ଲକ୍ଷ୍ମୀପୁର ରେ ଯୋଗ ଦିବସ

ଲକ୍ଷ୍ମୀପୁର ରେ ଯୋଗ ଦିବସ ଲକ୍ଷ୍ମୀପୁର ୨୧/୦୬ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ପ୍ରଶାସନ ତରଫରୁ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଯୋଗାଦିବସ ରେ ଶତାଧିକ ଛାତ୍ର ଛାତ୍ରୀ ଙ୍କ ସମେତ ସରକାରୀ କର୍ମଚାରୀ ସ୍ଥାନୀୟ ଲୋକେ, ମହିଳା ପୁରୁଷ ସାମିଲ ହୋଇଥିଲେ। ଯୋଗ ସ୍ଵାସ୍ଚ୍ୟ ପକ୍ଷେ ଭଲ ତେଣୁ ନିୟମିତ ଯୋଗ କରିବା ସକାଶେ ପରାମର୍ଶ ଦିଆଯାଇଥିଲା। ସ୍ଥାନୀୟ ବିଡ଼ିଓ, ତହସିଲଦାର ଙ୍କ ସମେତ ବ୍ଳକ ସ୍ତରୀୟ ସରକାରୀ […] The post ଲକ୍ଷ୍ମୀପୁର ରେ ଯୋଗ ଦିବସ appeared first on Odisha.News.

ଲକ୍ଷ୍ମୀପୁର ରେ ଯୋଗ ଦିବସ

ଲକ୍ଷ୍ମୀପୁର ରେ ଯୋଗ ଦିବସ
ଲକ୍ଷ୍ମୀପୁର ୨୧/୦୬ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ପ୍ରଶାସନ ତରଫରୁ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଯୋଗାଦିବସ ରେ ଶତାଧିକ ଛାତ୍ର ଛାତ୍ରୀ ଙ୍କ ସମେତ ସରକାରୀ କର୍ମଚାରୀ ସ୍ଥାନୀୟ ଲୋକେ, ମହିଳା ପୁରୁଷ ସାମିଲ ହୋଇଥିଲେ। ଯୋଗ ସ୍ଵାସ୍ଚ୍ୟ ପକ୍ଷେ ଭଲ ତେଣୁ ନିୟମିତ ଯୋଗ କରିବା ସକାଶେ ପରାମର୍ଶ ଦିଆଯାଇଥିଲା। ସ୍ଥାନୀୟ ବିଡ଼ିଓ, ତହସିଲଦାର ଙ୍କ ସମେତ ବ୍ଳକ ସ୍ତରୀୟ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ପ୍ରଥମ ଥର ସକାଶେ ଓଡିଶା ର ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବ୍ୟାନର ଯୋଗ ପଡିଆ ରେ ଦେଖିବାକୁ ମିଳିଥିଲା। ସେହିପରି ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ   ଗିରିଜା କୁମାର ଚୌଧୁରୀଙ୍କ ତତ୍ତ୍ଵାବଧାନରେ ଯୋଗ ଦିବସ ପାଳନ କରାଯାଇଥିଲା l ଏହି ଅବସରରେ ଯୋଗ  ପ୍ରଶିକ୍ଷକ ଡାଃ ଦେବେଶ କୁମାର ବେହେରା  ପ୍ରଥମେ ଯୋଗ କଣ? ଏହାର ଉପକାରିତା ତଥା ବିଭିନ୍ନ ପ୍ରକାର ଯୋଗାସନ ବିଷୟରେ ବିସ୍ତୃତ ବର୍ଣନା କରି ଉପସ୍ଥିତ ଛାତ୍ରଛାତ୍ରୀ,ତଥା ଅନ୍ୟ ମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଇ ଥିଲେ l ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଅଂଶଗ୍ରହଣ କରି  ଯୋଗ ଅଭ୍ୟାସ କରିଥିଲେ।

The post ଲକ୍ଷ୍ମୀପୁର ରେ ଯୋଗ ଦିବସ appeared first on Odisha.News.