ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’
ଭୁବନେଶ୍ୱର,୪।୧(ଶର୍ମିଷ୍ଠା ପାଣିଗ୍ରାହୀ): ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର। ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ୬ଜଣ ଦମ୍ପତିଙ୍କ ଜୀବନଯାତ୍ରା ଦର୍ଶାଯାଇଛି। ଏଥିରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି। ତାଙ୍କ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା। ସମାଜର ନୀତି ନିୟମ ଭିତରେ […] The post ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’ appeared first on Dharitri Odia News.
ଭୁବନେଶ୍ୱର,୪।୧(ଶର୍ମିଷ୍ଠା ପାଣିଗ୍ରାହୀ): ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର। ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ୬ଜଣ ଦମ୍ପତିଙ୍କ ଜୀବନଯାତ୍ରା ଦର୍ଶାଯାଇଛି। ଏଥିରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି। ତାଙ୍କ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା। ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏଥିସହିତ ସିନେମାରେ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ୱେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦୀପନ୍ବିତ ଦାଶମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନାୟାଜିଦାନ, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ବାଇଁ, ବିକି ମିଶ୍ର ପ୍ରମୁଖଙ୍କ ନିଖୁଣ ଅଭିନୟ ଦର୍ଶକମାନେ ଦେଖିବାକୁ ପାଇବେ। ସିନେମାଟୋଗ୍ରାଫର୍ ଈଶ୍ୱର ବାରିକ ଲେନ୍ସ ପଛରେ ରହି ସିନେମାରେ ନିଜର ଯାଦୁ ଦେଖାଇଥିବାବେଳେ ଯୁବସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦଙ୍କ ନିର୍ଦ୍ଦେଶିତ ଗୀତ ବେଶ୍ ରୋମାଞ୍ଚ ଭରିଛି। ଚଳଚ୍ଚିତ୍ରଟି ୧୧ରେ ରିଲିଜ ହେବାକୁ ଯାଉଛି।
The post ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’ appeared first on Dharitri Odia News.