ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା, ରାସ୍ତାକଡ଼ରେ ଅଟକି ରହିଛି ଗାଡି

ନବରଙ୍ଗପୁର ୭।୮: ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା । ସୃଷ୍ଟି ହେଲା ୮ ଫୁଟର ଘାଇ । ଫଳରେ ରାସ୍ତାକଡ଼ରେ ଗାଡିଗୁଡିକ ଅଟକି ରହିଛି l ତେଣୁ, ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଅନ୍ୟପଟେ ନବରଙ୍ଗପୁର ପୂର୍ତ୍ତ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ଘାଇକୁ ମାଟି ଓ ବାଲି ବସ୍ତା ପକାଇ ସମତଳ କରିବାକୁ ଚେଷ୍ଟା କରୁଛନ୍ତି l ନବରଙ୍ଗପୁର ଜିଲ୍ଲାରେ ଦୁଇ ଦିନର ଲଗାଣ ବର୍ଷାରେ ତେନ୍ତୁଳିଖୁଣ୍ଟି-ଖାତିଗୁଡା ରାସ୍ତାର କହ୍ନେଇମୁଣ୍ଡା ଗ୍ରାମ ନିକଟରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇ ୮ ଫୁଟର ଘାଇ ସୃଷ୍ଟି ହୋଇଛି l ସେଠାରେ ନବରଙ୍ଗପୁର ପୂର୍ତ୍ତ ବିଭାଗ ପକ୍ଷରୁ ୫.୦୪   କୋଟି ଟଙ୍କା ବ୍ୟୟରେ ସୁଉଚ୍ଚ ସେତୁ ନିର୍ମାଣ କରାଯାଉଥିବାରୁ ଲୋକଙ୍କ ଗମନାଗମନ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା l ବର୍ତ୍ତମାନ ସେଠାରେ ୮ ଫୁଟର ଘାଇ ସୃଷ୍ଟି ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି l ତେବେ ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କ ଘାଇକୁ ସମତଳ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଯାତାୟାତ ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇପାରୁନଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଗଡ଼ିଗୁଡିକ ଛିଡାହୋଇ ରହିଛି ।You Can Read:ଦେବୀ ନଦୀକୁ ଶୌଚ ହେବାକୁ ଯାଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା, ରାସ୍ତାକଡ଼ରେ ଅଟକି ରହିଛି ଗାଡି

ନବରଙ୍ଗପୁର ୭ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା । ସୃଷ୍ଟି ହେଲା ୮ ଫୁଟର ଘାଇ । ଫଳରେ ରାସ୍ତାକଡ଼ରେ ଗାଡିଗୁଡିକ ଅଟକି ରହିଛି l ତେଣୁ, ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଅନ୍ୟପଟେ ନବରଙ୍ଗପୁର ପୂର୍ତ୍ତ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ଘାଇକୁ ମାଟି ଓ ବାଲି ବସ୍ତା ପକାଇ ସମତଳ କରିବାକୁ ଚେଷ୍ଟା କରୁଛନ୍ତି l 

ନବରଙ୍ଗପୁର ଜିଲ୍ଲାରେ ଦୁଇ ଦିନର ଲଗାଣ ବର୍ଷାରେ ତେନ୍ତୁଳିଖୁଣ୍ଟି-ଖାତିଗୁଡା ରାସ୍ତାର କହ୍ନେଇମୁଣ୍ଡା ଗ୍ରାମ ନିକଟରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇ ୮ ଫୁଟର ଘାଇ ସୃଷ୍ଟି ହୋଇଛି l ସେଠାରେ ନବରଙ୍ଗପୁର ପୂର୍ତ୍ତ ବିଭାଗ ପକ୍ଷରୁ ୫.୦୪   କୋଟି ଟଙ୍କା ବ୍ୟୟରେ ସୁଉଚ୍ଚ ସେତୁ ନିର୍ମାଣ କରାଯାଉଥିବାରୁ ଲୋକଙ୍କ ଗମନାଗମନ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା l ବର୍ତ୍ତମାନ ସେଠାରେ ୮ ଫୁଟର ଘାଇ ସୃଷ୍ଟି ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି l ତେବେ ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କ ଘାଇକୁ ସମତଳ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଯାତାୟାତ ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇପାରୁନଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଗଡ଼ିଗୁଡିକ ଛିଡାହୋଇ ରହିଛି ।

You Can Read:

ଦେବୀ ନଦୀକୁ ଶୌଚ ହେବାକୁ ଯାଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି