ଲକ୍ଷେ ମୁହାଁ ସୁନା ଦର, ଅହେତୁକ ବୃଦ୍ଧି ପାଇଁ ଗ୍ରାହକ ଚିନ୍ତାରେ

ଟେନସନ ବଢ଼ାଇ ଚାଲିଛି ସୁନା ଦର । ୧୦ ଦିନ ହେଲା ହୁ ହୁ ହୋଇ ବଢ଼ୁଛି ରେଟ। ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦରରେ ନିଆଁ ଲାଗିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା […] The post ଲକ୍ଷେ ମୁହାଁ ସୁନା ଦର, ଅହେତୁକ ବୃଦ୍ଧି ପାଇଁ ଗ୍ରାହକ ଚିନ୍ତାରେ appeared first on KNews Odisha.

ଲକ୍ଷେ ମୁହାଁ ସୁନା ଦର, ଅହେତୁକ ବୃଦ୍ଧି ପାଇଁ ଗ୍ରାହକ ଚିନ୍ତାରେ
GOLD

ଟେନସନ ବଢ଼ାଇ ଚାଲିଛି ସୁନା ଦର । ୧୦ ଦିନ ହେଲା ହୁ ହୁ ହୋଇ ବଢ଼ୁଛି ରେଟ। ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦରରେ ନିଆଁ ଲାଗିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୮୬ହଜାର ୬୭୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୪୫୦ଟଙ୍କା ଛୁଇଁଛି । ଇଣ୍ଟରନ୍ୟାସନାଲ ମାର୍କେଟରେ ଦରବୃଦ୍ଧି ଓଡ଼ିଶା ମାର୍କେଟରେ ପ୍ରଭାବ ପଡିଛି । ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।

ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୯, ୪୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୬ ,୬୬୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୪୫୦ ଟଙ୍କା ଓ ୮୬,୬୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୬୦୦ ଟଙ୍କା ଓ ୮୬, ୮୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬, ୬୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୪୫୦ ଟଙ୍କା ଓ ୮୬,୬୭୦ ଟଙ୍କା ରହିଛି । ସେହିପରି ରୁପା ୯୬, ୫୦୦ ଟଙ୍କାରେ ପହଞ୍ଚିଛି ।

ଆହୁରି ପଢନ୍ତୁ : ମହଙ୍ଗା ହେଲା KTM ର ଏହି ଦମଦାର୍ ବାଇକ୍, ଜାଣନ୍ତୁ ଡିଟେଲ୍ସ

The post ଲକ୍ଷେ ମୁହାଁ ସୁନା ଦର, ଅହେତୁକ ବୃଦ୍ଧି ପାଇଁ ଗ୍ରାହକ ଚିନ୍ତାରେ appeared first on KNews Odisha.