‘ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ବନାନୀ ସତନ୍ତ୍ର ପରିଚୟ ସୃଷ୍ଟି କରିଛି’

ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ହାର୍ଟ ନଗରରେ ବନ ବିଭାଗ ପକ୍ଷରୁ ବନାନୀ କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ରରେ ଲଘୁ ବନଜାତ ଦ୍ରବ୍ୟ ସମେତ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ବିକ୍ରି ହେଉଛି। ୨୦୦୫ ମସିହାରେ ତତ୍କାଳୀନ ଡିଏଫଓ ସୁଶାନ୍ତ ନନ୍ଦଙ୍କ ପ୍ରଚେଷ୍ଟାରେ ବନାନୀ ଖୋଲିଥିଲା। ଏହାପରେ ତାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଗକୁ ନେବାରେ ତତ୍କାଳୀନ ରେଞ୍ଜର ତଥା ବର୍ତ୍ତମାନର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଅବସରପ୍ରାପ୍ତ ଡିଏଫଓ ଶରତ ମିଶ୍ର ପ୍ରମୁଖଙ୍କ ଅବଦାନ […] The post ‘ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ବନାନୀ ସତନ୍ତ୍ର ପରିଚୟ ସୃଷ୍ଟି କରିଛି’ appeared first on Dharitri Odia News.

‘ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ବନାନୀ ସତନ୍ତ୍ର ପରିଚୟ ସୃଷ୍ଟି କରିଛି’

ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ହାର୍ଟ ନଗରରେ ବନ ବିଭାଗ ପକ୍ଷରୁ ବନାନୀ କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ରରେ ଲଘୁ ବନଜାତ ଦ୍ରବ୍ୟ ସମେତ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ବିକ୍ରି ହେଉଛି। ୨୦୦୫ ମସିହାରେ ତତ୍କାଳୀନ ଡିଏଫଓ ସୁଶାନ୍ତ ନନ୍ଦଙ୍କ ପ୍ରଚେଷ୍ଟାରେ ବନାନୀ ଖୋଲିଥିଲା। ଏହାପରେ ତାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଗକୁ ନେବାରେ ତତ୍କାଳୀନ ରେଞ୍ଜର ତଥା ବର୍ତ୍ତମାନର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଅବସରପ୍ରାପ୍ତ ଡିଏଫଓ ଶରତ ମିଶ୍ର ପ୍ରମୁଖଙ୍କ ଅବଦାନ ଅତୁଳନୀୟ ଥିଲା। ଏହି ସଂସ୍ଥା ଖୋଲିବାର ମୂଳ ଲକ୍ଷ୍ୟ ଥିଲା ଉତ୍ତର ଘୁମୁସର ବନଖଣ୍ଡରେ ଥିବା ଶତାଧିକ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ମାନେ ଜଙ୍ଗଲରୁ ସଂଗୃହିତ କରୁଥିବା ଲଘୁ ବନଜାତ ଦ୍ରବ୍ୟ ବିକ୍ରୀ କରିବା। ବନ ସୁରକ୍ଷା ସମିତି କର୍ମକର୍ତ୍ତା ମାନେ ଏଠାରେ ନିଜର ଦ୍ରବ୍ୟ ବିକ୍ରି କରି ଲାଭବାନ ହେବା ସହ ଲୋକେ ଉପଯୁକ୍ତ ମାନର ଜିନିଷ ପାଉଥିଲେ।

ବନାନୀର ପ୍ରଚାର ଏତେ ଅଧିକ ହେଲା ଯେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ମେଳାରେ ବନ ବିଭାଗ ପକ୍ଷରୁ ବନାନୀର ଷ୍ଟଲ ଖୋଲିଥିଲା। ବନାନୀ ବନ ବିଭାଗର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବହୁବର୍ଷ ଭଲରେ ଚାଲିଥିଲା ବନାନୀ। କିନ୍ତୁ ଆଜକୁ ପ୍ରାୟ ୫ ବର୍ଷରୁ ଉଦ୍ଧର୍‌ବ ଦିନ ହେବ ଉକ୍ତ ସଂସ୍ଥାର ବିକାଶ ପ୍ରତି ଧ୍ୟାନ ଦିଆ ଯାଇନଥିଲା। ତେଣୁ ପୂର୍ବଭଳି ଲାଭ କମି ଯାଇଥିଲା ସଂସ୍ଥାର। ବର୍ତ୍ତମାନ ଉକ୍ତ ସଂସ୍ଥାର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ତେଣୁ ପୁରୁଣା କୋଠାକୁ ଆଧୁନିକୀକରଣ କରାଯାଇ ତାହାର ଉଦ୍‌ଘାଟନ ସୋମବାର ସାରେ କରାଯାଇଛି । ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡିଏଫଓ କହିଥିଲେ ଯେ ବନାନି ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ସତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଗାମୀ ଦିନରେ ଉକ୍ତ ସଂସ୍ଥାର ଆହୁରି ବିକାଶ କରାଯିବ। ଏସିଏଫ ରଶ୍ମି ରଞ୍ଜନ ସାଇଁ, ବିବେକ ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ପରିବେଶପ୍ରେମୀ ରମେଶ ପାତ୍ର,ବନପାଳ ଜୀନ ତ୍ରିପାଠୀ, ଅନୁପ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

The post ‘ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ବନାନୀ ସତନ୍ତ୍ର ପରିଚୟ ସୃଷ୍ଟି କରିଛି’ appeared first on Dharitri Odia News.