ଲଗାତାର ତୃତୀୟ ଦିନରେ ହ୍ରାସ ସହ ବନ୍ଦ ହେଲା ସେୟାର ବଜାର, ନିବେଶକଙ୍କ କ୍ଷତି ୨.୪ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ: ସେୟାର ବଜାର ଲଗାତାର ତୃତୀୟ ଦିନ ହ୍ରାସ ସହ ବନ୍ଦ ହୋଇଛି । ବିଏସଇ ସେନସେକ୍ସ ୫୦୨ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୨୦୦ ସ୍ତର ତଳେ ବନ୍ଦ ହୋଇଛି । ଆଜିର ଏହି ହ୍ରାସ ଯୋଗୁଁ ନିବେଶକଙ୍କୁ ପ୍ରାୟ ୨.୩୮ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଘରୋଇ ପୁଞ୍ଜି ବଜାର ଆଜି ବି ଚାପରେ ରହିଥିଲା । ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସୂଚକାଙ୍କରେ ଅଧା ପ୍ରତିଶତ ଯାଏ ହ୍ରାସ ରେକର୍ଡ ହୋଇଛି । ବଜାର ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ରେସିପ୍ରୋକାଲ ଟ୍ୟାକ୍ସ ଧମକ, ଫେଡେରାଲ ରିଜର୍ଭର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ଅନିଶ୍ଚିତତା ନିବେଶକଙ୍କୁ ମନୋବଳ ଦୁର୍ବଳ କରିଛି । ବିଦେଶୀ ସଂସ୍ଥାଗତ ନିବେଶଙ୍କ ପୁଞ୍ଜି ପ୍ରତ୍ୟାହାର ମଧ୍ୟ ନିବେଶକଙ୍କ ସେଣ୍ଟିମେଣ୍ଟକୁ ଦୁର୍ବଳ କରିଛି । ଏବେ ସମସ୍ତଙ୍କ ନଜର ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋପ୍ ପାୱେଲଙ୍କ ବୟାନ ଉପରେ ରହିଛି ।ବୁଧବାର କାରବାର ଶେଷରେ ବିଏସଇ ୩୦ ସେୟାର ବିଶିଷ୍ଟ ସେନସେକ୍ସ ୫୦୨.୨୫ ଅଙ୍କ ବା ୦.୬୨ ପ୍ରତିଶତ ହ୍ରାସ ସହ ୮୦,୧୮୨.୨୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୩୭.୧୫ ଅଙ୍କ ବା ୦.୫୬ ପ୍ରତିଶତ ହ୍ରାସ ପାଇ ୨୪,୧୯୮.୮୫ ସ୍ତରରେ ବନ୍ଦ ହୋଇଛି ।ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ଡିସେମ୍ୱର ୧୮ରେ ହ୍ରାସ ପାଇଁ ୪୫୨.୭୫ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କ
ନୂଆଦିଲ୍ଲୀ: ସେୟାର ବଜାର ଲଗାତାର ତୃତୀୟ ଦିନ ହ୍ରାସ ସହ ବନ୍ଦ ହୋଇଛି । ବିଏସଇ ସେନସେକ୍ସ ୫୦୨ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୨୦୦ ସ୍ତର ତଳେ ବନ୍ଦ ହୋଇଛି । ଆଜିର ଏହି ହ୍ରାସ ଯୋଗୁଁ ନିବେଶକଙ୍କୁ ପ୍ରାୟ ୨.୩୮ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଘରୋଇ ପୁଞ୍ଜି ବଜାର ଆଜି ବି ଚାପରେ ରହିଥିଲା । ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସୂଚକାଙ୍କରେ ଅଧା ପ୍ରତିଶତ ଯାଏ ହ୍ରାସ ରେକର୍ଡ ହୋଇଛି । ବଜାର ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ରେସିପ୍ରୋକାଲ ଟ୍ୟାକ୍ସ ଧମକ, ଫେଡେରାଲ ରିଜର୍ଭର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ଅନିଶ୍ଚିତତା ନିବେଶକଙ୍କୁ ମନୋବଳ ଦୁର୍ବଳ କରିଛି । ବିଦେଶୀ ସଂସ୍ଥାଗତ ନିବେଶଙ୍କ ପୁଞ୍ଜି ପ୍ରତ୍ୟାହାର ମଧ୍ୟ ନିବେଶକଙ୍କ ସେଣ୍ଟିମେଣ୍ଟକୁ ଦୁର୍ବଳ କରିଛି । ଏବେ ସମସ୍ତଙ୍କ ନଜର ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋପ୍ ପାୱେଲଙ୍କ ବୟାନ ଉପରେ ରହିଛି ।
ବୁଧବାର କାରବାର ଶେଷରେ ବିଏସଇ ୩୦ ସେୟାର ବିଶିଷ୍ଟ ସେନସେକ୍ସ ୫୦୨.୨୫ ଅଙ୍କ ବା ୦.୬୨ ପ୍ରତିଶତ ହ୍ରାସ ସହ ୮୦,୧୮୨.୨୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୩୭.୧୫ ଅଙ୍କ ବା ୦.୫୬ ପ୍ରତିଶତ ହ୍ରାସ ପାଇ ୨୪,୧୯୮.୮୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ଡିସେମ୍ୱର ୧୮ରେ ହ୍ରାସ ପାଇଁ ୪୫୨.୭୫ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କରାବର ଦିନ ଅର୍ଥାତ୍ ମଙ୍ଗଳବାର ଏହା ୪୫୫.୧୩ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୩୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ୨.୩୮ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଏସଇ ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୨ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଟାଟା ମୋଟର୍ସର ସେୟାର ୨.୭୫ ପ୍ରତିଶତ ହ୍ରାସ ସହ ସବୁଠୁ ଅଧିକ ହ୍ରାସ ଦେଖିଛି ।