ଲକ୍ଷ୍ମୀପୁର ବିଜେପି କାର୍ଯ୍ୟଳୟରେ ନାଗା ବାବା… ଆଶାୟୀ ପ୍ରାର୍ଥୀ ଙ୍କୁ ଦେଲେ ଗୁରୁ ମନ୍ତ୍ର
ଲକ୍ଷ୍ମୀପୁର ୨୧/୦୨… ଲକ୍ଷ୍ମୀପୁର ର ରାଜନୀତି ଏବେ ସରଗରମ,ଘଡିକେ ଘୋଡ଼ା ଛୁଟୁଛି।ପ୍ରତ୍ୟେକ ଦଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପଦବୀ ହାତେଇବା ପାଇଁ ଜୋର୍ ସୋର୍ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।ପ୍ରତ୍ୟେକ ଦଳରେ ଆଶାୟୀଙ୍କ ସଂଖ୍ୟା ଏକାଧିକ । ହେଲେ ବିଜେପି ଦଳରେ ଆଶାୟୀ ଅଧିକ ରହିଥିଲେ ମଧ୍ୟ ବିଜେପି ଦଳ ଏଠି କିନ୍ତୁ ଶୃଙ୍ଖଳିତ ଭାବେ ରାଜନୀତି ଚଳାଇ ଛନ୍ତି ।ଆଶାୟୀ ମାନଙ୍କ ମଧ୍ୟରେ କୌଣସି ମତଭେଦ ନଥିଲା ପରି ଲାଗୁଛି। ଯାହାକୁ ଟିକେଟ ମିଳିଲେ […] The post ଲକ୍ଷ୍ମୀପୁର ବିଜେପି କାର୍ଯ୍ୟଳୟରେ ନାଗା ବାବା… ଆଶାୟୀ ପ୍ରାର୍ଥୀ ଙ୍କୁ ଦେଲେ ଗୁରୁ ମନ୍ତ୍ର appeared first on Odisha.News.

ଲକ୍ଷ୍ମୀପୁର ୨୧/୦୨…
ଲକ୍ଷ୍ମୀପୁର ର ରାଜନୀତି ଏବେ ସରଗରମ,ଘଡିକେ ଘୋଡ଼ା ଛୁଟୁଛି।ପ୍ରତ୍ୟେକ ଦଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପଦବୀ ହାତେଇବା ପାଇଁ ଜୋର୍ ସୋର୍ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।ପ୍ରତ୍ୟେକ ଦଳରେ ଆଶାୟୀଙ୍କ ସଂଖ୍ୟା ଏକାଧିକ । ହେଲେ ବିଜେପି ଦଳରେ ଆଶାୟୀ ଅଧିକ ରହିଥିଲେ ମଧ୍ୟ ବିଜେପି ଦଳ ଏଠି କିନ୍ତୁ ଶୃଙ୍ଖଳିତ ଭାବେ ରାଜନୀତି ଚଳାଇ ଛନ୍ତି ।ଆଶାୟୀ ମାନଙ୍କ ମଧ୍ୟରେ କୌଣସି ମତଭେଦ ନଥିଲା ପରି ଲାଗୁଛି। ଯାହାକୁ ଟିକେଟ ମିଳିଲେ ମଧ୍ୟ ସମସ୍ତେ ସହଯୋଗ କରିବୁ ବୋଲି କହିଛନ୍ତି। ଆଜି ଲକ୍ଷ୍ମୀପୁର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି କିଛି ନାଗା ବାବାଙ୍କୁ ଦେଖିବାକୁ ମିଳିଛି।ପୁରୀରୁ ଜୟପୁର ଅଭିମୁଖେ ବାହାରିଥିବା ପାଞ୍ଚ ଜଣିଆ ଏକ ଦଳ ରାସ୍ତା କଡ଼ରେ ବିଜେପି କାର୍ଯ୍ୟାଳୟ ଦେଖି ଭିତରେ ପ୍ରବେଶ କରିଥିଲେ।ସେଠାରେ ବିଜେପିର କିଛି କର୍ମୀ, ଆଶାୟୀ ପ୍ରାର୍ଥୀ ରାଜେନ୍ଦ୍ର ନାଚିକା ଓ ଅନନ୍ତ ହୁଇକା ଉପସ୍ଥିତ ରହି ଆଗାମୀ ନିର୍ବାଚନ ବିଷୟରେ ଆଲୋଚନା କରୁଥିଲେ।ବାବା ଙ୍କୁ ଦେଖି ସମସ୍ତେ ଉଠି ପଡ଼ିଥିଲେ।ହେଲେ ଚଳିତ ନିର୍ବାଚନ କିନ୍ତୁ ବିଜେପି ସପକ୍ଷରେ ଜିବ ବୋଲି ବାବା ଙ୍କ ଠାରୁ ଶୁଣି ସବୁ ଖୁସି ହୋଇଯାଇଥିଲେ ।ହେଲେ ଅନନ୍ତ ହୁଇକା ଆଗରୁ ବାବାଙ୍କ ସମ୍ପର୍କରେ ଆସିଥିବାରୁ ସେଠାରୁ ବାହାରି ଚାଲି ଯାଇଥିଲେ କିନ୍ତୁ ରାଜେନ୍ଦ୍ର ବାବା ମାନଙ୍କ କଥାକୁ ନେଇ ପୁରା ଖୁସି ହୋଇ ଯାଇଥିଲେ। ଚଳିତ ନିର୍ବାଚନରେ କିଏ ଜିତୁଚି କିଏ ହାରୁଚି ତାହା ସମୟ କହିବ କିନ୍ତୁ ବାବାଙ୍କୁ ଖୁସି କରି ସେଠାରୁ ବିଦାୟୀ କରିଥିଲେ।
The post ଲକ୍ଷ୍ମୀପୁର ବିଜେପି କାର୍ଯ୍ୟଳୟରେ ନାଗା ବାବା… ଆଶାୟୀ ପ୍ରାର୍ଥୀ ଙ୍କୁ ଦେଲେ ଗୁରୁ ମନ୍ତ୍ର appeared first on Odisha.News.