ ଯାଇଥିଲେ। ଯଦି ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀର ଚାହାଁନ୍ତି, ତେବେ ସେମାନେ ରବି ଅଶ୍ୱିନଙ୍କୁ ଘରକୁ ଯିବାକୁ ଅଟକାଇଥାନ୍ତେ, କିନ୍ତୁ ସେମାନେ ତାହା କରିନଥିଲେ। ଏହା ଦର୍ଶାଏ ଯେ ସବୁକିଛି ଠିକ ନୁହେଁ । ଯଦି ବିରାଟ କୋହଲି ଅଧିନାୟକ ହୋଇଥାନ୍ତେ ତେବେ ସେ ନିଶ୍ଚିତ ଭାବରେ ରବି ଅଶ୍ୱିନଙ୍କୁ ଅବସର ନେବାକୁ ଅଟକାଇଥାନ୍ତେ। ସେ ରବି ଅଶ୍ୱିନ୍ଙ୍କୁ ଅବସର ନେବାକୁ ଦେଇନଥାନ୍ତେ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ରବି ଶାସ୍ତ୍ରୀ ଏବଂ ରାହୁଲ ଦ୍ରାବିଡ ମଧ୍ୟ କୋଚ ଥାଆନ୍ତେ, ତେବେ ରବି ଅଶ୍ୱିନ୍ଙ୍କୁ ଅବସର ନେବାକୁ ଅନୁମତି ଦେଇ ନ ଥାନ୍ତେ।
The post ରୋହିତ-ଗମ୍ଭୀରଙ୍କ ପାଇଁ ଅବସର ନେଲେ ଅଶ୍ୱିନ୍! ପାକିସ୍ତାନ ପୂର୍ବତନ କ୍ରିକେଟରଙ୍କ ବଡ଼ ଦାବି appeared first on Dharitri Odia News.