ଲଢୁଆ ବ୍ୟାଟିଂ କରି ମ୍ୟାଚ୍ ଜିତାଇଲେ ଶଶାଙ୍କ
ଅହମଦାବାଦ,୪ା୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଉଇକେଟରେ ୧୯୯ ରନ୍ କରିଥିଲା। ଜବାବରେ ପଞ୍ଜାବ ଗୋଟିଏ ବଲ୍ ବାକି ଥାଇ ୭ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଶଶାଙ୍କ ସିଂ ଅପରାଜିତ ୬୧ ରନ୍ କରିଥିବା ବେଳେ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଆଶୁତୋଷ ଶର୍ମା ୩୧ ରନ୍ କରିଥଲେ। ଟସ୍ ଜିତି […] The post ଲଢୁଆ ବ୍ୟାଟିଂ କରି ମ୍ୟାଚ୍ ଜିତାଇଲେ ଶଶାଙ୍କ appeared first on Dharitri Odia News.
ଅହମଦାବାଦ,୪ା୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଉଇକେଟରେ ୧୯୯ ରନ୍ କରିଥିଲା। ଜବାବରେ ପଞ୍ଜାବ ଗୋଟିଏ ବଲ୍ ବାକି ଥାଇ ୭ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା।
ଶଶାଙ୍କ ସିଂ ଅପରାଜିତ ୬୧ ରନ୍ କରିଥିବା ବେଳେ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଆଶୁତୋଷ ଶର୍ମା ୩୧ ରନ୍ କରିଥଲେ। ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନେଇଥିଲା। ଗୁଜରାଟ ପକ୍ଷରୁ ଶୁବମନ ଗିଲ୍ ୮୯ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ କେନ୍ ଓ୍ବିଲିୟମସନ୍ ୨୨ ବଲ୍ରୁ ୨୬, ସାଇ ସୁଦର୍ଶନ ୧୯ ବଲ୍ ଖେଳି ସେ ୩୩ ରନ୍ ସ୍କୋର କରିଥିଲେ। ଶେଷ ଆଡକୁ ରାହୁଲ ଟଓ୍ବୋଟିଆ ବିସ୍ଫୋରକ ବ୍ୟାଟିଂ କରି ୮ ବଲ୍ ଖେଳି ୩ ଚୌକା ଓ ୧ ଛକା ସହ ସେ ୨୩ ରନ୍ କରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ଗିଲ୍ ୪୮ ବଲ୍ ଖେଳି ୮୯ ରନ୍ ସ୍କୋର କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ପଞ୍ଜାବ ପକ୍ଷରୁ ରାବାଡା ୨,ହରପ୍ରୀତ ବ୍ରାର ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୦୦ ରନ୍ ଲକ୍ଷ୍ୟରେ ପଞ୍ଜାବ ୭୦ ରନ୍ରେ ଟପ୍ ୪ ବ୍ୟାଟରଙ୍କୁ ହରାଇଥିଲା। ତେବେ ଶଶାଙ୍କ ସିଂ ଲଢୁଆ ୬୧ ରନ୍ କରିବା ସହ ଦଳକୁ ବିଜୟୀ କରିଥିଲେ। ଶଶାଙ୍କ ୨୯ ବଲ ଖେଳି ୬ ଚୌକା ଓ ୪ ଛକା ମାରିଥିଲେ। ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍ ରହିଥିବା ଆଶୁତୋଶ ଶର୍ମା ୧୭ ବଳ୍ରୁ ଦ୍ରୁତ ୩୧ ରନ୍ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭସିମରନ୍ ସିଂ ୩୫ ଓ ଜନି ବେୟାରଷ୍ଟୋ ୨୨ ରନ୍ ସ୍କୋର କରିଥିଲେ। ଗୁଜରାଟ ପକ୍ଷରୁ ନୁର ଅହମଦ ୨, ଦର୍ଶନ ନାଲକଣ୍ଡେ, ମୋହିତ ଶର୍ମା, ଉମେଶ ଯାଦବ, ରଶିଦ୍ ଖାନ ଓ ଅଜମତୁଲ୍ଲା ଓମାରଜାଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
The post ଲଢୁଆ ବ୍ୟାଟିଂ କରି ମ୍ୟାଚ୍ ଜିତାଇଲେ ଶଶାଙ୍କ appeared first on Dharitri Odia News.