ଚୀନ ସହଯୋଗରେ ପରମାଣୁ ଅସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ: ଆମେରିକା ଗୁଇନ୍ଦା ରିପୋର୍ଟ

ଅପରେସନ ସିନ୍ଦୂର ପରେ ସତର୍କ ପାକିସ୍ତାନ। ଭାବୁଛି ତା’ ଅସ୍ଥିତ୍ୱ ପ୍ରତି ଭାରତ ଏକମାତ୍ର ବିପଦ। ଏଥିପାଇଁ ଚୀନ ସାହାଯ୍ୟରେ ଚୁପ୍ଚାପ ବଳ ଗୋଟାଉଛି ପାକିସ୍ତାନ। ଆତଙ୍କବାଦୀର ଏହି ଦେଶ ଚୀନର ସାମରିକ ଏବଂ ଆର୍ଥିକ ସହଯୋଗରେ ଏହାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବାରେ ଲାଗିପଡ଼ିଛି। ହେଲେ ଆମେରିକା ଗୁଇନ୍ଦା ସଂସ୍ଥାକୁ ପାକିସ୍ତାନର ଏହି ପ୍ରସ୍ତୁତି ବିଷୟରେ ଖବର ମିଳି ସାରିଛି। ରବିବାର ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବିପଦ ମୂଲ୍ୟାଙ୍କନ ରିପୋର୍ଟରେ […] The post ଚୀନ ସହଯୋଗରେ ପରମାଣୁ ଅସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ: ଆମେରିକା ଗୁଇନ୍ଦା ରିପୋର୍ଟ appeared first on Odisha.News.

ଚୀନ ସହଯୋଗରେ ପରମାଣୁ ଅସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ: ଆମେରିକା ଗୁଇନ୍ଦା ରିପୋର୍ଟ

ଅପରେସନ ସିନ୍ଦୂର ପରେ ସତର୍କ ପାକିସ୍ତାନ। ଭାବୁଛି ତା’ ଅସ୍ଥିତ୍ୱ ପ୍ରତି ଭାରତ ଏକମାତ୍ର ବିପଦ। ଏଥିପାଇଁ ଚୀନ ସାହାଯ୍ୟରେ ଚୁପ୍ଚାପ ବଳ ଗୋଟାଉଛି ପାକିସ୍ତାନ। ଆତଙ୍କବାଦୀର ଏହି ଦେଶ ଚୀନର ସାମରିକ ଏବଂ ଆର୍ଥିକ ସହଯୋଗରେ ଏହାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବାରେ ଲାଗିପଡ଼ିଛି। ହେଲେ ଆମେରିକା ଗୁଇନ୍ଦା ସଂସ୍ଥାକୁ ପାକିସ୍ତାନର ଏହି ପ୍ରସ୍ତୁତି ବିଷୟରେ ଖବର ମିଳି ସାରିଛି।

ରବିବାର ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବିପଦ ମୂଲ୍ୟାଙ୍କନ ରିପୋର୍ଟରେ ପାକିସ୍ତାନର ବିଷୟରେ ଏହି ଖୁଲାସା କରାଯାଇଛି।

ରିପୋର୍ଟ କହିଛି ଯେ ଆଗାମୀ ବର୍ଷଗୁଡ଼ିକରେ ପାକିସ୍ତାନ ସେନାର ପ୍ରମୁଖ ପ୍ରାଥମିକତା ହେଉଛି ପଡ଼ୋଶୀ ସହିତ ସୀମା ପାର ସଂଘର୍ଷ ଓ ଏହାର ପରମାଣୁ ଅସ୍ତ୍ରାଗାରର ନିରନ୍ତର ଆଧୁନିକୀକରଣ। ରିପୋର୍ଟରେ କୁହାଯାଇଛି ପାକିସ୍ତାନ ଏହାର ପରମାଣୁ ଅସ୍ତ୍ରାଗାରକୁ ଆଧୁନିକୀକରଣ କରୁଛି ଏବଂ ଏହାର ପରମାଣୁ ସାମଗ୍ରୀ ଏବଂ ପରମାଣୁ କମାଣ୍ଡ ଏବଂ ନିୟନ୍ତ୍ରଣର ସୁରକ୍ଷା ବଜାୟ ରଖିଛି। ପାକିସ୍ତାନ ପ୍ରାୟତଃ ବିଦେଶୀ ଯୋଗାଣକାରୀ ଏବଂ ମଧ୍ୟସ୍ଥିଙ୍କଠାରୁ WMD (ସମୂହ ବିନାଶକାରୀ ଅସ୍ତ୍ର) ପାଇଁ ପ୍ରଯୁଜ୍ୟ ସାମଗ୍ରୀ କିଣୁଛି।

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନ ଚୀନରୁ ସମୂହିକ ବିନାଶ ଅସ୍ତ୍ର (WMDs) ତିଆରି କରିବା ପାଇଁ ସାମଗ୍ରୀ ଏବଂ ଟେକ୍ନୋଲୋଜୀ ଆଣୁଛି। ଯେଉଁଗୁଡ଼ିକ ମଧ୍ୟରୁ କିଛି ହଂକଂ, ସିଙ୍ଗାପୁର, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶ ଦେଇ ଆସୁଛି।

ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନର ସାମରିକ ଉପକରଣର ମୁଖ୍ୟ ଯୋଗାଣକାରୀ ହୋଇଥିଲେ ମଧ୍ୟ, ପାକିସ୍ତାନରେ କାର୍ଯ୍ୟରତ ଚୀନ୍ ନାଗରିକମାନଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁ ଦୁଇ ଦେଶ ମଧ୍ୟରେ କିଛିଟା ସମ୍ପର୍କ ଖରାପ ହୋଇଛି। ଯାହା ଦୁଇ ସହଯୋଗୀ ଦେଶ ମଧ୍ୟରେ ଉତ୍ତେଜନା ବଢ଼ାଇବାର ଏକ କାରଣ ଭାବେ ଉଭା ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ଆମେରିକାର ସେନା ଗୁଇନ୍ଦା ରିପୋର୍ଟରେ କୁହାଯଇଛି “ପାକିସ୍ତାନ ଭାରତକୁ ଏକ ଅସ୍ତିତ୍ୱର ବିପଦ ଭାବରେ ଦେଖେ ଏବଂ ଭାରତର ପାରମ୍ପରିକ ସାମରିକ ସୁବିଧାକୁ ହ୍ରାସ କରିବା ପାଇଁ ଯୁଦ୍ଧକ୍ଷେତ୍ର ପରମାଣୁ ଅସ୍ତ୍ରଶସ୍ତ୍ର ବିକାଶ ସମେତ ଏହାର ସାମରିକ ଆଧୁନିକୀକରଣ ପ୍ରୟାସ ଜାରି ରଖିବ।”

The post ଚୀନ ସହଯୋଗରେ ପରମାଣୁ ଅସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ: ଆମେରିକା ଗୁଇନ୍ଦା ରିପୋର୍ଟ appeared first on Odisha.News.