ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ ଭୁବନେଶ୍ୱରରେ ରୁପା କିଲୋ ଲକ୍ଷେ ଉପରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଆମଦାନୀ ହ୍ରାସ କାରଣରୁ ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଗହଣାର କଞ୍ଚାମାଲ ଦର ବୃଦ୍ଧି ପାଇଥିଲାବେଳେ ଗହଣା ବଜାରରେ ମଧ୍ୟ କ୍ରମାଗତ ଭାବେ ଦର ବୃଦ୍ଧି ହୋଇଚାଲିଛି। ସେହିଭଳି ଭୁବନେଶ୍ୱରରେ […] The post ଲକ୍ଷେ ଟପିଲା ରୁପା ଦର appeared first on Dharitri Odia News.

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ ଭୁବନେଶ୍ୱରରେ ରୁପା କିଲୋ ଲକ୍ଷେ ଉପରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଆମଦାନୀ ହ୍ରାସ କାରଣରୁ ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଗହଣାର କଞ୍ଚାମାଲ ଦର ବୃଦ୍ଧି ପାଇଥିଲାବେଳେ ଗହଣା ବଜାରରେ ମଧ୍ୟ କ୍ରମାଗତ ଭାବେ ଦର ବୃଦ୍ଧି ହୋଇଚାଲିଛି।
ସେହିଭଳି ଭୁବନେଶ୍ୱରରେ ଶୁକ୍ରବାର ରୁପା ୧ କିଲୋଗ୍ରାମର ଦାମ ୧,୦୨,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭,୪୫୦ ଟଙ୍କାରେ ପହଞ୍ଚତ୍ଛି। ଏପରିକି ୨୨ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୧,୦୦୦ ଟଙ୍କାର କାରବାର ହେଉଥିଲାବେଳେ ୧୮ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୫୮,୦୯୦ ଟଙ୍କାରେ ବ୍ରିକି ହେଉଛି ବୋଲି ଭୁବନେଶ୍ୱରର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସେହିପରି ନୂଆଦିଲ୍ଲୀରେ ରୁପା ୧ କି.ଗ୍ରା.ର ଦାମ ୯୮,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୭,୧୮୩ ଟଙ୍କାରେ ପହଞ୍ଚତ୍ଛି। ଏପରିକି ୨୨ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୦,୭୬୦ ଟଙ୍କାର କାରବାର ହେଉଥିଲା ବେଳେ ୧୮ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ପ୍ରାୟ ୫୯,୦୦୦ଟଙ୍କାରେ ବ୍ରିକି ହେଉଛି। ଅପରପକ୍ଷରେ କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇ ଭଳି ସହରରେ ରୁପା କେଜି ପ୍ରତି ୯୮,୮୦୦ ଟଙ୍କା,୧,୦୩,୬୦୦ ଟଙ୍କା ଏବଂ ୯୭,୫୦୦ଟଙ୍କାରେ କାରବାର ହେଉଛି। ଏପରିକି ଉପରୋକ୍ତ ସହରଗୁଡିକରେ ସୁନା ଦର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭,୦୩୫ ଟଙ୍କା, ୭୭୦୩୧ ଟଙ୍କା ଏବଂ ୭୭୦୩୭ ଟଙ୍କାରେ ପହଞ୍ଚତ୍ଛି।

The post ଲକ୍ଷେ ଟପିଲା ରୁପା ଦର appeared first on Dharitri Odia News.