ଘରେ ପୁରୁଷଲୋକ ନଥିବାବେଳେ ସଂଘବଦ୍ଧ ଆକ୍ରମଣ, ବଡ଼ ବୋହୂ ମୃତ, ସାନବୋହୂ ଓ ଶାଶୁ ଗୁରୁତର

ଭଦ୍ରକ : ଦୁଇ ବୋହୂ ଓ ଶାଶୁକୁ ହାଣିଲେ ଦୁର୍ବୃତ୍ତ । ଭଦ୍ରକ ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁରେ ସଂଘବଦ୍ଧ ଆକ୍ରମଣ ହୋଇଛି ।  ଗାଁର ନବ ସାହୁଙ୍କ ଘରେ କେହି ପୁରୁଷ ଲୋକ ନଥିବାବେଳେ ସଂଘବଦ୍ଧ ଆକ୍ରମଣ ଘଟିଛି ।  ଏଥିରେ ବଡ଼ ବୋହୂ ଝୁନା ରାଣୀ ସାହୁଙ୍କ ମୃତ୍ୟୁ ହୋଇଛି ।  ଶାଶୁ କନକ ଲତା ସାହୁ ଓ ବୋହୂ ସସ୍ମିତା ସାହୁ ଗୁରୁତର ଆହତ ହୋଇଛନ୍ତି । ଗ୍ରାମବାସୀ ମାନେ ଗୁରୁତର ଶାଶୁ […] The post ଘରେ ପୁରୁଷଲୋକ ନଥିବାବେଳେ ସଂଘବଦ୍ଧ ଆକ୍ରମଣ, ବଡ଼ ବୋହୂ ମୃତ, ସାନବୋହୂ ଓ ଶାଶୁ ଗୁରୁତର appeared first on KNews Odisha.

ଘରେ ପୁରୁଷଲୋକ ନଥିବାବେଳେ ସଂଘବଦ୍ଧ ଆକ୍ରମଣ, ବଡ଼ ବୋହୂ ମୃତ, ସାନବୋହୂ ଓ ଶାଶୁ ଗୁରୁତର
bhadrak case

ଭଦ୍ରକ : ଦୁଇ ବୋହୂ ଓ ଶାଶୁକୁ ହାଣିଲେ ଦୁର୍ବୃତ୍ତ । ଭଦ୍ରକ ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁରେ ସଂଘବଦ୍ଧ ଆକ୍ରମଣ ହୋଇଛି ।  ଗାଁର ନବ ସାହୁଙ୍କ ଘରେ କେହି ପୁରୁଷ ଲୋକ ନଥିବାବେଳେ ସଂଘବଦ୍ଧ ଆକ୍ରମଣ ଘଟିଛି ।  ଏଥିରେ ବଡ଼ ବୋହୂ ଝୁନା ରାଣୀ ସାହୁଙ୍କ ମୃତ୍ୟୁ ହୋଇଛି ।  ଶାଶୁ କନକ ଲତା ସାହୁ ଓ ବୋହୂ ସସ୍ମିତା ସାହୁ ଗୁରୁତର ଆହତ ହୋଇଛନ୍ତି ।

ଗ୍ରାମବାସୀ ମାନେ ଗୁରୁତର ଶାଶୁ ବୋହୂଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ବଡ଼ ବୋହୂ ଝୁନା ରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସଂଧ୍ୟାରେ ୪ରୁ ୫ ଜଣ ଯୁବକ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ସୌଭାଗ୍ୟବଶତଃ ଦୁର୍ବୁତ୍ତ ମାନେ ଦୁଇ ଶିଶୁଙ୍କୁ ଛାଡି ଦେଇଥିଲେ । ତେବେ ଆକ୍ରମଣର କାରଣ ଜଣାପଡ଼ିନାହିଁ  ।

Also read: ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ, ଶେଷରେ ଖଟରେ ନିଆଁ ଲଗାଇ ଦେଇଗଲେ ଦୁର୍ବୃତ୍ତ

The post ଘରେ ପୁରୁଷଲୋକ ନଥିବାବେଳେ ସଂଘବଦ୍ଧ ଆକ୍ରମଣ, ବଡ଼ ବୋହୂ ମୃତ, ସାନବୋହୂ ଓ ଶାଶୁ ଗୁରୁତର appeared first on KNews Odisha.