‘ରାମାୟଣ’ ପାଇଁ ଆମିଷ-ମଦ ଛାଡୁଛନ୍ତି ରଣବୀର, ନେଉଛନ୍ତି ସ୍ପେଶାଲ ଟ୍ରେନିଂ
ମୁମ୍ବାଇ: ବଲିଉଡରେ ଏବେ ନୀତୀଶ ତିୱାରୀଙ୍କ ରାମାୟଣକୁ ନେଇ ଚର୍ଚ୍ଚା ଜୋରଶୋରରେ ଚାଲିଛି। ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। କିନ୍ତୁ ମାତା ସୀତାଙ୍କ ଠାରୁ ହନୁମାନ ପର୍ଯ୍ୟନ୍ତ ଷ୍ଟାର କାଷ୍ଟର ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ରାମଙ୍କ ଭୂମିକା ପାଇଁ ରଣବୀର କଠିନ ପରିଶ୍ରମ କରୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅଭିନେତା ତାଙ୍କ ଚରିତ୍ର ଉପରେ କଠିନ ପରିଶ୍ରମ କରୁଛନ୍ତ। ଚରିତ୍ରକୁ […] The post ‘ରାମାୟଣ’ ପାଇଁ ଆମିଷ-ମଦ ଛାଡୁଛନ୍ତି ରଣବୀର, ନେଉଛନ୍ତି ସ୍ପେଶାଲ ଟ୍ରେନିଂ appeared first on Dharitri Odia News.
ମୁମ୍ବାଇ: ବଲିଉଡରେ ଏବେ ନୀତୀଶ ତିୱାରୀଙ୍କ ରାମାୟଣକୁ ନେଇ ଚର୍ଚ୍ଚା ଜୋରଶୋରରେ ଚାଲିଛି। ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। କିନ୍ତୁ ମାତା ସୀତାଙ୍କ ଠାରୁ ହନୁମାନ ପର୍ଯ୍ୟନ୍ତ ଷ୍ଟାର କାଷ୍ଟର ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ରାମଙ୍କ ଭୂମିକା ପାଇଁ ରଣବୀର କଠିନ ପରିଶ୍ରମ କରୁଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଅଭିନେତା ତାଙ୍କ ଚରିତ୍ର ଉପରେ କଠିନ ପରିଶ୍ରମ କରୁଛନ୍ତ। ଚରିତ୍ରକୁ କିପରି ଭଲ ଭାବରେ ନିଭାଇପାରିବେ ସେଥିପାଇଁ ସେ ପୁରା ଦମ୍ ଲଗାଇଦେଇଛନ୍ତି। ସୁଟିଂସେଟ୍କୁ ଯିବା ପୂର୍ବରୁ ରଣବୀର ନିଜକୁ ସବୁ ପ୍ରକାରରେ ପ୍ରସ୍ତୁତ କରୁଛନ୍ତି। ଏହାରି ଭିତରେ ଜଣାପଡିଛି କି, ରଣବୀର ରାମାୟଣ ପାଇଁ ଭଏସ ଓ ଡିକ୍ଟେଶନର ସ୍ବତନ୍ତ୍ର ତାଲିମ ନେଉଛନ୍ତି। ନୀତୀଶ ତିୱାରୀ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଡ଼ିକ୍ସେଶନ ଟ୍ରେନର ନିଯୁକ୍ତ କରିଛନ୍ତି। ଫଇଲ୍ମ ପାଇଁ ପୁରା କର୍ତ୍ତବ୍ୟନିଷ୍ଠ ଭାବେ ମଦ ଓ ଆମିଷ ଛାଡିଦେଇଛନ୍ତି। ଏଥିସହ ସେ ଫିଲ୍ମ ସ୍କ୍ରିପ୍ଟକୁ ଘଣ୍ଟା ଘଣ୍ଟା ପଢି ଭିଡିଓ ପ୍ରସ୍ତୁତ କରି ନୀତୀଶଙ୍କୁ ପଠାଉଛନ୍ତି। ରାମଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀରଙ୍କ ପୋଷାକକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।
The post ‘ରାମାୟଣ’ ପାଇଁ ଆମିଷ-ମଦ ଛାଡୁଛନ୍ତି ରଣବୀର, ନେଉଛନ୍ତି ସ୍ପେଶାଲ ଟ୍ରେନିଂ appeared first on Dharitri Odia News.