'ଲକ୍ଷପତି ଦିଦି'ଙ୍କୁ ମିଳିବ ପ୍ରମାଣପତ୍ର; ପ୍ରଥମ ପର୍ଯ୍ୟାୟରେ ଉପକୃତ ହେବେ ୧୧ଲକ୍ଷ ମହିଳା
ନୂଆଦିଲ୍ଲୀ,୨୫/୦୮: ରବିବାର ମହିଳାଙ୍କୁ ମିଳିବ 'ଲକ୍ଷପତି ଦିଦି' ପ୍ରମାଣପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସାର୍ଟିଫିକେଟ୍ ପ୍ରଦାନ କରିବେ । ଏନେଇ ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଦ୍ଧପୁରରେ ‘ଲକ୍ଷପତି ଦିଦି’ ସମାରୋହ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୧ଲକ୍ଷ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଓଡ଼ିଶାର ୯୭,୨୦୦ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ମିଳିବ । ମହିଳାଙ୍କ ସଶକ୍ତିକରଣ ଦିଗରେ କେନ୍ଦ୍ର ସରକାର ଏଭଳି ଯୋଜନା ଆଣିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ।ଏହାଛଡ଼ା ପିଏମ୍ ନରେନ୍ଦ୍ର ମୋଦି ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ପାଇଁ ୨୫୦୦ କୋଟି ଟଙ୍କାର ରଭଲ୍ଭିଂ ପାଣ୍ଠି ଜାରି କରିବେ । ଏହା ଦ୍ୱାରା ୩.୪ ଲକ୍ଷ ଏସ୍ଏଚ୍ଜିର ୪୫ ଲକ୍ଷ ମହିଳା ଲାଭବାନ ହୋଇପାରିବେ । ସେହିଭଳି ୨.୩୫ ଲକ୍ଷ ଏସ୍ଏସଜିଙ୍କୁ ୫ ହଜାର କୋଟିର ଋଣ ମଧ୍ୟ ଆବଣ୍ଟନ ହେବ । ଏହା ଦ୍ୱାରା ୨୫.୮ ଲକ୍ଷ ମହିଳା ଲାଭବାନ ହୋଇପାରିବେ।
ନୂଆଦିଲ୍ଲୀ,୨୫/୦୮: ରବିବାର ମହିଳାଙ୍କୁ ମିଳିବ 'ଲକ୍ଷପତି ଦିଦି' ପ୍ରମାଣପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସାର୍ଟିଫିକେଟ୍ ପ୍ରଦାନ କରିବେ । ଏନେଇ ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଦ୍ଧପୁରରେ ‘ଲକ୍ଷପତି ଦିଦି’ ସମାରୋହ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୧ଲକ୍ଷ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଓଡ଼ିଶାର ୯୭,୨୦୦ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ମିଳିବ । ମହିଳାଙ୍କ ସଶକ୍ତିକରଣ ଦିଗରେ କେନ୍ଦ୍ର ସରକାର ଏଭଳି ଯୋଜନା ଆଣିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ।
ଏହାଛଡ଼ା ପିଏମ୍ ନରେନ୍ଦ୍ର ମୋଦି ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ପାଇଁ ୨୫୦୦ କୋଟି ଟଙ୍କାର ରଭଲ୍ଭିଂ ପାଣ୍ଠି ଜାରି କରିବେ । ଏହା ଦ୍ୱାରା ୩.୪ ଲକ୍ଷ ଏସ୍ଏଚ୍ଜିର ୪୫ ଲକ୍ଷ ମହିଳା ଲାଭବାନ ହୋଇପାରିବେ । ସେହିଭଳି ୨.୩୫ ଲକ୍ଷ ଏସ୍ଏସଜିଙ୍କୁ ୫ ହଜାର କୋଟିର ଋଣ ମଧ୍ୟ ଆବଣ୍ଟନ ହେବ । ଏହା ଦ୍ୱାରା ୨୫.୮ ଲକ୍ଷ ମହିଳା ଲାଭବାନ ହୋଇପାରିବେ।