ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା
ନୂଆଦିଲ୍ଲୀ,୬।୭: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି ଯେ ଯଦି ଭାରତ ବିଶ୍ୱକପ ଜିତି ନ ଥାନ୍ତା, ତେବେ ‘ହିଟମ୍ୟାନ’ କ୍ରିକେଟର ସର୍ଟ ଫର୍ମାଟରୁ ଅବସର ନେଇଥାନ୍ତେ କି? ବର୍ତ୍ତମାନ ରୋହିତ ଶର୍ମାଙ୍କ ମା’ ପୂର୍ଣ୍ଣିମା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ଜିତୁ କିମ୍ବା ହାରୁ, ରୋହିତ […] The post ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା appeared first on Dharitri Odia News.
ନୂଆଦିଲ୍ଲୀ,୬।୭: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି ଯେ ଯଦି ଭାରତ ବିଶ୍ୱକପ ଜିତି ନ ଥାନ୍ତା, ତେବେ ‘ହିଟମ୍ୟାନ’ କ୍ରିକେଟର ସର୍ଟ ଫର୍ମାଟରୁ ଅବସର ନେଇଥାନ୍ତେ କି? ବର୍ତ୍ତମାନ ରୋହିତ ଶର୍ମାଙ୍କ ମା’ ପୂର୍ଣ୍ଣିମା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ଜିତୁ କିମ୍ବା ହାରୁ, ରୋହିତ ଅବସର ନେଇଥାନ୍ତେ। ରୋହିତଙ୍କ ମା’ ମଧ୍ୟ ବିଜୟ ପରେଡ ଦେଖିବା ପାଇଁ ୱାଙ୍ଖେଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ଯେଉଁଠାରେ ’ହିଟମ୍ୟାନ’ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ।
ରୋହିତଙ୍କ ମା କହିଛନ୍ତି, ମୁଁ କେବେ ଭାବି ନ ଥିଲି ଯେ ମୁଁ ଆଜିର ଦିନ ଦେଖିବି। ବିଶ୍ୱକପ ଟୁର୍ନାମେଣ୍ଟକୁ ଯିବା ପୂର୍ବରୁ ରୋହିତ ଆମକୁ ଭେଟିଥିଲେ ଏବଂ କହିଥିଲେ ଯେ ସେ ଏହା ପରେ ଟି-୨୦ କ୍ରିକେଟ ଛାଡ଼ିବାକୁ ଚାହୁଁଛନ୍ତି।
ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି, ତଥାପି ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଖେଳାଯିବ। ଯଦିଓ ଟିମ ଇଣ୍ଡିଆ ବର୍ତ୍ତମାନ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଜିମ୍ବାୱେ ଗସ୍ତରେ ଯାଇଛି, କିନ୍ତୁ ଏହା ପରେ ଜୁଲାଇ ଶେଷ ସୁଦ୍ଧା ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ। ଏଠାରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳିବାକୁ ପଡିବ। ଏହି ଦିନିକିଆ ସିରିଜରେ କୋହଲି ଏବଂ ରୋହିତଙ୍କୁ ପୁଣି ଖେଳୁଥିବା ଦେଖିବାକୁ ମିଳିବ।
The post ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା appeared first on Dharitri Odia News.