ଲଗାଣ ବର୍ଷା ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ, ପୋଲ ଉପରେ ଚାଲୁଛି ୩ ଫୁଟର ପାଣି
କାଲିମେଳା ୬।୯: ପୁଣି ବୁଡ଼ିଲା ପୋଲ I ଲଗାଣ ବର୍ଷା ଯୋଗୁଁ କାଲିମେଳା ବ୍ଲକ ଅଧୀନ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି I ଯାହା ଫଳରେ ମାଲକାନଗିରି ଜିଲ୍ଲା ସହିତ କାଲିମେଳା ବ୍ଲକ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଠିକ୍ ସେହିପରି କାଲିମେଳା ବ୍ଲକ ସହିତ ପଡିଆ ବ୍ଲକ୍କୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୨ରୁ ୩ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି I ଯାହା ଫଳରେ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକର ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରିହିଛି I ପଡୋଶୀ ରାଜ୍ୟ ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସହିତ ମାଲକାନଗିରିକୁ ଯୋଗାଯୋଗ ବନ୍ଦ ରହିଛି । ବନ୍ୟାଜଳ ପ୍ରବାହିତ ହେଉଥିବା କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର, ଘରୋଇ, ସରକାରୀ ବସ୍ ଗୁଡିକ ଅଟକି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପୋଲ ନିକଟରେ ମୁତୟନ ଅଛନ୍ତି । ଅମାନ୍ୟ ମାନଙ୍କୁ ପୋଲରେ ପାରି ନ ହେବାକୁ ବାରଣ କରୁଛନ୍ତି ।You Can Read:ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି : ଘରେ ପଶି ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ
କାଲିମେଳା ୬।୯: ପୁଣି ବୁଡ଼ିଲା ପୋଲ I ଲଗାଣ ବର୍ଷା ଯୋଗୁଁ କାଲିମେଳା ବ୍ଲକ ଅଧୀନ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି I ଯାହା ଫଳରେ ମାଲକାନଗିରି ଜିଲ୍ଲା ସହିତ କାଲିମେଳା ବ୍ଲକ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଠିକ୍ ସେହିପରି କାଲିମେଳା ବ୍ଲକ ସହିତ ପଡିଆ ବ୍ଲକ୍କୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୨ରୁ ୩ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି I ଯାହା ଫଳରେ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକର ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରିହିଛି I ପଡୋଶୀ ରାଜ୍ୟ ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସହିତ ମାଲକାନଗିରିକୁ ଯୋଗାଯୋଗ ବନ୍ଦ ରହିଛି । ବନ୍ୟାଜଳ ପ୍ରବାହିତ ହେଉଥିବା କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର, ଘରୋଇ, ସରକାରୀ ବସ୍ ଗୁଡିକ ଅଟକି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପୋଲ ନିକଟରେ ମୁତୟନ ଅଛନ୍ତି । ଅମାନ୍ୟ ମାନଙ୍କୁ ପୋଲରେ ପାରି ନ ହେବାକୁ ବାରଣ କରୁଛନ୍ତି ।
You Can Read:
ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି : ଘରେ ପଶି ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ