ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ବଢିଲା ମାଳଦ୍ୱୀପ ପ୍ରେମ: ଜିନ୍ପିଙ୍ଗ କହିଲେ, ପୁରୁଣା ସମ୍ପର୍କ
ବେଜିଂ,୧୧।୧: ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ମାଳଦ୍ୱୀପ ପ୍ରେମ ପ୍ରଦର୍ଶନ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୋଇଜୁ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଥିଲେ। ସେଠାରେ ସେ କେବଳ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ନାହାଁନ୍ତି, ବରଂ ଉଭୟ ଦେଶ ପର୍ଯ୍ୟଟନ ସହଯୋଗ ସମେତ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଅବଧି ମଧ୍ୟରେ ମାଳଦ୍ୱୀପ ଏବଂ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀକୁ ନବୀକରଣ କରିବାକୁ ଘୋଷଣା […] The post ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ବଢିଲା ମାଳଦ୍ୱୀପ ପ୍ରେମ: ଜିନ୍ପିଙ୍ଗ କହିଲେ, ପୁରୁଣା ସମ୍ପର୍କ appeared first on Dharitri Odia News.
ବେଜିଂ,୧୧।୧: ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ମାଳଦ୍ୱୀପ ପ୍ରେମ ପ୍ରଦର୍ଶନ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୋଇଜୁ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଥିଲେ। ସେଠାରେ ସେ କେବଳ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ନାହାଁନ୍ତି, ବରଂ ଉଭୟ ଦେଶ ପର୍ଯ୍ୟଟନ ସହଯୋଗ ସମେତ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଅବଧି ମଧ୍ୟରେ ମାଳଦ୍ୱୀପ ଏବଂ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀକୁ ନବୀକରଣ କରିବାକୁ ଘୋଷଣା କରିଛନ୍ତି।
ମୋଇଜିଜୁ କହିଛନ୍ତି, ରାଷ୍ଟ୍ରପତି ଭାବେ ପ୍ରଥମ ଦେଶ ଗସ୍ତରେ ଚାଇନାରେ ପହଞ୍ଚିଥିବାରୁ ମୁଁ ନିଜକୁ ଗୌରବାନ୍ବିତ ଅନୁଭବ କରୁଛନ୍ତି। ଏହା ଦର୍ଶାଏ ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ଉଭୟ ପକ୍ଷ କେତେ ଗୁରୁତ୍ୱ ଦେଉଛନ୍ତି। ଆମ ଦେଶକୁ ଅଧିକ ପର୍ଯ୍ୟଟକ ପଠାଇବା ପାଇଁ ଉଦ୍ୟମ ଜୋରଦାର କରିବାକୁ ମୁଁ ଜିନପିଙ୍ଗଙ୍କୁ ଅନୁରୋଧ କରିଛି।
ପାଞ୍ଚ ଦିନିଆ ସରକାରୀ ଗସ୍ତର ଦ୍ୱିତୀୟ ଦିନରେ ସେ ଫୁଜିଆନ ପ୍ରଦେଶର ‘ମାଳଦ୍ୱୀପ ବ୍ୟବସାୟ ଫୋରମ’ରେ କହିଛନ୍ତି – କୋଭିଡ ପୂର୍ବରୁ ଚାଇନାର ପର୍ଯ୍ୟଟକମାନେ ଆମ ଦେଶକୁ ବହୁ ସଂଖ୍ୟାରେ ଆସୁଥିଲେ। ମୁଁ ଅନୁରୋଧ କରୁଛି ଯେ ଚାଇନା ଏହି ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୟାସକୁ ଜୋରଦାର କରନ୍ତୁ।
ଜିନପିଙ୍ଗ ମୋଇଜୁଙ୍କୁ ଗ୍ରେଟ ହଲ ଅଫ ପିପଲରେ ଜଣେ ‘ପୁରୁଣା ବନ୍ଧୁ’ ଭାବରେ ବର୍ଣ୍ଣନା କରିଥିଲେ। ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ବିକାଶ ପଥ ଖୋଜିବାରେ ଚାଇନା ମାଳଦ୍ୱୀପକୁ ସମର୍ଥନ କରୁଛି। ଜାତୀୟ ସାର୍ବଭୌମତ୍ୱ, ସ୍ବାଧୀନତା, ଆଞ୍ଚଳିକ ଅଖଣ୍ଡତା ଏବଂ ଜାତୀୟ ସମ୍ମାନ ରକ୍ଷା କରିବାରେ ଚାଇନା ମାଳଦ୍ୱୀପକୁ ଦୃଢ ଭାବରେ ସମର୍ଥନ କରେ।
ମୁଇଜୁ ଏଭଳି ସମୟରେ ଚାଇନା ଗସ୍ତ କରିଛନ୍ତି, ଯେତେବେଳେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲାକ୍ଷାଦ୍ୱୀପ ଫଟୋ’କୁ ନେଇ ମାଳଦ୍ୱୀପ ସହ ସମ୍ପର୍କ ଖରାପ ହୋଇଛି। ମୋଦି ଲାକ୍ଷାଦ୍ୱୀପର ଫଟୋ ଓ ଭିଡିଓଗୁଡ଼ିକୁ ଛାଡ଼ିବା ପରେ ଭାରତୀୟ ସେଲିବ୍ରିଟିମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଲାକ୍ଷାଦ୍ୱୀପ ଥାଉ ଥାଉ ମାଳଦ୍ୱୀପ ଯିବା ଅନାବଶ୍ୟକ ବୋଲି ଅନେକେ ମତ ଦେଉଛନ୍ତି। ଏପରି କି ସେଠାକୁ ଯିବାକୁ ଥିବା ପର୍ଯ୍ୟଟକମାନେ ମଧ୍ୟ ନିଜ ଗସ୍ତକୁ ବାତିଲ କରୁଥିବା ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ସେପଟେ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ମାଳଦ୍ୱୀପର ୩ ଉପମନ୍ତ୍ରୀଙ୍କୁ ସେମାନଙ୍କ ପଦରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷେ ଭାରତ ସହ ବିବାଦକୁ ନେଇ ମାଳଦ୍ୱୀପର ବିରୋଧୀ ଦଳ ନେତା ତଥା ମାଳଦ୍ୱୀପ ଗଣତାନ୍ତ୍ରିକ ଦଳ ଅଧ୍ୟକ୍ଷ ଫୟାଜ ଇସ୍ମାଇଲ ନିଜ ଦେଶର ସରକାରଙ୍କ ଉପରେ ବର୍ଷିଛନ୍ତି। ଭାରତ ଓ ମୋଦିଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସରକାର ଭାରତ ସହ ସମ୍ପର୍କରେ ସୁଧାର ଆଣନ୍ତୁ ବୋଲି ସେ ଦାବି କରିଛନ୍ତି।
ରାଷ୍ଟ୍ରପତି ମୁଇଜୁ ଜାନୁୟାରୀ ୧୨ରେ ମାଲେ ଫେରିବେ। ସେତେବେଳ ପର୍ଯ୍ୟନ୍ତ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରର ସମ୍ପର୍କରେ କେମେଷ୍ଟ୍ରି ନୂଆଦିଲ୍ଲୀ ପାଇଁ ଅନୁଧ୍ୟାନଯୋଗ୍ୟ ବିଷୟ।
The post ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ବଢିଲା ମାଳଦ୍ୱୀପ ପ୍ରେମ: ଜିନ୍ପିଙ୍ଗ କହିଲେ, ପୁରୁଣା ସମ୍ପର୍କ appeared first on Dharitri Odia News.