ଲକ୍ଷ୍ୟହୀନ ସରକାରୀ ପ୍ରକଳ୍ପ । ବିକାଶ ଅଭାବରୁ ଭୂତକୋଠି ପାଲଟିଛି ଜୟପୁରର ଦଣ୍ଡକାରଣ୍ୟ ପ୍ରକଳ୍ପ

କନକ ବ୍ୟୁରୋ: ଜୟପୁର ଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଣ୍ଡକାରଣ୍ୟ ପ୍ରୋଜେକ୍ଟ। ବିସ୍ଥାପିତଙ୍କ ଥଇଥାନ ପାଇଁ ୩୭୨ଟି ଘର ତିଆରି କରାଯାଇଛି। ଅଳ୍ପ କିଛି ଘର ସରକାରୀ ବିଭାଗକୁ ଦିଆଯାଇଛି। ବାକି ସବୁ ଘର ଯେମିତି ଭୂତକୋଠି ପାଲଟିଛି। କାହାର କବାଟ ଭାଙ୍ଗିଗଲାଣି ତ ଆଉ କାହାର ଟିଣ ଛପର ଉଡ଼ିଗଲାଣି। ଘର ଭିତରେ ଅନାବନା ଗଛ ଭର୍ତ୍ତି ହୋଇଗଲାଣି। ସରକାରୀ ଅନୁଦାନରେ ତିଆରି ହୋଇଥିବା ଘର ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ତଥାପି ପ୍ରଶାସନର ନଜର ନାହିଁ। ୧୯୬୦ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବିସ୍ଥାପିତ ବଙ୍ଗୀୟଙ୍କୁ ଥଇଥାନ କରିବା ପାଇଁ ଦଣ୍ଡକାରଣ୍ୟ ପ୍ରକଳ୍ପର ପରିକଳ୍ପନା ହୋଇଥିଲା। ୩୦୦ ଏକର ପରିଧିରେ ଘର ତିଆରି ହେଲା। ୧୯୮୦ରେ କେନ୍ଦ୍ର ସରକାର ଓହରିଯିବାରୁ ପ୍ରକଳ୍ପଟି ରାଜ୍ୟ ସରକାରଙ୍କ ହାତକୁ ଗଲା। କିନ୍ତୁ ଦାୟିତ୍ୱରେ ଥିବା ପ୍ରଶାସନ ଏହାର ବିକାଶ ଦିଗରେ ଦୃଷ୍ଟି ନଦେବାରୁ ଏବେ ଶ୍ରୀହୀନ ହୋଇପଡ଼ିଛି।  ତେବେ ସରକାର ଅନେକ ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ସ୍ଥାନ ପ୍ରତି ଏତେ ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠିଛି।   

ଲକ୍ଷ୍ୟହୀନ ସରକାରୀ ପ୍ରକଳ୍ପ । ବିକାଶ ଅଭାବରୁ ଭୂତକୋଠି ପାଲଟିଛି ଜୟପୁରର ଦଣ୍ଡକାରଣ୍ୟ ପ୍ରକଳ୍ପ

କନକ ବ୍ୟୁରୋ: ଜୟପୁର ଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଣ୍ଡକାରଣ୍ୟ ପ୍ରୋଜେକ୍ଟ। ବିସ୍ଥାପିତଙ୍କ ଥଇଥାନ ପାଇଁ ୩୭୨ଟି ଘର ତିଆରି କରାଯାଇଛି। ଅଳ୍ପ କିଛି ଘର ସରକାରୀ ବିଭାଗକୁ ଦିଆଯାଇଛି। ବାକି ସବୁ ଘର ଯେମିତି ଭୂତକୋଠି ପାଲଟିଛି। କାହାର କବାଟ ଭାଙ୍ଗିଗଲାଣି ତ ଆଉ କାହାର ଟିଣ ଛପର ଉଡ଼ିଗଲାଣି। ଘର ଭିତରେ ଅନାବନା ଗଛ ଭର୍ତ୍ତି ହୋଇଗଲାଣି। ସରକାରୀ ଅନୁଦାନରେ ତିଆରି ହୋଇଥିବା ଘର ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ତଥାପି ପ୍ରଶାସନର ନଜର ନାହିଁ।

୧୯୬୦ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବିସ୍ଥାପିତ ବଙ୍ଗୀୟଙ୍କୁ ଥଇଥାନ କରିବା ପାଇଁ ଦଣ୍ଡକାରଣ୍ୟ ପ୍ରକଳ୍ପର ପରିକଳ୍ପନା ହୋଇଥିଲା। ୩୦୦ ଏକର ପରିଧିରେ ଘର ତିଆରି ହେଲା। ୧୯୮୦ରେ କେନ୍ଦ୍ର ସରକାର ଓହରିଯିବାରୁ ପ୍ରକଳ୍ପଟି ରାଜ୍ୟ ସରକାରଙ୍କ ହାତକୁ ଗଲା। କିନ୍ତୁ ଦାୟିତ୍ୱରେ ଥିବା ପ୍ରଶାସନ ଏହାର ବିକାଶ ଦିଗରେ ଦୃଷ୍ଟି ନଦେବାରୁ ଏବେ ଶ୍ରୀହୀନ ହୋଇପଡ଼ିଛି। 

ତେବେ ସରକାର ଅନେକ ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ସ୍ଥାନ ପ୍ରତି ଏତେ ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠିଛି।