ଲଞ୍ଚ ହେଲା ଟାଟା ହ୍ୟାରିୟର ଇଲେକ୍ଟ୍ରିକ SUV, ରହିଛି ଭଳିକି ଭଳି ଦମଦାର ଫିଚର୍ସ, ଫୁଲ ଚାର୍ଜରେ ଦୌଡ଼ିବ ୫୬୦ କିମି
ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଲା ଟାଟାର ନୂଆ ଇଲେକ୍ଟ୍ରିକ୍ କାର୍। ଏମଜି, ହ୍ୟୁଣ୍ଡାଇର ଇଲେକ୍ଟ୍ରିକ୍ କାରକୁ ଦେବ ଟକ୍କର। ଲଞ୍ଚ ହେଲା Tata Harrier EV। ଏହି ଇଭି ସହ କମ୍ପାନି ପୁଣି ଥରେ ଇଲେକ୍ଟ୍ରିକ କାର୍ ସେଗମେଣ୍ଟରେ ନିଜର ଉପସ୍ଥିତିକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି। ଜାଣିବା କ’ଣ ରହିଛି ଏହି କାର୍ର ଫିଚର୍ସ ଦାମ୍।ଆକର୍ଷଣୀୟ ଲୁକ୍ ଓ ଅନନ୍ୟ ଫିଚର୍ସ ସହ ଲଞ୍ଚ ହୋଇଛି Tata Harrier EV। ଏସୟୁଭି ସେଗମେଣ୍ଟରେ ଲଞ୍ଚ ହୋଇଥିବା ଟାଟାର ଏହି ନୂଆ ଇଲେକ୍ଟ୍ରିକ୍ ଏସୟୁଭିରେ ରହିଛି ଅଫ୍-ରୋଡିଂର କ୍ଷମତା। ଏହା କୌଣସି ବି ସ୍ଥାନକୁ ଯାଇପାରିବ। କେବଳ ସେତିକି ନୁହେଁ, ଏଥିରେ QWD ଡୁଆଲ୍ ମୋଟର ସେଟଅପ୍ ରହିଛି। ଯାହା ସାହାଯ୍ୟରେ କାରକୁ କେବଳ ବ୍ୟାକ୍ ହ୍ବିଲ ଡ୍ରାଇଭ୍ କିମ୍ବା ଅଲ୍ ହ୍ବିଲ ଡ୍ରାଇଭ୍ ମୋଡରେ ଚଳାଇ ହେବ। କାରର ଫିଚର୍ସ ବିଷୟରେ କହିଲେ, ଏଥିରେ ୧୧୬ kW ଏବଂ ୧୭୫ kWର ପାୱାର ଅପ୍ସନ ରହିଛି। କାରରେ ୫୦୪ Nm ପିକ୍ ଟର୍କ ମିଳିବ। ଏଥିରେ ୬ଟି ଡ୍ରାଇଭ୍ ମୋଡ୍ ମିଳିବ। କାର ମାତ୍ର ୬.୩ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ସ୍ପିଡ ଧରିପାରିବ। କାର ୧୫ ମିନିଟର ଚାର୍ଜିଂରେ ୨୫୦ କିଲୋମିଟରର ରେଞ୍ଜ ଦେବା ନେଇ କମ୍ପାନି ପକ୍ଷରୁ କୁହାଯାଇଛି। ସେହିଭଳି କାର ଫୁଲ୍ ଚାର୍ଜରେ ୬୨୭ କିମିର ରେଞ୍ଜ ଦେବ। ସେଫଟି ଫିଚର୍ସରେ କାରରେ ରହିଛି ୭ଟି ଏୟାରବ୍ୟାଗ୍, ଲେଭଲ୍-2 ADAS, ଅଲ୍-ହ୍ୱିଲ୍ ଡିସ୍କ ବ୍ରେକ୍,
ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଲା ଟାଟାର ନୂଆ ଇଲେକ୍ଟ୍ରିକ୍ କାର୍। ଏମଜି, ହ୍ୟୁଣ୍ଡାଇର ଇଲେକ୍ଟ୍ରିକ୍ କାରକୁ ଦେବ ଟକ୍କର। ଲଞ୍ଚ ହେଲା Tata Harrier EV। ଏହି ଇଭି ସହ କମ୍ପାନି ପୁଣି ଥରେ ଇଲେକ୍ଟ୍ରିକ କାର୍ ସେଗମେଣ୍ଟରେ ନିଜର ଉପସ୍ଥିତିକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି। ଜାଣିବା କ’ଣ ରହିଛି ଏହି କାର୍ର ଫିଚର୍ସ ଦାମ୍।
ଆକର୍ଷଣୀୟ ଲୁକ୍ ଓ ଅନନ୍ୟ ଫିଚର୍ସ ସହ ଲଞ୍ଚ ହୋଇଛି Tata Harrier EV। ଏସୟୁଭି ସେଗମେଣ୍ଟରେ ଲଞ୍ଚ ହୋଇଥିବା ଟାଟାର ଏହି ନୂଆ ଇଲେକ୍ଟ୍ରିକ୍ ଏସୟୁଭିରେ ରହିଛି ଅଫ୍-ରୋଡିଂର କ୍ଷମତା। ଏହା କୌଣସି ବି ସ୍ଥାନକୁ ଯାଇପାରିବ। କେବଳ ସେତିକି ନୁହେଁ, ଏଥିରେ QWD ଡୁଆଲ୍ ମୋଟର ସେଟଅପ୍ ରହିଛି। ଯାହା ସାହାଯ୍ୟରେ କାରକୁ କେବଳ ବ୍ୟାକ୍ ହ୍ବିଲ ଡ୍ରାଇଭ୍ କିମ୍ବା ଅଲ୍ ହ୍ବିଲ ଡ୍ରାଇଭ୍ ମୋଡରେ ଚଳାଇ ହେବ।
କାରର ଫିଚର୍ସ ବିଷୟରେ କହିଲେ, ଏଥିରେ ୧୧୬ kW ଏବଂ ୧୭୫ kWର ପାୱାର ଅପ୍ସନ ରହିଛି। କାରରେ ୫୦୪ Nm ପିକ୍ ଟର୍କ ମିଳିବ। ଏଥିରେ ୬ଟି ଡ୍ରାଇଭ୍ ମୋଡ୍ ମିଳିବ। କାର ମାତ୍ର ୬.୩ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ସ୍ପିଡ ଧରିପାରିବ। କାର ୧୫ ମିନିଟର ଚାର୍ଜିଂରେ ୨୫୦ କିଲୋମିଟରର ରେଞ୍ଜ ଦେବା ନେଇ କମ୍ପାନି ପକ୍ଷରୁ କୁହାଯାଇଛି। ସେହିଭଳି କାର ଫୁଲ୍ ଚାର୍ଜରେ ୬୨୭ କିମିର ରେଞ୍ଜ ଦେବ।
ସେଫଟି ଫିଚର୍ସରେ କାରରେ ରହିଛି ୭ଟି ଏୟାରବ୍ୟାଗ୍, ଲେଭଲ୍-2 ADAS, ଅଲ୍-ହ୍ୱିଲ୍ ଡିସ୍କ ବ୍ରେକ୍, ପାର୍କିଂ ସେନ୍ସର୍, ହିଲ୍ ହୋଲ୍ଡ ଆସିଷ୍ଟ, ହିଲ୍ ଡିସେଣ୍ଟ କଣ୍ଟ୍ରୋଲ୍, ଟାୟାର ପ୍ରେସର୍ ମନିଟରିଂ ଏବଂ ଅଟୋ ହେଡଲ୍ୟାମ୍ପ ଭଳି ଫିଚର୍ସ। କାରରେ ୫୪୦ ଡିଗ୍ରୀ ଭ୍ୟୁ ଫିଚର ରହିଛି। ଯାହା ୩୬୦ ଡିଗ୍ରୀ ସରାଉଣ୍ଡ ଭ୍ୟୁ ସିଷ୍ଟମ ଏବଂ ଟ୍ରାନ୍ସପରେଣ୍ଟ ମୋଡର ମିଶ୍ରଣ। ଏହା ବ୍ୟତୀତ, ବ୍ଲାଇଣ୍ଡ ସ୍ପଟ୍ ଭ୍ୟୁ ମନିଟର୍, HD ରିଅର୍ ଭ୍ୟୁ ମିରର୍ ଭଳି ବୈଶିଷ୍ଟ୍ୟ ମଧ୍ୟ ଏହି କାରରେ ରହିଛି।
କାରରେ ଦିଆଯାଇଥିବା ୬ଟି ଡ୍ରାଇଭ୍ ମୋଡ୍ ଦ୍ବାରା ବରଫ, କାଦୁଅ, ପଥର ଏବଂ ବାଲି ଭଳି ସ୍ଥାନରେ ଚାଲିବା ପାରିବ। ଏହା ସହ କାରରେ ରହିଛି e-Valet (ଇ-ଭାଲେଟ୍) ବିକଳ୍ପ, ଯାହା କାରକୁ ଅଟୋମେଟିକ୍ ପାର୍କିଂ କରାଇବ। ସେହିଭଳି କାରରେ ସମନ ମୋଡ ମଧ୍ୟ ରହିଛି।
ଏହି କାରରେ ପ୍ରଥମ ଥର ପାଇଁ Samsung Neo QLED ଡିସପ୍ଲେ ଦିଆଯାଇଛି କମ୍ପାନି। ଏଥିରେ ୧୪.୫୩ ଇଞ୍ଚର ହରମନ ଇନଫୋଟେନମେଣ୍ଟ ସିଷ୍ଟମ ରହିଛି। ଏହା ସହ କାରରେ ଭଏସ୍ ଆସିଷ୍ଟେଡ ପାନୋରାମିକ୍ ସନରୁଫ୍, ମଲ୍ଟି-କଲର ଆମ୍ବିଏନ୍ସ ଲାଇଟ୍, ଭେଇକିଲ ଟୁ ଲୋଡ ଏବଂ ଭେଇକିଲ ଟୁ ଭେଇକିଲ ଚାର୍ଜିଂ ସିଷ୍ଟମ ରହିଛି।
କାର ନୈନିତାଲ ନକ୍ଚର୍ନ, ଏମ୍ପାୱାର୍ଡ ଅକ୍ସାଇଡ୍, ପ୍ରିଷ୍ଟିନ୍ ହ୍ୱାଇଟ୍ ଏବଂ ପିଓର୍ ଗ୍ରେ କଲର ଅପ୍ସନ ସହ ଲଞ୍ଚ ହୋଇଛି। କାରଟି ଷ୍ଟେଲ୍ଥ ଏଡିସନ୍ରେ ମଧ୍ୟ ଉପଲବ୍ଧ ହେବ। କାର୍ର ପ୍ରାରମ୍ଭିକ ଏକ୍ସ ସୋରୁମ ମୂଲ୍ୟ ୨୧.୪୯ ଲକ୍ଷ ଟଙ୍କା ରହିଥିବାବେଳେ ଏହାର ବୁକିଂ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ।