ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିପାରନ୍ତି ୨୦୨୭ ବିଶ୍ୱକପ, ଗମ୍ଭୀର ଦେଲେ ସଂକେତ

ଭାରତୀୟ ଟିମର ମୁଖ୍ୟ କୋଚ ହେବା ପରେ ଗୌତମ ଗମ୍ଭୀର ପ୍ରଥମ ଥର ପ୍ରେସ କନଫରନ୍ସେ କରିଛନ୍ତି । ମୁମ୍ବାଇରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀରଙ୍କ ସହିତ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ରହିଥିଲେ । ଗମ୍ଭୀର କହିଛନ୍ତି କି, ବିରାଟ କୋହଲି ଏବଂ ରୋହିତ ଶର୍ମା ଯଦି ଇଚ୍ଛା କରନ୍ତି, ତେବେ ଦୁହେଁ ୨୦୨୭ ବିଶ୍ୱକପ ଖେଳିପାରିବେ । ସେ ଆହୁରି କହିଛନ୍ତି, ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁହେଁ ଆହୁରି […] The post ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିପାରନ୍ତି ୨୦୨୭ ବିଶ୍ୱକପ, ଗମ୍ଭୀର ଦେଲେ ସଂକେତ appeared first on KNews Odisha.

ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିପାରନ୍ତି ୨୦୨୭ ବିଶ୍ୱକପ, ଗମ୍ଭୀର ଦେଲେ ସଂକେତ
agarkar

ଭାରତୀୟ ଟିମର ମୁଖ୍ୟ କୋଚ ହେବା ପରେ ଗୌତମ ଗମ୍ଭୀର ପ୍ରଥମ ଥର ପ୍ରେସ କନଫରନ୍ସେ କରିଛନ୍ତି । ମୁମ୍ବାଇରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀରଙ୍କ ସହିତ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ରହିଥିଲେ । ଗମ୍ଭୀର କହିଛନ୍ତି କି, ବିରାଟ କୋହଲି ଏବଂ ରୋହିତ ଶର୍ମା ଯଦି ଇଚ୍ଛା କରନ୍ତି, ତେବେ ଦୁହେଁ ୨୦୨୭ ବିଶ୍ୱକପ ଖେଳିପାରିବେ ।

ସେ ଆହୁରି କହିଛନ୍ତି, ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁହେଁ ଆହୁରି ଅନେକ କ୍ରିକେଟ ଖେଳିବାକୁ ବାକି ରହିଛି । ସେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଖେଳାଳି । ବିରାଟ କୋହଲି ଏବଂ ରୋହିତ ଶର୍ମା ଟି୨୦ ବିଶ୍ୱକପ ହେଉ ଅବା ଦିନିକିଆ ବିଶ୍ୱକପ ସବୁଥିରେ ଭଲ ଖେଳନ୍ତି । ମୁଁ ଭାବୁଛି କି, ଦୁହେଁ ଆହରି ଅନେକ କ୍ରିକେଟ ଖେଳିପାରିବେ । ଟାମ୍ପିଅନ୍ସ ଟ୍ରଫି ୨୦୨୫ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦୁହେଁ ଅପେକ୍ଷା କରି ରହିଛନ୍ତି । ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ନିଜର ଫିଟନେସ ରଖିପାରିବେ । ଆଉ ଯଦି ସେମାନେ ଇଚ୍ଛା କରିବେ ୨୦୨୭ ବିଶ୍ୱକପ ଖେଳିପାରିବେ ।

ଏହା ବହୁତ ବ୍ୟକ୍ତିଗତ ନିର୍ଣ୍ଣୟ ହେବ । ମୁଁ କହିପାରିବି ନାହିଁ କି, ସେମାନେ କେତେ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି । ଏହା ତାଙ୍କ ଉପରେ ନିର୍ଭର କରେ । ଟିମରେ ସଫଳତାରେ କେତେ ଯୋଗଦାନ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ । କିନ୍ତୁ ଯାହା ବିରାଟ ଏବଂ ରୋହିତ କରିପାରିବେ, ତାହା କ୍ରିକେଟରେ ଆଉ କେହି କରିପାରିବେ ନାହିଁ ।

ସେହିପରି ହାର୍ଦ୍ଦିକଙ୍କୁ ନେଇ ଉତ୍ତର ଦେଇଥିଲେ ଗମ୍ଭୀର , ସେ କହିଥିଲେ ସୂର୍ଯ୍ୟକୁମାର ଯାଦବ ଜଣେ ଭଲ ଖେଳାଳି । ଟି୨୦ ଫର୍ମାଟରେ ସେ ଜଣେ ଶ୍ରେଷ୍ଠ ବ୍ୟାଟର । ସବୁ ମ୍ୟାଚ ଖେଳିପାରୁଥିବା ଭଳି ଅଧିନାୟକ ଦରକାର । ଏଥିପାଇଁ ସୂର୍ଯ୍ୟକୁମାର ହିଁ ଫିଟ ଓ ସେ ଜଣେ ଅସାଧାରଣ ଖେଳାଳି ଅଟନ୍ତି । ତାଙ୍କର କୌଶଳ, ରଣନୀତି ଓ ଫିଟନେସ ଅଦ୍ଭୂତ ଅଟେ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି ।

ଅଜିତ ଅଗରକର କହିଥିଲେ, ହାର୍ଦ୍ଦିକଙ୍କ ପାଇଁ ତାଙ୍କ ଫିଟନେସ ବଡ ସମସ୍ୟା । ଯାହା କିଛିଦିନରୁ ଦେଖିବାକୁ ମିଳିଛି । ହାର୍ଦ୍ଦିକଙ୍କ ଫିଟନେସ ବହୁତ ଖରାପ ରହିଛି । ଅଧିକାଂଶ ଆବଶ୍ୟକତା ଥିବା ସମୟରେ ଫିଟନେସ ଯୋଗୁଁ ସେ ଖେଳିପାରିନାହାନ୍ତି । ଏହାଛଡା ଅଧିନାୟକ ଘୋଷଣା କରିବା ପୂର୍ବରୁ ଡ୍ରେସିଂ ରୁମରେ ଖେଳାଳିଙ୍କ ଫିଡବ୍ୟାକ୍‌ ମଧ୍ୟ ନିଆଯାଏ ।

The post ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିପାରନ୍ତି ୨୦୨୭ ବିଶ୍ୱକପ, ଗମ୍ଭୀର ଦେଲେ ସଂକେତ appeared first on KNews Odisha.