ଲଗାତାର ଚତୁର୍ଥ ଦିନରେ ବିମାନରେ ବୋମା ଧମକ ! ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆର ବିମାନ
ନୂଆଦିଲ୍ଲୀ: ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ। ଧମକ ପରେ ସୁରକ୍ଷା ଦୃଷ୍ଟିରୁ ଲଣ୍ଡନରେ ଜରୁରୀ ଅବତରଣ କରିଛି ବିମାନ। ବ୍ରିଟେନ୍ ରାଜଧାନୀ ଉପରେ ଉଡ଼ାଣ ବେଳେ ବିମାନକୁ ଏକ ଜରୁରୀକାଳୀନ ସଙ୍କେତ ପଠାଯାଇଥିଲା। ଆଜି ପାଞ୍ଚଟି ଏୟାର ଇଣ୍ଡିଆ ବିମାନ, ଦୁଇଟି ଭିଷ୍ଟାରା ଏବଂ ଦୁଇଟି ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିଛି। ଏହି ସପ୍ତାହରେ ବିମାନ ସେବା ଦ୍ୱାରା ଗ୍ରହଣ କରାଯାଇଥିବା ଧମକ କଲ୍ ତାଲିକା ବଢ଼ିବାରେ ଲାଗିଛି।ଏୟାର ଇଣ୍ଡିଆର ବୋଇଙ୍ଗ-777 ମୁମ୍ବାଇରୁ ସକାଳ ୭:୦୫ରେ ଉଡ଼ାଣ ଭରିଥିଲା। ଇଷ୍ଟ ଇଂଲଣ୍ଡ ଉପରେ ଉଡୁଥିବା ବେଳେ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଅବତରଣ କରିବାର ଏକ ଘଣ୍ଟା ପୂର୍ବରୁ AI-129ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ରାତି ୧୨:୦୫ (ଇଂଲଣ୍ଡ ସମୟ ଅନୁସାରେ) ଅବତରଣ କରିବାର ଥିଲା। କ୍ରମାଗତ ଚତୁର୍ଥ ଦିନ ପାଇଁ ବୋମା ଧମକ ଜାରି ରହିଛି। ଚାରି ଦିନରେ ଅତି କମରେ ୨୦ଟି ବିମାନକୁ ଧମକ ମିଳିଛି। ଆଜି ଏୟାର ଇଣ୍ଡିଆର ୫ଟି ବିମାନ, ଭିଷ୍ଟାରାର ଦୁଇଟି ଏବଂ ଇଣ୍ଡିଗୋର ଦୁଇଟି ବିମାନରେ ବୋମା ଧମକ ମିଳିଛି।
ନୂଆଦିଲ୍ଲୀ: ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ। ଧମକ ପରେ ସୁରକ୍ଷା ଦୃଷ୍ଟିରୁ ଲଣ୍ଡନରେ ଜରୁରୀ ଅବତରଣ କରିଛି ବିମାନ। ବ୍ରିଟେନ୍ ରାଜଧାନୀ ଉପରେ ଉଡ଼ାଣ ବେଳେ ବିମାନକୁ ଏକ ଜରୁରୀକାଳୀନ ସଙ୍କେତ ପଠାଯାଇଥିଲା। ଆଜି ପାଞ୍ଚଟି ଏୟାର ଇଣ୍ଡିଆ ବିମାନ, ଦୁଇଟି ଭିଷ୍ଟାରା ଏବଂ ଦୁଇଟି ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିଛି। ଏହି ସପ୍ତାହରେ ବିମାନ ସେବା ଦ୍ୱାରା ଗ୍ରହଣ କରାଯାଇଥିବା ଧମକ କଲ୍ ତାଲିକା ବଢ଼ିବାରେ ଲାଗିଛି।
ଏୟାର ଇଣ୍ଡିଆର ବୋଇଙ୍ଗ-777 ମୁମ୍ବାଇରୁ ସକାଳ ୭:୦୫ରେ ଉଡ଼ାଣ ଭରିଥିଲା। ଇଷ୍ଟ ଇଂଲଣ୍ଡ ଉପରେ ଉଡୁଥିବା ବେଳେ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଅବତରଣ କରିବାର ଏକ ଘଣ୍ଟା ପୂର୍ବରୁ AI-129ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ରାତି ୧୨:୦୫ (ଇଂଲଣ୍ଡ ସମୟ ଅନୁସାରେ) ଅବତରଣ କରିବାର ଥିଲା।
କ୍ରମାଗତ ଚତୁର୍ଥ ଦିନ ପାଇଁ ବୋମା ଧମକ ଜାରି ରହିଛି। ଚାରି ଦିନରେ ଅତି କମରେ ୨୦ଟି ବିମାନକୁ ଧମକ ମିଳିଛି। ଆଜି ଏୟାର ଇଣ୍ଡିଆର ୫ଟି ବିମାନ, ଭିଷ୍ଟାରାର ଦୁଇଟି ଏବଂ ଇଣ୍ଡିଗୋର ଦୁଇଟି ବିମାନରେ ବୋମା ଧମକ ମିଳିଛି।