ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ସହ ଚନ୍ଦ୍ର ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବୁଧ କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ବନ୍ଧୁବତ୍ସଳ, ବୌଦ୍ଧିକ ବିକାଶ ସହ ସାହାଯ୍ୟ ମନୋବୃତ୍ତି ଜାଗିବ। ଅଟକି ରହିଥିବା କାମ ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ବୃଷ ଶୁକ୍ର ମଙ୍ଗଳ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠା, ପାରିବାରିକ ଶାନ୍ତି ସାଙ୍ଗକୁ ଅର୍ଥନୈତିକ ବିକାଶ ଘଟିବ। ମନ ବୁଝିଲାଭଳି କଥା କହି ଆକସ୍ମିକ ସମସ୍ୟାକୁ […] The post ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୬ ତାରିଖ – Daily Horoscope
ମେଷ
ଆଜି ବୃହସ୍ପତିଙ୍କ ସହ ଚନ୍ଦ୍ର ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବୁଧ କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ବନ୍ଧୁବତ୍ସଳ, ବୌଦ୍ଧିକ ବିକାଶ ସହ ସାହାଯ୍ୟ ମନୋବୃତ୍ତି ଜାଗିବ। ଅଟକି ରହିଥିବା କାମ ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ଶୁକ୍ର ମଙ୍ଗଳ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠା, ପାରିବାରିକ ଶାନ୍ତି ସାଙ୍ଗକୁ ଅର୍ଥନୈତିକ ବିକାଶ ଘଟିବ। ମନ ବୁଝିଲାଭଳି କଥା କହି ଆକସ୍ମିକ ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର, ମନୋରଞ୍ଜନ କ୍ଷେତ୍ରରେ ସୁଫଳ ମିଳିବ।
ମିଥୁନ
ମିଥୁନ
ରାଶ୍ୟାଧିପ ଅଷ୍ଟମସ୍ଥ ଯୋଗୁ ସ୍ବାସ୍ଥ୍ୟରେ ଅବନତି ସାଙ୍ଗକୁ ଅର୍ଥସଂକଟ ଦେଖାଦେଇପାରେ। ପ୍ରେସ୍‌ ପବ୍ଳିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ଭାଗ୍ୟାଧିପଯୁକ୍ତ ରାଶ୍ୟାଧିପ ପ୍ରଭାବରେ କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ ପାଇବେ। ସତ୍‌ସଙ୍ଗ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନ ହେତୁ ମନ ଖୁସି ରହିବ। କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି।
ସି˚ହ
ସି˚ହ
ଶନିକ୍ଷେତ୍ରସ୍ଥ ରବିଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ସୁଦ୍ଧା ଟେନ୍ସନ ଲାଗିରହିବ। ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିବା ସହ ହାତଖାଲି ରହିବାରୁ ମନରେ ସରସତା ରହିବ ନାହିଁ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ବନ୍ଧୁଙ୍କ ସହ ସାଧାରଣ ବଚସାରୁ ମନୋମାଳିନ୍ୟ ଘଟିପାରେ।
କନ୍ୟା
କୋଣଭାବରେ ଭାଗ୍ୟାଧିପ ଥିବା କାରଣରୁ କାର୍ଯ୍ୟସିଦ୍ଧି ଘଟିଲେ ମଧ୍ୟ ମଙ୍ଗଳ ପ୍ରଭାବରେ କଳହର ଆଶଙ୍କା ରହିଛି। ନିୟନ୍ତ୍ରିତ ସ୍ବାସ୍ଥ୍ୟ, ଆଲୋଚନାର ନିଷ୍ପତ୍ତି, ବନ୍ଧୁ ସମ୍ପର୍କ ଓ କର୍ମକ୍ଷେତ୍ର ନିରୁପଦ୍ରବ ରହିପାରେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯତ୍ନ କରିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଶନି ଓ ରବିଙ୍କ ସ୍ଥିତି କାର୍ଯ୍ୟହାନି, ଧନପ୍ରାପ୍ତିରେ ବାଧା ଓ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ପାରିବାରିକ ସମସ୍ୟା ହେତୁ ମନରେ ସରସତା ରହି ନ ପାରେ। ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ତଥାପି ପ୍ରତ୍ୟୁଷ ଯାତ୍ରା, ଭ୍ରମଣ ପାଇଁ ମନ ବଳାଇପାରନ୍ତି।
ବିଛା
ବିଛା
ଉଚ୍ଚସ୍ଥ ମଙ୍ଗଳ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସିଦ୍ଧିଲାଭ ଘଟିବ। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ପରିବାରରେ ମତାନ୍ତରର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ପଦକ୍ଷେପ ଗ୍ରହଣ କରିପାରନ୍ତି। ଲେଖାପଢ଼ା, ଶିକ୍ଷା, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହୋଇପାରେ।
ଧନୁ
ଧନୁ
ରାଶ୍ୟାଧିପ ସ୍ବସ୍ଥାନକୁ ଦୃଷ୍ଟି ଦେଉଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ଆବଶ୍ୟକତା ପୂରଣ ଦିଗରେ ଯତ୍ନଶୀଳ ହେବେ। ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ। ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରୁ ମନୋବଳ କ୍ରମଶଃ ବୃଦ୍ଧି ପାଇବ।
ମକର
ମକର
ଧନସ୍ଥାନରେ ଅଷ୍ଟମାଧିପତିଙ୍କ ସହ ରାଶ୍ୟାଧିପ ପ୍ରଭାବରେ କାର୍ଯ୍ୟସାଧନ, ଅର୍ଥପ୍ରାପ୍ତିରେ ବାଧା ଉପୁଜିବ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେଇପାରେ।
କୁମ୍ଭ
କୁମ୍ଭ
ରାଶିରେ ପାପଗ୍ରହ ବଳବାନ୍‌ ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ସ୍ବଗୃହରେ ଶନି ସ୍ବାସ୍ଥ୍ୟକୁ ନିରାମୟ ରଖିବାରେ ସାହାଯ୍ୟ କରିବେ। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ପାଇଁ ମନ ବଳାଇବେ। ଆତ୍ମୀୟସ୍ବଜନ,ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ କିମ୍ବା କଳହ ହେତୁ ଚିନ୍ତା କରିପାରନ୍ତି।
ମୀନମୀନ

ରାହୁ ନିଜ ରାଶିରେ ରହିଥିବାରୁ ମାନସିକ ସ୍ଥିରତା ରହି ନ ପାରେ। ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ କଥା କଟାକଟି ଘଟିପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ଓ ସଭାସମିତିରେ ଯୋଗଦେଲେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି।

The post ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୬ ତାରିଖ – Daily Horoscope appeared first on Dharitri Odia News.