ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମ, ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡା.ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଧର୍ମେନ୍ଦ୍ର ଓ ତାଙ୍କ ଧର୍ମପତ୍ନୀଙ୍କୁ ଭେଟି ଆଶ୍ଵାସନା ଦେଇଥିଲେ ରାଜନାଥ ସିଂ ଓ ଅନ୍ୟ ନେତାମାନେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ପୂର୍ବରୁ ମଧ୍ୟ ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ନଗେନ୍ଦ୍ର ସିଂ ପଟେଲଙ୍କ ସମେତ ଦେଶର ବହୁ ରାଜନେତା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହା ସହ ରାଜ୍ୟ ଓ ଦେଶର ବିଭିନ୍ନ କୋଣରୁ ସ୍ବର୍ଗତ ଡା.ଦେବେନ୍ଦ୍ର ପ୍ରଧାନଙ୍କୁ ଭଲପାଉଥିବା ସାଙ୍ଗଠନିକ କର୍ମକର୍ତ୍ତା, ରାଜନେତା, ସାମାଜିକ କର୍ମୀ ଓ ବିଶିଷ୍ଠ ବ୍ୟକ୍ତି ବିଶେଷ ମାନେ ଯୋଗଦେଇଛନ୍ତି। ତାଳଚେର PMIT କ୍ୟାମ୍ପସ ପରିସରରେ ଆୟୋଜିତ ହେଉଛି ଏକାଦଶାହ । ବ୍ରାହ୍ମଣଙ୍କ ଦ୍ଵାରା ବେଦ ମନ୍ତ୍ର ପାଠ କରାଯାଉଛି, ଭଜନ କୀର୍ତ୍ତନ ଚାଲିଛି। ଡା.ଦେବେନ୍ଦ୍ରଙ୍କ ଅନେକ ଫୋଟକୁ ନେଇ ଫଟୋ ଗ୍ୟାଲେରୀକୁ ହଜାର ହଜାର ଲୋକ ଦେଖିଛନ୍ତି। 

ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମ, ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡା.ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।

ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଧର୍ମେନ୍ଦ୍ର ଓ ତାଙ୍କ ଧର୍ମପତ୍ନୀଙ୍କୁ ଭେଟି ଆଶ୍ଵାସନା ଦେଇଥିଲେ ରାଜନାଥ ସିଂ ଓ ଅନ୍ୟ ନେତାମାନେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ପୂର୍ବରୁ ମଧ୍ୟ ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ନଗେନ୍ଦ୍ର ସିଂ ପଟେଲଙ୍କ ସମେତ ଦେଶର ବହୁ ରାଜନେତା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

 

ଏହା ସହ ରାଜ୍ୟ ଓ ଦେଶର ବିଭିନ୍ନ କୋଣରୁ ସ୍ବର୍ଗତ ଡା.ଦେବେନ୍ଦ୍ର ପ୍ରଧାନଙ୍କୁ ଭଲପାଉଥିବା ସାଙ୍ଗଠନିକ କର୍ମକର୍ତ୍ତା, ରାଜନେତା, ସାମାଜିକ କର୍ମୀ ଓ ବିଶିଷ୍ଠ ବ୍ୟକ୍ତି ବିଶେଷ ମାନେ ଯୋଗଦେଇଛନ୍ତି। ତାଳଚେର PMIT କ୍ୟାମ୍ପସ ପରିସରରେ ଆୟୋଜିତ ହେଉଛି ଏକାଦଶାହ । ବ୍ରାହ୍ମଣଙ୍କ ଦ୍ଵାରା ବେଦ ମନ୍ତ୍ର ପାଠ କରାଯାଉଛି, ଭଜନ କୀର୍ତ୍ତନ ଚାଲିଛି। ଡା.ଦେବେନ୍ଦ୍ରଙ୍କ ଅନେକ ଫୋଟକୁ ନେଇ ଫଟୋ ଗ୍ୟାଲେରୀକୁ ହଜାର ହଜାର ଲୋକ ଦେଖିଛନ୍ତି।