ଲଗାଣ ବର୍ଷାର ପ୍ରଭାବ, ଖୋଲିଲା ଲମତାପୁଟ ଜଲାପୁଟ ଡ୍ୟାମର ୫ ଗେଟ୍
ଲମତାପୁଟ: ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଖୋଲିଲା ଜଲାପୁଟ ଡ୍ୟାମର ୫ଟି ଗେଟ। ଜଲାପୁଟ ଡ୍ୟାମର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୨୭୪୯ ଫୁଟକୁ ଛୁଇଁଛି l ଜଳଭଣ୍ଡାରକୁ ପିଛା ୨ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ଜଲାପୁଟର ସ୍ପିଲ ଓ୍ବେ ଡ୍ୟାମ ଦେଇ ୬ ହଜାର କ୍ୟୁସେକ ଏବଂ ମୁଖ୍ୟ ଡ୍ୟାମ ଦେଇ ୨ ହଜାର କ୍ୟୁସେକ ପାଣି ଜଳ ଛଡ଼ାଯାଉଛି lଆଉ ଏହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମରେ ପହଞ୍ଚିବା ଫଳରେ ସେଠାରେ ମଧ୍ୟ ଜଳସ୍ତର ବଢ଼ିଛି। ଏମିତିରେ ଡି.ଡ୍ୟାମରେ ମଧ୍ୟ ତିନୋଟି ଗେଟ ଖୋଲାଯାଇଛି l ବର୍ତ୍ତମାନ ଏଠାରୁ ୧୩ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ଏଠାରେ ଡ୍ୟାମ କ୍ଷମତା ୨୫୯୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୨୫୮୬ ଛୁଇଁଛି। ସେପଟେ ପାଣିପାଗ ବିଭାଗରୁ କୋରାପୁଟ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇବା ସୂଚନା ରହିଥିବାବେଳେ ଆଗକୁ ବର୍ଷାର ପରିମାଣ ବଢ଼ିଲେ ଆହୁରି ଗେଟଇ ଖୋଲାଯାଇପାରେ ବୋଲି କହିଛନ୍ତି ପ୍ରକଳ୍ପ ।
ଲମତାପୁଟ: ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଖୋଲିଲା ଜଲାପୁଟ ଡ୍ୟାମର ୫ଟି ଗେଟ। ଜଲାପୁଟ ଡ୍ୟାମର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୨୭୪୯ ଫୁଟକୁ ଛୁଇଁଛି l ଜଳଭଣ୍ଡାରକୁ ପିଛା ୨ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ଜଲାପୁଟର ସ୍ପିଲ ଓ୍ବେ ଡ୍ୟାମ ଦେଇ ୬ ହଜାର କ୍ୟୁସେକ ଏବଂ ମୁଖ୍ୟ ଡ୍ୟାମ ଦେଇ ୨ ହଜାର କ୍ୟୁସେକ ପାଣି ଜଳ ଛଡ଼ାଯାଉଛି l
ଆଉ ଏହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମରେ ପହଞ୍ଚିବା ଫଳରେ ସେଠାରେ ମଧ୍ୟ ଜଳସ୍ତର ବଢ଼ିଛି। ଏମିତିରେ ଡି.ଡ୍ୟାମରେ ମଧ୍ୟ ତିନୋଟି ଗେଟ ଖୋଲାଯାଇଛି l ବର୍ତ୍ତମାନ ଏଠାରୁ ୧୩ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି।
ଏଠାରେ ଡ୍ୟାମ କ୍ଷମତା ୨୫୯୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୨୫୮୬ ଛୁଇଁଛି। ସେପଟେ ପାଣିପାଗ ବିଭାଗରୁ କୋରାପୁଟ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇବା ସୂଚନା ରହିଥିବାବେଳେ ଆଗକୁ ବର୍ଷାର ପରିମାଣ ବଢ଼ିଲେ ଆହୁରି ଗେଟଇ ଖୋଲାଯାଇପାରେ ବୋଲି କହିଛନ୍ତି ପ୍ରକଳ୍ପ ।