ଲକ୍ଷ୍ମୀପୁରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା, ୧୩୫ କୋଟି ଟଙ୍କାର ଅନୁଦାନ ଘୋଷଣା
ଲକ୍ଷ୍ମୀପୁର : କୋରାପୁଟ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଲୋକଙ୍କ ଠାରୁ ଦାବି ପତ୍ର ଗ୍ରହଣ ଜରିଛନ୍ତି ଭିକେ ପାଣ୍ଡିଆନ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ପୋଡାଗଡ ଓ କାକିରିଗୁମାରେ ୨ଟି ନୁଆ କଲେଜ । ନାରାୟଣପାଟଣା ବନ୍ଧୁଗାଁ ବ୍ଲକରେ ଥିବା କଲେଜକୁ ଡିଗ୍ରୀ କଲେଜ ମାନ୍ୟତା ,ଦଶମନ୍ତପୁର କଲେଜର ରୁପନ୍ତରିତ ସକାଶେ ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ଲକ୍ଷ୍ମୀପୁର ସମାବେଶରେ […] The post ଲକ୍ଷ୍ମୀପୁରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା, ୧୩୫ କୋଟି ଟଙ୍କାର ଅନୁଦାନ ଘୋଷଣା appeared first on KNews Odisha.

ଲକ୍ଷ୍ମୀପୁର : କୋରାପୁଟ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଲୋକଙ୍କ ଠାରୁ ଦାବି ପତ୍ର ଗ୍ରହଣ ଜରିଛନ୍ତି ଭିକେ ପାଣ୍ଡିଆନ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ପୋଡାଗଡ ଓ କାକିରିଗୁମାରେ ୨ଟି ନୁଆ କଲେଜ । ନାରାୟଣପାଟଣା ବନ୍ଧୁଗାଁ ବ୍ଲକରେ ଥିବା କଲେଜକୁ ଡିଗ୍ରୀ କଲେଜ ମାନ୍ୟତା ,ଦଶମନ୍ତପୁର କଲେଜର ରୁପନ୍ତରିତ ସକାଶେ ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ଲକ୍ଷ୍ମୀପୁର ସମାବେଶରେ ଘୋଷଣା କରିଛନ୍ତି ।ଏହା ସହ ନାରାୟଣ ପାଟଣା ଝଂଜାବତୀ ନଦୀରେ ୧୦୦ କୋଟି ଟଙ୍କା ବ୍ୟୟରେ ଡ୍ୟାମ ନିର୍ମାଣ,ମୁରାଣ ଡ୍ୟାମ ଉପରେ ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପୋଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ମୋଟ ୧୩୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ୫ଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି
ଲକ୍ଷ୍ମୀପୁର ଷ୍ଟାଡିୟମ ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମରେ ଯୋଗଦେଇ ନବୀନ ସରକାରଙ୍କ ସଫଳ କାର୍ଯ୍ୟକ୍ରମ ଉପରେ ୫ଟି ଅଧ୍ୟକ୍ଷ ଭିଜେ ପାଣ୍ଡିଆନ ଗୋଟି ଗୋଟି କରି ପ୍ରକଳ୍ପର ନାମ କହିଥିଲେ । ନିର୍ବାଚନ ମଣ୍ଡଳିର ପ୍ରତି ପଂଚାୟତକୁ ଗୋଟାଏ ମନ୍ଦିର , ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି କେନ୍ଦ୍ର ନିର୍ମାଣ କରାଯିବ ଏଥିସହ ଆସନ୍ତା ୧୦ ଦିନ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ମୂଖ୍ୟମନ୍ତ୍ରୀ ରାଜ୍ୟର ସର୍ବାଙ୍ଗିନ ଉନ୍ନତି ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ଆଗାମୀ ଦିନରେ ଲୋକଙ୍କ ସବୁ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।
ଗରୀବଙ୍କୁ ମିଳୁଥୁବା ମାସିକ ଭତାର ପରିମାଣ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ବୋଲି ୫ଟି ଅଧ୍ୟକ୍ଷ ସୂଚନା ଦେଇଥିଲେ । ନାରାୟଣପାଟଣା ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ୪ କୋଟି ଟଙ୍କା ଆର୍ଥିକ ଅନୁଦାନ ରାଜ୍ୟ ସରକାର ଦେଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକର ନିଲାବାଡିସ୍ଥ ଅଗ୍ନି ଗାଙ୍ଗମା ମନ୍ଦିରର ଉନ୍ନତି କରଣ ପାଇଁ ୨ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ମାସିକ ଭତ୍ତା ପାଉଥିବା ଲୋକଙ୍କ ଦାବିକୁ ଗ୍ରହଣ କରି ରାଜ୍ୟରେ ଖୁବ ଶୀଘ୍ର ଭତା ଟଙ୍କା ବୃଦ୍ଧି କରିବାକୁ ମୂଖ୍ୟମନ୍ତ୍ରୀ ନିଷ୍ପତି ନେଇଥିବା କହିଛନ୍ତି । ଲକ୍ଷ୍ମୀପୁରର ଜଣେ ଦିବ୍ୟାଙ୍ଗଙ୍କ ଦାବି ପତ୍ର ଗ୍ରହଣ କରି ସନସ୍ୟାର ସମାଧାନ କରିବି ବୋଲି ପ୍ରତିଶୃତି ଦେଇଥିବାରୁ ଦିବ୍ୟାଙ୍ଗ ଜଣକ ଖୁସି ପ୍ରକଟ କରିଛନ୍ତି । ଆଜିର ସମାବେଶରେ ଲକ୍ଷ୍ମୀପୁର,ନାରାୟଣପାଟଣା,ବନ୍ଧୁଗାଁ,ଦଶମନ୍ତପୁର ୪ ଟି ବ୍ଲକର ହଜାର ହଜାର ଲୋକେ ଯୋଗଦେଇଥିଲେ ।
The post ଲକ୍ଷ୍ମୀପୁରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା, ୧୩୫ କୋଟି ଟଙ୍କାର ଅନୁଦାନ ଘୋଷଣା appeared first on KNews Odisha.