ପୁଲିସ ଗାଡିରୁ ହଟିବ ହଳଦିଆ ବତି, ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ପୁଲିସ ଗାଡିରୁ ହଟିବ ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌ ବଦଳରେ ଏଣିକି ପୁଲିସ ଗାଡିରେ ଧଳା-ନାଲି-ନିଳ ମିଶା ସାଇରନ୍‌ ଲାଗିବ। ଏନେଇ ସମସ୍ତ ଜିଲ୍ଲାର ଏସପିଙ୍କ ସମେତ କଟକ-ଭୁବନେଶ୍ବର ଡିସିପି, କମାଣ୍ଟାଣ୍ଡ ଓ ପୁଲିସ ଅଧିକାରୀଙ୍କୁ ଚିଠି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଚିଠି ଅନୁସାରେ କେବଳ ଅଗ୍ନିଶମ, ପାଟ୍ରୋଲିଂରେ ନିୟୋଜିତ ଗାଡ଼ିରେ ହଳଦିଆ ସାଇରନ୍‌ ଲାଗିପାରିବ। ପୁଲିସ ଗାଡିରେ […]

ପୁଲିସ ଗାଡିରୁ ହଟିବ ହଳଦିଆ ବତି, ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ
yellow light will removed from police vehicle

ଭୁବନେଶ୍ବର : ପୁଲିସ ଗାଡିରୁ ହଟିବ ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌ ବଦଳରେ ଏଣିକି ପୁଲିସ ଗାଡିରେ ଧଳା-ନାଲି-ନିଳ ମିଶା ସାଇରନ୍‌ ଲାଗିବ। ଏନେଇ ସମସ୍ତ ଜିଲ୍ଲାର ଏସପିଙ୍କ ସମେତ କଟକ-ଭୁବନେଶ୍ବର ଡିସିପି, କମାଣ୍ଟାଣ୍ଡ ଓ ପୁଲିସ ଅଧିକାରୀଙ୍କୁ ଚିଠି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ।

Screenshot 6

କ୍ରାଇମବ୍ରାଞ୍ଚର ଚିଠି ଅନୁସାରେ କେବଳ ଅଗ୍ନିଶମ, ପାଟ୍ରୋଲିଂରେ ନିୟୋଜିତ ଗାଡ଼ିରେ ହଳଦିଆ ସାଇରନ୍‌ ଲାଗିପାରିବ। ପୁଲିସ ଗାଡିରେ ଧଳା-ନାଲି-ନିଳ ମିଶା ସାଇରନ୍‌ ଲାଇଟ୍‌ ବ୍ୟବହାର ନେଇ ୨୦୧୭ ମସିହାରେ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର ।କିନ୍ତୁ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖା ଦେବା ପରେ କ୍ରାଇମବ୍ରାଞ୍ଚର ତତ୍ପରତା ପ୍ରକାଶ କରିବା ସହ ଏନେଇ ସମସ୍ତ ଜିଲ୍ଲାର ଏସପିଙ୍କୁ ଚିଠି କରିଛି।