ରୋହିତଙ୍କ ବିଧ୍ବଂସୀ ଇନିଂସରେ ଭାଙ୍ଗିଲା ରେକର୍ଡ ପରେ ରେକର୍ଡ; ଅଷ୍ଟ୍ରେଲିଆ ସେମି ଫାଇନାଲରୁ ବିଦା
ମୁମ୍ବାଇ: ରୋହିତ୍ ରିଭେଞ୍ଜ୍, ବିଧ୍ବଂସୀ ହିଟ୍ମ୍ୟାନ୍ । ଫାଇନାଲ ପ୍ରତିଶୋଧ,ସୁପର-୮ରେ । ବିଶ୍ବକପରେ ମାଟି କାମୁଡ଼ିଲା ଟିମ୍ କଙ୍ଗାରୁ । ଅଷ୍ଟ୍ରେଲିଆ ପରାସ୍ତ, ସେମିରେ ଭାରତ । ସିଡନୀ ଟିକେଟ୍ ଅପେକ୍ଷା ମାର୍ସ ବାହିନୀ । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆ ପରାଜିତ ହେବା ପରେ ଟିମ୍ ଇଣ୍ଡିଆର ଦିନିକିଆ ବିଶ୍ବକପରେ ଲାଗିଥିବା କ୍ଷତରେ ସାମାନ୍ୟ ଆଶ୍ବସ୍ତି ମିଳିଛି । କଙ୍ଗାରୁ ବିରୋଧରେ ହିଟ୍ମ୍ୟାନ ଶୋ’ ପରେ ନଭେମ୍ବର ୧୯ ତାରିଖ ସଂଧ୍ୟାର ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । ଟି-୨୦ ବିଶ୍ବକପର ହାଇ-ଭୋଲଟେଜ୍ ମ୍ୟାଚରେ ମାର୍ସ ବାହିନୀଙ୍କୁ ରୋହିତ୍ ସେନା ୨୪ ରନରେ ପରାସ୍ତ କରିଛି । ଏହା ସହିତ ସୁପର-୮ ଗ୍ରୁପ୍-୧ରୁ ପ୍ରଥମ ଟିମ୍ ଭାବେ ସେମି ଫାଇନାଲକୁ କ୍ବିଲିଫାଏ କରିଛି ।ସୋମବାର ସଂଧ୍ୟାରେ ସେଣ୍ଟ. ଲୁସିଆର ଡାରେନ ସାମି ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ସୁପର-୮ ମ୍ୟାଚ୍ ହୋଇଥିଲା । ଟିସ୍ ଜିତି ରନ୍ ଚେସିଂ କରିବା ଲକ୍ଷ୍ୟରେ ମାର୍ସ-ଆଣ୍ଡ-କୋ, ଟିମ୍ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଏଥର କିନ୍ତୁ ପ୍ରତିଶୋଧର ନିଆଁରେ ଜଳୁଥିଲା ଭାରତ । ଦର୍ଶକ ଗୁଣୁଗୁଣୁ ହେଉଥିଲେ ଦିନିକିଆ ବିଶ୍ବକପ ବଦ୍ଲା, ବଦ୍ଲା ଆଉ ବଦ୍ଲା । ଏପଟେ ଅଷ୍ଟ୍ରେଲିଆନ୍ ବୋଲରଙ୍କୁ ଚେକ୍ ଦେବାକୁ ପଡ଼ିଆକୁ ଓହ୍ଲାଇଥିଲେ ରୋ-କୋ ଯୋଡ଼ି । ଦ୍ବିତୀୟ ଓଭରରେ ହେଜେଲ୍ଉଡ୍ ବିରାଟ୍ କୋହଲିଙ୍କୁ ଆଉଟ୍
ମୁମ୍ବାଇ: ରୋହିତ୍ ରିଭେଞ୍ଜ୍, ବିଧ୍ବଂସୀ ହିଟ୍ମ୍ୟାନ୍ । ଫାଇନାଲ ପ୍ରତିଶୋଧ,ସୁପର-୮ରେ । ବିଶ୍ବକପରେ ମାଟି କାମୁଡ଼ିଲା ଟିମ୍ କଙ୍ଗାରୁ । ଅଷ୍ଟ୍ରେଲିଆ ପରାସ୍ତ, ସେମିରେ ଭାରତ । ସିଡନୀ ଟିକେଟ୍ ଅପେକ୍ଷା ମାର୍ସ ବାହିନୀ । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆ ପରାଜିତ ହେବା ପରେ ଟିମ୍ ଇଣ୍ଡିଆର ଦିନିକିଆ ବିଶ୍ବକପରେ ଲାଗିଥିବା କ୍ଷତରେ ସାମାନ୍ୟ ଆଶ୍ବସ୍ତି ମିଳିଛି । କଙ୍ଗାରୁ ବିରୋଧରେ ହିଟ୍ମ୍ୟାନ ଶୋ’ ପରେ ନଭେମ୍ବର ୧୯ ତାରିଖ ସଂଧ୍ୟାର ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । ଟି-୨୦ ବିଶ୍ବକପର ହାଇ-ଭୋଲଟେଜ୍ ମ୍ୟାଚରେ ମାର୍ସ ବାହିନୀଙ୍କୁ ରୋହିତ୍ ସେନା ୨୪ ରନରେ ପରାସ୍ତ କରିଛି । ଏହା ସହିତ ସୁପର-୮ ଗ୍ରୁପ୍-୧ରୁ ପ୍ରଥମ ଟିମ୍ ଭାବେ ସେମି ଫାଇନାଲକୁ କ୍ବିଲିଫାଏ କରିଛି ।
ସୋମବାର ସଂଧ୍ୟାରେ ସେଣ୍ଟ. ଲୁସିଆର ଡାରେନ ସାମି ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ସୁପର-୮ ମ୍ୟାଚ୍ ହୋଇଥିଲା । ଟିସ୍ ଜିତି ରନ୍ ଚେସିଂ କରିବା ଲକ୍ଷ୍ୟରେ ମାର୍ସ-ଆଣ୍ଡ-କୋ, ଟିମ୍ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଏଥର କିନ୍ତୁ ପ୍ରତିଶୋଧର ନିଆଁରେ ଜଳୁଥିଲା ଭାରତ । ଦର୍ଶକ ଗୁଣୁଗୁଣୁ ହେଉଥିଲେ ଦିନିକିଆ ବିଶ୍ବକପ ବଦ୍ଲା, ବଦ୍ଲା ଆଉ ବଦ୍ଲା । ଏପଟେ ଅଷ୍ଟ୍ରେଲିଆନ୍ ବୋଲରଙ୍କୁ ଚେକ୍ ଦେବାକୁ ପଡ଼ିଆକୁ ଓହ୍ଲାଇଥିଲେ ରୋ-କୋ ଯୋଡ଼ି । ଦ୍ବିତୀୟ ଓଭରରେ ହେଜେଲ୍ଉଡ୍ ବିରାଟ୍ କୋହଲିଙ୍କୁ ଆଉଟ୍ କରି ପ୍ରାରମ୍ଭିକ ଝଟକା ଦେଇଥିଲେ ବି ତୃତୀୟ ଓଭରରୁ ହିଟ୍ମ୍ୟାନଙ୍କ ବ୍ୟାଟ୍ ଗର୍ଜନ କରିବା ଆରମ୍ଭ କରିଥିଲା । ମେନ୍ ବୋଲର ମିଚେଲ୍ ଷ୍ଟାର୍କଙ୍କୁ ଗୋଟିଏ ଓଭର ୨୯ ରନ୍ ପିଟି ବିଜୟ ଶଙ୍ଖ ଫୁଙ୍କିଥିଲେ ରୋହିତ୍ ଶର୍ମା । ମ୍ୟାଚ୍ ମାତ୍ର ୪୧ଟି ବଲରୁ ୯୨ ରନର ଖେଳିଥିଲେ ବିସ୍ଫୋରକ ଇନିଂସ୍ । ପରେ ସୂର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଜବରଦସ୍ତ ପାଳି ଖେଳିଥିଲେ । ଭାରତୀୟ ଦଳ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୨୦୫ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଥିଲା ।
ଦିନିକିଆ ବିଶ୍ବକପ ଫାଇନାଲ୍ ମ୍ୟାଚ୍ ଭଳି ଟିମ୍ ଇଣ୍ଡିଆକୁ ପୁଣି ଥରେ ଚେକ୍ ଦେହାକୁ ମଇଦାନକୁ ଓହ୍ଲାଇଥିଲା ମିଚେଲ୍ ମାର୍ସ ବାହିନୀ । ଟ୍ରେଭିସ୍ ହେଡ୍ ଓ ଡେଭିଡ୍ ଓ୍ବାର୍ନର ଓପନିଂ ସମ୍ଭାଳିଥିଲେ । ହେଲେ ଅର୍ଶଦୀପଙ୍କ ଘାତକ ବୋଲିଂ ସାମ୍ନାରେ ଟିକି ପାରିନଥିଲେ ଓ୍ବାର୍ନର । ମାତ୍ର ୬ ରନ କରି ପାଭିଲିୟନ ଫେରିଥିଲେ। ହେଲେ ହେଡ୍ ରୋହିତ୍ ବାହିନୀକୁ ହେଡାକ୍ ଦେଇଥିଲେ । ତାଙ୍କୁ ସାଥ୍ ଦେଇଥିଲେ କ୍ୟାପଟେନ୍ ମାର୍ସ । ସ୍କୋର ବୋର୍ଡ ଦ୍ରୁତଗତି ଚାଲୁଥିବା ବେଳେ ବାଉଣ୍ଡାରୀ ଲାଇନରେ ଅକ୍ଷର ପଟେଲଙ୍କ ଚମତ୍କାର କ୍ୟାଚ୍ ଖେଳର ମୋଡ ବଦଳାଇଥିଲା । ମିଚେଲ୍ ମାର୍ସଙ୍କ ପରେ ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କୁ ଚକମା ଦେଇଖିଲେ କୁଲଦୀପ ଯାଦବ । ପରେ ଯଶପ୍ରୀତ୍ ବୁମରା ହେଡଙ୍କୁ ଆଉଟ୍ କରି ଟିମ୍ ଇଣ୍ଡିଆକୁ ବଡ଼ ବିଜୟ ଦେଇଥିଲେ । ଫଳରେ ୨୪ ରନରେ ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଅଧିନାୟକ ରୋହିତ୍ ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।
ରୋହିତ୍ ନାଁରେ ରେକର୍ଡ ପରେ ରେକର୍ଡ । ଅଷ୍ଟ୍ରେଲିଆ ବିରୋଧରେ ଅଧିନାୟକତ୍ବ ପାଳି । ଟି-୨୦ ବିଶ୍ବକପରେ ଦ୍ରୁତ ଅର୍ଦ୍ଧଶତକ । ୧୯ ବଲରେ ୫୦ ରନ୍ । ଟି-୨୦ରେ ସର୍ବାଧିକ ୨୦୦ ଛକା । ଗୋଟିଏ ମ୍ୟାଚରେ ଭାଙ୍ଗିଲା ରେକର୍ଡ, ତିଆରି ହେଲା ରେକର୍ଡ । ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ରେ ଦ୍ରୁତ ତମ ଅର୍ଦ୍ଧଶତକ ମାରିଛନ୍ତି ରୋହିତ୍ ଶର୍ମା । ମାତ୍ର ୧୯ଟି ବଲ୍ ଖେଳି ୫୦ ରନ ସଂଗ୍ରହ କରିବାରେ ପ୍ରଥମ ଖେଳାଳି । ଏହା ସହିତ ୮ଟି ଛକା ମାରି ଟି-୨୦ରେ ୨୦୦ ତମ ଛକା କ୍ଲବରେ ପ୍ରଥମ ପ୍ଲେୟାର ଭାବେ ମାରିଛନ୍ତି ଏଣ୍ଟ୍ରି । ଅନ୍ୟପେଟ ଟି-୨୦ ଇଣ୍ଟରନ୍ୟାସନାଲରେ ପାକିସ୍ତାନର ବାବର ଆଜମଙ୍କୁ ରନରେ ପଛରେ ପକାଇ ଦେଇଛନ୍ତି । ୪, ୧୬୫ ରନ୍ ସହ ଶୀର୍ଷରେ ରହିଛନ୍ତି ହିଟମ୍ୟାନ୍ । ଅଧିନାୟକ ଭାବେ ମୋଟ୍ ୬୦ଟି ଟି-୨୦ ମ୍ୟାଚରୁ ସର୍ବଧିକ ୪୮ଟି ବିଜୟ ହାସଲ କରିଛନ୍ତି ରୋହିତ୍ ଶର୍ମା ।