ଆଇପିଏଲ୍ ମହାସମର; ଶନିବାର ସଂଧ୍ୟାରେ ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ
ନୂଆଦିଲ୍ଲୀ,୨୦/୦୪: ଫଟାଫଟ୍ କ୍ରିକେଟ୍ ମହାସମର । ଶନିବାର ସଂଧ୍ୟାରେ ଆଉ ଏକ ହାଇଭୋଲଟେଜ୍ ଗେମ୍ । ଅରୁଣଜେଟିଲୀ ଷ୍ଟାଡିୟମରେ ଖେଳାଯିବ ୩୫ତମ ମୁକାବିଲା । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଚଳିତ ସିଜନରେ କ୍ୟାପିଟାଲ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି । କାରଣ ଦୀର୍ଘ ୧୬ ମାସ ପରେ ଦିଲ୍ଲୀ କ୍ରିକେଟ୍ ପ୍ରେମୀ ନିଜ ପ୍ରିୟ ଖେଳାଳି ରିଷଭ ପନ୍ତଙ୍କୁ ଦେଖିବାକୁ ଯାଉଛନ୍ତି । ପ୍ରଥମାର୍ଦ୍ଧରେ ଦିଲ୍ଲୀ କ୍ୟାପିଟାଲ୍ସ ବିଶାଖାପଟ୍ଟନମ ଷ୍ଟାଡିୟମକୁ ଘରୋଇ ଗ୍ରାଉଣ୍ଡ ରୂପେ ବାଛିଥିଲା । ଉକ୍ତ ଗ୍ରାଉଣ୍ଡରେ ଦଳ ୨ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଛି । ମାତ୍ର ନିଜର ପୁରୁଣା ଘରୋଇ ଗ୍ରାଉଣ୍ଡ୍ ଭାଗ୍ୟ ବଦଳାଇବ ବୋଲି କ୍ୟାପିଟାଲ୍ସ ଆଶା ରଖିଛି । ବିଜୟକୁ ଟ୍ରାକକୁ ଫେରିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି । ଏପଟେ କିଛି ଆହତ ଖେଳାଳି ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଥିବାରୁ ଦଳ ଆଶ୍ୱସ୍ତ ରହିଛି । ସନରାଇଜର୍ସ ଏଥର ଧୂଆଁଧାର ବ୍ୟାଟିଂ କରି ଆତଙ୍କ ଖେଳାଇଛି । ସର୍ବାଧିକ ଦଳଗତ ସ୍କୋର ରେକର୍ଡକୁ ୨ଥର ଭାଙ୍ଗି ସାରିଛି । ବ୍ୟାଟରମାନେ ଚମତ୍କାର ଫର୍ମରେ ରହିଛନ୍ତି । ସବୁ ଗ୍ରାଉଣ୍ଡ୍ରେ ଦଳ ଚୌକା ଓ ଛକା ବର୍ଷା କରୁଛି । ଆଜିର ମ୍ୟାଚରେ କୋଟଲାର ଛୋଟ ବାଉଣ୍ଡାରୀରେ ବିଶାଳ ସଟ୍ମାନ ଖେ
ନୂଆଦିଲ୍ଲୀ,୨୦/୦୪: ଫଟାଫଟ୍ କ୍ରିକେଟ୍ ମହାସମର । ଶନିବାର ସଂଧ୍ୟାରେ ଆଉ ଏକ ହାଇଭୋଲଟେଜ୍ ଗେମ୍ । ଅରୁଣଜେଟିଲୀ ଷ୍ଟାଡିୟମରେ ଖେଳାଯିବ ୩୫ତମ ମୁକାବିଲା । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଚଳିତ ସିଜନରେ କ୍ୟାପିଟାଲ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି । କାରଣ ଦୀର୍ଘ ୧୬ ମାସ ପରେ ଦିଲ୍ଲୀ କ୍ରିକେଟ୍ ପ୍ରେମୀ ନିଜ ପ୍ରିୟ ଖେଳାଳି ରିଷଭ ପନ୍ତଙ୍କୁ ଦେଖିବାକୁ ଯାଉଛନ୍ତି ।
ପ୍ରଥମାର୍ଦ୍ଧରେ ଦିଲ୍ଲୀ କ୍ୟାପିଟାଲ୍ସ ବିଶାଖାପଟ୍ଟନମ ଷ୍ଟାଡିୟମକୁ ଘରୋଇ ଗ୍ରାଉଣ୍ଡ ରୂପେ ବାଛିଥିଲା । ଉକ୍ତ ଗ୍ରାଉଣ୍ଡରେ ଦଳ ୨ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଛି । ମାତ୍ର ନିଜର ପୁରୁଣା ଘରୋଇ ଗ୍ରାଉଣ୍ଡ୍ ଭାଗ୍ୟ ବଦଳାଇବ ବୋଲି କ୍ୟାପିଟାଲ୍ସ ଆଶା ରଖିଛି । ବିଜୟକୁ ଟ୍ରାକକୁ ଫେରିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି । ଏପଟେ କିଛି ଆହତ ଖେଳାଳି ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଥିବାରୁ ଦଳ ଆଶ୍ୱସ୍ତ ରହିଛି । ସନରାଇଜର୍ସ ଏଥର ଧୂଆଁଧାର ବ୍ୟାଟିଂ କରି ଆତଙ୍କ ଖେଳାଇଛି । ସର୍ବାଧିକ ଦଳଗତ ସ୍କୋର ରେକର୍ଡକୁ ୨ଥର ଭାଙ୍ଗି ସାରିଛି । ବ୍ୟାଟରମାନେ ଚମତ୍କାର ଫର୍ମରେ ରହିଛନ୍ତି । ସବୁ ଗ୍ରାଉଣ୍ଡ୍ରେ ଦଳ ଚୌକା ଓ ଛକା ବର୍ଷା କରୁଛି । ଆଜିର ମ୍ୟାଚରେ କୋଟଲାର ଛୋଟ ବାଉଣ୍ଡାରୀରେ ବିଶାଳ ସଟ୍ମାନ ଖେଳିବାକୁ ଦଳ ଅପେକ୍ଷା କରି ରହିଛି ।
ସନରାଇଜର୍ସର ଦୁଇ ଓପନର ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିପକ୍ଷରେ କ୍ୟାପିଟାଲ୍ସର ଦୁଇ ପେସ୍ ବୋଲର ଈଶାନ୍ତ ଶର୍ମା ଓ ଖଲିଲ ଅହମ୍ମଦଙ୍କ ବୋଲିଂ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ କରିବ । ସନରାଇଜର୍ସ ବ୍ୟାଟରମାନଙ୍କ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଜରୁରି । ହେଡ୍ ଓ ଅଭିଷେକଙ୍କ ବ୍ୟତୀତ ମଧ୍ୟ କ୍ରମରେ ହେନରିକ୍ କ୍ଲାସେନ, ଅବଦୁଲ ସମଦ ଓ ଆଡେନ ମାରକ୍ରମ ମଧ୍ୟ ଭୟଙ୍କର ବ୍ୟାଟିଂ କରୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ମୁଖ୍ୟତଃ ପନ୍ତ ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କ ଉପରେ ନିର୍ଭର କରୁଛି। । ଉଭୟ ଦଳ ନିକଟରେ ଦକ୍ଷ ପେସ୍ ବୋଲର ରହିଛନ୍ତି । ମାତ୍ର ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।