ବିଜେପିରୁ ଇସ୍ତଫା ଦେଲେ ରାଜୁ ଦାସ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଲେ ରାଜୁ ଦାସ। ବିଜେପି ଟିକେଟ୍ ଦେଇ ଫେରାଇ ନେବାରୁ ସେ ଇସ୍ତଫା ଦେଇଛନ୍ତି। ସୋରରୁ ପ୍ରଥମେ ରାଜକିଶୋର ଦାସଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଏନେଇ ସେ ପ୍ରଚାର ଚଳାଇଥିଲେ କିନ୍ତୁ ପରେ ପର୍ଶୁରାମ ଧଡାଙ୍କୁ ଟିକେଟ୍ ଦେଇଥିଲା ବିଜେପି। ଗତ ବର୍ଷ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ରାଜୁ ଦାସ।ବହୁ ପୂର୍ବରୁ ବିଜେପି ସୋର ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ପର୍ଶୁରାମ ଧଡାଙ୍କୁ ସୋରରୁ ପ୍ରାର୍ଥୀ କରିଛି। ପର୍ଶୁରାମ ଧଡା ନୋମିନେସନ କରିବା ଆଗରୁ ରାଜେନ୍ଦ୍ର ଦାସ ଆସି ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନୋମିନେସନ କରିସାରିଥିଲେ। ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ସ୍ପଷ୍ଟ କରିଥିଲେ ଯେ ସୋରର ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପର୍ଶୁରାମ ଧଡା । ସେହିପରି ୨୦୧୯ ନିର୍ବାଚନରେ ସୋରରୁ ବିଜେପି ପ୍ରାର୍ଥୀ ହୋଇଥିବା ରାକେଶ ମଲ୍ଲିକ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେପିରୁ ଇସ୍ତଫା ଦେଲେ ରାଜୁ ଦାସ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଲେ ରାଜୁ ଦାସ। ବିଜେପି ଟିକେଟ୍ ଦେଇ ଫେରାଇ ନେବାରୁ ସେ ଇସ୍ତଫା ଦେଇଛନ୍ତି। ସୋରରୁ ପ୍ରଥମେ ରାଜକିଶୋର ଦାସଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଏନେଇ ସେ ପ୍ରଚାର ଚଳାଇଥିଲେ କିନ୍ତୁ ପରେ ପର୍ଶୁରାମ ଧଡାଙ୍କୁ ଟିକେଟ୍ ଦେଇଥିଲା ବିଜେପି। ଗତ ବର୍ଷ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ରାଜୁ ଦାସ।

ବହୁ ପୂର୍ବରୁ ବିଜେପି ସୋର ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ପର୍ଶୁରାମ ଧଡାଙ୍କୁ ସୋରରୁ ପ୍ରାର୍ଥୀ କରିଛି। ପର୍ଶୁରାମ ଧଡା ନୋମିନେସନ କରିବା ଆଗରୁ ରାଜେନ୍ଦ୍ର ଦାସ ଆସି ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନୋମିନେସନ କରିସାରିଥିଲେ। ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ସ୍ପଷ୍ଟ କରିଥିଲେ ଯେ ସୋରର ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପର୍ଶୁରାମ ଧଡା । 

ସେହିପରି ୨୦୧୯ ନିର୍ବାଚନରେ ସୋରରୁ ବିଜେପି ପ୍ରାର୍ଥୀ ହୋଇଥିବା ରାକେଶ ମଲ୍ଲିକ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।