ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା

ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ କ୍ଲିନ୍‌ସୁଇପ୍‌ କରିଛି। ସୁର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ତିନୋଟି ମ୍ୟାଚ ଜିତି ସିରିଜ କବଜା କରିଛି। ସିରିଜର ତୃତୀୟ ମ୍ୟାଚ ହାରି ଶ୍ରୀଲଙ୍କା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛି। ଏହି ପରାଜୟ ସହିତ ଶ୍ରୀଲଙ୍କାକୁ ‘ପରାଜୟର’ ଦାଗ ଲାଗଛି॥ ଭାରତ ବିପକ୍ଷ ତୃତୀୟ ଟି-୨୦ ହରାଇବା ପରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଅଧିକ ମ୍ୟାଚ୍‌ ପରାଜୟବରଣ କରିଛି। ଭାରତ […] The post ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା appeared first on Dharitri Odia News.

ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା

ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ କ୍ଲିନ୍‌ସୁଇପ୍‌ କରିଛି। ସୁର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ତିନୋଟି ମ୍ୟାଚ ଜିତି ସିରିଜ କବଜା କରିଛି। ସିରିଜର ତୃତୀୟ ମ୍ୟାଚ ହାରି ଶ୍ରୀଲଙ୍କା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛି। ଏହି ପରାଜୟ ସହିତ ଶ୍ରୀଲଙ୍କାକୁ ‘ପରାଜୟର’ ଦାଗ ଲାଗଛି॥
ଭାରତ ବିପକ୍ଷ ତୃତୀୟ ଟି-୨୦ ହରାଇବା ପରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଅଧିକ ମ୍ୟାଚ୍‌ ପରାଜୟବରଣ କରିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ ପୂର୍ବରୁ ଏହି ଲଜ୍ଜାଜନକ ରେକର୍ଡ ବାଂଲାଦେଶ ନାମରେ ରେକର୍ଡ କରାଯାଇଥିଲା। ଏହା ବର୍ତ୍ତମାନ ଶ୍ରୀଲଙ୍କା ନାମରେ ହୋଇଛି। ଅନ୍ତର୍ଜାତୀୟ ଟି-୨୦ରେ ଶ୍ରୀଲଙ୍କା ସର୍ବାଧିକ ୧୦୫ ମ୍ୟାଚ ହାରିଛି। ଏହି ତାଲିକାରେ ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ୧୦୪ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି।
୧୦୫ ପରାଜୟ – ଶ୍ରୀଲଙ୍କା
୧୦୪ ପରାଜୟ – ବାଂଲାଦେଶ
୧୦୧ ପରାଜୟ – ୱେଷ୍ଟଇଣ୍ଡିଜ
୯୯ ପରାଜୟ – ଜିମ୍ବାୱେ
୯୯ ପରାଜୟ – ନ୍ୟୁଜିଲାଣ୍ଡ

ତୃତୀୟ ଟି-୨୦ରେ ବିଜୟ ସହ ଭାରତ ଶ୍ରୀଲଙ୍କା ବିପକ୍ଷରେ ୨୨ତମ ଟି-୨୦ ଅନ୍ତର୍ଜାତୀୟ ଜିତିଛି। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତିଛି। ଏଥି ସହିତ ଗୋଟିଏ ଦଳ ବିପକ୍ଷରେ କୌଣସି ଦଳ ଦ୍ୱାରା ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଜିତିବାର ରେକର୍ଡ ପାକିସ୍ତାନ ନାମରେ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଏପର୍ଯ୍ୟନ୍ତ ୨୩ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଜିତିଛି।

The post ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା appeared first on Dharitri Odia News.