ଲଡୁଗାଁ ରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରୀ ଜାଗା ଚିଂହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ।

କଳାହାଣ୍ଡି:୨୩/୦୮କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ର ଲଡୁଗାଁ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳି। ଲଡୁଗାଁ ରେ ଅନେକ ଶିଳ୍ପାନୁଷ୍ଠାନ, କଳ କାରଖାନା ଦୋକାନ ବଜାର ରହିଥିବା ବେଳେ ଲଡୁଗାଁ ସହର ମଧ୍ୟକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସମେତ ଅନ୍ୟ ରାସ୍ତା ଦୁଇ କଡ଼ ରେ ବ୍ୟବସାୟିକ ପ୍ରତିଷ୍ଠାନ ସହ ବଡ଼ ବଡ଼ କୋଠା ରହିଥିବା କାରଣରୁ କ୍ରମ ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟା ଯୋଗୁଁ ଲଡୁଗାଁ ସହରବାସୀ ଓ ଦୈନନ୍ଦିନ ସହର କୁ […] The post ଲଡୁଗାଁ ରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରୀ ଜାଗା ଚିଂହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। appeared first on Odisha.News.

ଲଡୁଗାଁ ରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରୀ ଜାଗା ଚିଂହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ।

କଳାହାଣ୍ଡି:୨୩/୦୮କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ର ଲଡୁଗାଁ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳି। ଲଡୁଗାଁ ରେ ଅନେକ ଶିଳ୍ପାନୁଷ୍ଠାନ, କଳ କାରଖାନା ଦୋକାନ ବଜାର ରହିଥିବା ବେଳେ ଲଡୁଗାଁ ସହର ମଧ୍ୟକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସମେତ ଅନ୍ୟ ରାସ୍ତା ଦୁଇ କଡ଼ ରେ ବ୍ୟବସାୟିକ ପ୍ରତିଷ୍ଠାନ ସହ ବଡ଼ ବଡ଼ କୋଠା ରହିଥିବା କାରଣରୁ କ୍ରମ ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟା ଯୋଗୁଁ ଲଡୁଗାଁ ସହରବାସୀ ଓ ଦୈନନ୍ଦିନ ସହର କୁ ଆସୁଥିବା ଜନ ସାଧାରଣ ମାନେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ରେ ଫସି ରହୁଥିବା ବେଳେ ଲଡୁଗାଁ ରେ ରହିଥିବା ଶିଳ୍ପାନୁଷ୍ଠାନ, କଳ କାରଖାନା କୁ ଆସୁଥିବା ଭାରିଜାନ ଗାଡି ଲଡୁଗାଁ ସହର ଦେଇ ଯାତାୟାତ ସମୟରେ ଲୋକେ ଟ୍ରାଫିକ ସମସ୍ୟା ରେ ଉବୁଡୁବୁ ହୋଇ ଅତିଷ୍ଠ ହୋଇ ଅନେକ ସମୟରେ ଗ୍ରାମ ର ସଚେତନ ନାଗରିକ ମାନେ ଜିଲ୍ଲା ଓ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇ ଲଡୁଗାଁ ସହର ରେ ରାସ୍ତା ପ୍ରଶସ୍ତିକରଣ କରଣ ସହ ରାସ୍ତା କଡ ରେ ଥିବା ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବା ପାଇଁ ଅଭିଯୋଗ କରି ଆସୁଥିଲେ। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ପକ୍ଷରୁ ମୋଟେର ରୁ ଲଡୁଗାଁ
ନିର୍ମାଣଧୀନ ରାସ୍ତା ପାଇଁ ଲଡୁଗାଁ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ରେ ରାସ୍ତା ନିର୍ମାଣ ରେ ବାଧାପ୍ରାପ୍ତ ହେବା କାରଣରୁ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ସରକାରୀ ଜାଗା ଚିଂହ୍ନଟ ଓ ଅଧିଗ୍ରହଣ ପାଇଁ ଲିଖିତ ଭାବେଅଭିଯୋଗ ହୋଇଥିବା ଜଣାପଡିଛି। ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଡୁଗାଁ ସହର ରେ ସରକାରୀ ଜମି ଅଧିଗ୍ରହଣ ପାଇଁ ଶୁକ୍ରବାର ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା,କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ନବ କିଶୋର ବେହେରା ଙ୍କ ଉପସ୍ଥିତି ରେ ରାଜସ୍ୱ ବିଭାଗ ନିରୀକ୍ଷକ ଓ କର୍ମଚାରୀ ମାନେ ଲଡୁଗାଁ ସହର ର ବିଭିନ୍ନ ସ୍ଥାନରେ ସରକାରୀ ଜମି ଚିଂହ୍ନଟ ପାଇଁ ଡେମାରକେସନ କରିଛନ୍ତି। ଏହି ସମୟର ଲଡୁଗାଁ ର ଅନେକ ସଚେତନ ନାଗରିକ ଉପସ୍ଥିତ ରହି ସରକାରୀ କାର୍ଯ୍ୟ ରେ ସହଯୋଗ କରିବା ସହ ପ୍ରଶାସନ ନିକଟରେ ଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି।
ରିପୋର୍ଟ—ସନତ ପ୍ରଧାନୀ(କଳାହାଣ୍ଡି)

The post ଲଡୁଗାଁ ରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରୀ ଜାଗା ଚିଂହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। appeared first on Odisha.News.