ଲକ୍ଷ୍ମୀପୁର ରେ ଜାତୀୟ ସେବା ଯୋଜନା ଅଧିଗ୍ରହଣ ସମାରୋହ..
ଲକ୍ଷ୍ମୀପୁର ୨୭/୧୨ ..ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଏକ ସ୍ଵେଚ୍ଛାସେବୀ ଅଧିଗ୍ରହଣ ସମାରୋହ ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଯୁକ୍ତ ତିନି ଜାତୀୟ ସେବା ଯୋଜନା ସଂଯୋଜକ ଦୁର୍ଯ୍ଯୋଧନ ସାହୁ ସ୍ଵେଚ୍ଛାସେବୀ ମାନଙ୍କୁ ବିଭିନ୍ନ ସାମାଜିକ ସେବା ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ବିଷୟରେ ସୂଚେଇ ସ୍ୱଇଛାରେ କୌଣସିପ୍ରକାର ବି ସାମାଜିକ କାର୍ଯ୍ଯ ଯାହାକି ମାନବ କଲ୍ୟାଣରେ ସହାୟତା ହେବ ସେଥିରେ ସାମିଲ ହେବାକୁ […] The post ଲକ୍ଷ୍ମୀପୁର ରେ ଜାତୀୟ ସେବା ଯୋଜନା ଅଧିଗ୍ରହଣ ସମାରୋହ.. appeared first on Odisha.News.

ଲକ୍ଷ୍ମୀପୁର ୨୭/୧୨ ..ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଏକ ସ୍ଵେଚ୍ଛାସେବୀ ଅଧିଗ୍ରହଣ ସମାରୋହ ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଯୁକ୍ତ ତିନି ଜାତୀୟ ସେବା ଯୋଜନା ସଂଯୋଜକ ଦୁର୍ଯ୍ଯୋଧନ ସାହୁ ସ୍ଵେଚ୍ଛାସେବୀ ମାନଙ୍କୁ ବିଭିନ୍ନ ସାମାଜିକ ସେବା ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ବିଷୟରେ ସୂଚେଇ ସ୍ୱଇଛାରେ କୌଣସିପ୍ରକାର ବି ସାମାଜିକ କାର୍ଯ୍ଯ ଯାହାକି ମାନବ କଲ୍ୟାଣରେ ସହାୟତା ହେବ ସେଥିରେ ସାମିଲ ହେବାକୁ ପ୍ରବର୍ତ୍ତାଇ ଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଯୁକ୍ତ ଦୁଇ ବିଭାଗର ଯୁବ ରେଡକ୍ରସ ୟୁନିଟ୍ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଯୋଗ ଦେଇଥିବା ବେଳେ ଯୁବ ରେଡକ୍ରସ ଅଧିକାରୀଣି ଅଧ୍ୟାପିକା ସନ୍ତୋଷିନୀ ଦାସ, ଅଧ୍ୟାପିକା ମହିମା ରାଣୀ ରାଜୁ ଓ ଜୟଶ୍ରୀ ପଟ୍ଟନାୟକ ତଥା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ପରିଚାଳନା କରିଥିଲେ।
The post ଲକ୍ଷ୍ମୀପୁର ରେ ଜାତୀୟ ସେବା ଯୋଜନା ଅଧିଗ୍ରହଣ ସମାରୋହ.. appeared first on Odisha.News.