ସ୍ବର୍ଗତ ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ
ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ମା’ବାପା ଛେଉଣ୍ଡ ଦୁଇ ନାବାଳଙ୍କ ନାମରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ବରଗଡ଼ ଶାଖା ପକ୍ଷରୁ ପିତାଙ୍କ ନାମରେ ଥିବା ଋଣ ଶୁଝିବାକୁ ସମନ ଜାରି କରାଯାଇଛି। ଏ ନେଇ ନାବାଳକ ଦ୍ୱୟ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମାମୁଁ ଘରେ ବୃଦ୍ଧ ଅଜାଙ୍କ ସହିତ ରହି ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି ପ୍ରତୀକ ପ୍ରିୟଦର୍ଶୀ ପୁଟା […] The post ସ୍ବର୍ଗତ ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ appeared first on Dharitri Odia News.
ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ମା’ବାପା ଛେଉଣ୍ଡ ଦୁଇ ନାବାଳଙ୍କ ନାମରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ବରଗଡ଼ ଶାଖା ପକ୍ଷରୁ ପିତାଙ୍କ ନାମରେ ଥିବା ଋଣ ଶୁଝିବାକୁ ସମନ ଜାରି କରାଯାଇଛି। ଏ ନେଇ ନାବାଳକ ଦ୍ୱୟ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମାମୁଁ ଘରେ ବୃଦ୍ଧ ଅଜାଙ୍କ ସହିତ ରହି ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି ପ୍ରତୀକ ପ୍ରିୟଦର୍ଶୀ ପୁଟା (୧୧) ଓ ପ୍ରାଜିତ ପ୍ରିୟଦର୍ଶୀ ପୁଟା (୭)। ସେମାନଙ୍କ ପିତା ବଲାଙ୍ଗୀର ଜିଲା ପଲସାପଦର ଗ୍ରାମର ବିଧୁ ଭୂଷଣ ପୁଟା ବରଗଡ଼ରେ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ କୋଭିଡ୍ କାଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକବର୍ଷର ବ୍ୟବଧାନରେ ସେମାନଙ୍କ ମାତାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏପରି କି କିଛିଦିନ ପରେ ସେମାନଙ୍କ ଜେଜେବାପା ମଧ୍ୟ ସେମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ନାବାଳକ ଦ୍ୱୟଙ୍କୁ ସେମାନଙ୍କ ମାତାଙ୍କ ପିତା (୭୨) ଆସି ନିଜ ଘର ସମ୍ବଲପୁର ଜିଲା କେନାଢ଼ିପାକୁ ନେଇ ଭରଣପୋଷଣ କରୁଛନ୍ତି।
ଏଭଳି ପରିସ୍ଥିତିରେ ୨୦୨୪ ଜାନୁଆରୀ ୩୦ରେ ପ୍ରତିକ ଓ ପ୍ରାଜିତଙ୍କ ନାମରେ ଭାରତୀୟ ଷ୍ଟେଟବ୍ୟାଙ୍କ ବରଗଡ଼ ଶାଖାରୁ ଏକ କୋର୍ଟ ନୋଟିସ ଆସିଥିଲା। ଏହି ନୋଟିସ ଦେଖି ସେମାନଙ୍କ ଅଜା ଜାଣିବାକୁ ପାଇଲେ ଯେ, ୨୦୧୮ରେ ବିଧୁଭୂଷଣ ବରଗଡ଼ରେ କାର୍ଯ୍ୟରତ ଥିବା ସମୟରେ ଭାରତୀୟ ଷ୍ଟେଟବ୍ୟାଙ୍କରୁ ଋଣ ନେଇଥିଲେ, ଯାହା ବର୍ତ୍ତମାନ ସୁଧମୂଳ ମିଶି ୪ ଲକ୍ଷ ୯୯ ହଜାର ପାଖାପାଖି ହୋଇଛି। ଏହାକୁ ପରିଶୋଧ କରିବା ପାଇଁ ତାଙ୍କ ନାବାଳକ ନାତିଦ୍ୱୟଙ୍କ ନାମରେ ଏହି ନୋଟିସ ଜାରି କରାଯାଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟେ ବୃଦ୍ଧ ଅଜାଙ୍କ ସହିତ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କୁ ଦେଖି କୋର୍ଟରେ ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଋଣ ଶୁଣିବାକୁ ଅକ୍ଷମ ଓ ନାବାଳକ ଦ୍ୱୟଙ୍କ ନିକଟକୁ କୋର୍ଟ ସମନ ନେଇ ଦୁଇ ଭାଇ ସେମାନଙ୍କ ପିତାଙ୍କ ଋଣକୁ ଛାଡ଼ କରି ନ୍ୟାୟ ପ୍ରଦାନ କରିବାକୁ ରାଷ୍ଟ୍ରପିତ ଓ ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ପତ୍ର ଲେଖିଛନ୍ତି।
The post ସ୍ବର୍ଗତ ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ appeared first on Dharitri Odia News.