ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ବରଗଡ଼ ୧୧।୫: ବରଗଡ଼ ଜିଲ୍ଲା ଅତାବିରା ଠାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଅଭିଯୁକ୍ତ ଗିରଫ । ଛତିଶଗଡ଼କୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅତାବିରା ପୋଲିସ । ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶର ବବି ଖାନ ଏବଂ ସମ୍ବଲପୁର ଧମା ଥାନା ଲରାସରା ଗାଁର ସୁଜିତ ସାହୁ ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ୧୨୦ କେଜି ଗଞ୍ଜେଇ, ଗୋଟିଏ କାର୍, ଦୁଇଟି ମୋବାଇଲ, ନଗଦ ୪୨ ଶହ ଟଙ୍କା ଜବତ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଅତାବିରା ପୋଲିସ । ଏ ନେଇ ଅତାବିରା ପୋଲିସ ଅଧିକ ତଦନ୍ତ ଜାରି ରଖି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।You Can Read:ଭୁବନେଶ୍ବରରେ ହେବ ରାଜ୍ୟର ପ୍ରଥମ ସାଇନ୍ସ ସିଟି, ସ୍ଥାନ ପାଇବ ଅନେକ ଅତ୍ୟାଧୁନିକ ବିଜ୍ଞାନ ଉପକରଣ

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ବରଗଡ଼ ୧୧।୫: ବରଗଡ଼ ଜିଲ୍ଲା ଅତାବିରା ଠାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଅଭିଯୁକ୍ତ ଗିରଫ । ଛତିଶଗଡ଼କୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅତାବିରା ପୋଲିସ । ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶର ବବି ଖାନ ଏବଂ ସମ୍ବଲପୁର ଧମା ଥାନା ଲରାସରା ଗାଁର ସୁଜିତ ସାହୁ ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ୧୨୦ କେଜି ଗଞ୍ଜେଇ, ଗୋଟିଏ କାର୍, ଦୁଇଟି ମୋବାଇଲ, ନଗଦ ୪୨ ଶହ ଟଙ୍କା ଜବତ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଅତାବିରା ପୋଲିସ । ଏ ନେଇ ଅତାବିରା ପୋଲିସ ଅଧିକ ତଦନ୍ତ ଜାରି ରଖି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

You Can Read:

ଭୁବନେଶ୍ବରରେ ହେବ ରାଜ୍ୟର ପ୍ରଥମ ସାଇନ୍ସ ସିଟି, ସ୍ଥାନ ପାଇବ ଅନେକ ଅତ୍ୟାଧୁନିକ ବିଜ୍ଞାନ ଉପକରଣ