ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ନିଆଁ, ୨୪ ଘଣ୍ଟା ପାଇଁ ବିମାନବନ୍ଦର ବନ୍ଦ, ସମସ୍ତ ବିମାନ ବାତିଲ
ଲଣ୍ଡନ ସ୍ଥିତ ହିଥ୍ରୋ ଏୟାରପୋର୍ଟରେ ନିଆଁ ଲାଗିବା ଯୋଗୁଁ ୨୪ ଘଣ୍ଟା ଯାଏଁ ବିମାନ ବନ୍ଦରକୁ ବନ୍ଦ କରାଯାଇଛି । ଏୟାରପୋର୍ଟ ପାଖରେ ଥିବା ଏକ ଇଲେକ୍ଟ୍ରିକାଲ ସବଷ୍ଟେସନରେ ନିଆଁ ଲାଗିବା ଯୋଗୁଁ କରେଣ୍ଟ ଚାଲିଯାଇଥିଲା । ଏହି ସମୟରେ ୧୨୦ ବିମାନ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା । ଏଗୁଡିକୁ ନିକଟସ୍ଥ ଏୟାରପୋର୍ଟରେ ଅବତରଣ କରାଯାଇଥିଲା । ଏହାପରେ ଏଠାକୁ ଆସିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରିଦିଆଯାଇଥିଲା । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା […] The post ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ନିଆଁ, ୨୪ ଘଣ୍ଟା ପାଇଁ ବିମାନବନ୍ଦର ବନ୍ଦ, ସମସ୍ତ ବିମାନ ବାତିଲ appeared first on KNews Odisha.

ଲଣ୍ଡନ ସ୍ଥିତ ହିଥ୍ରୋ ଏୟାରପୋର୍ଟରେ ନିଆଁ ଲାଗିବା ଯୋଗୁଁ ୨୪ ଘଣ୍ଟା ଯାଏଁ ବିମାନ ବନ୍ଦରକୁ ବନ୍ଦ କରାଯାଇଛି । ଏୟାରପୋର୍ଟ ପାଖରେ ଥିବା ଏକ ଇଲେକ୍ଟ୍ରିକାଲ ସବଷ୍ଟେସନରେ ନିଆଁ ଲାଗିବା ଯୋଗୁଁ କରେଣ୍ଟ ଚାଲିଯାଇଥିଲା । ଏହି ସମୟରେ ୧୨୦ ବିମାନ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା । ଏଗୁଡିକୁ ନିକଟସ୍ଥ ଏୟାରପୋର୍ଟରେ ଅବତରଣ କରାଯାଇଥିଲା । ଏହାପରେ ଏଠାକୁ ଆସିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରିଦିଆଯାଇଥିଲା । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ସାମ୍ନା କରିଛନ୍ତି । ବିମାନବନ୍ଦର ଆଜି ରାତି୧୨ଟା ଯାଏଁ ବନ୍ଦ କରିଦିଆଯାଇଛି ।
ଏୟାରପୋର୍ଟ ପାଖରେ ଥିବା ଏକ ଇଲେକ୍ଟ୍ରିକାଲ ସବଷ୍ଟେସନରେ ନିଆଁ ଲାଗିଥିଲା । ଏହି ସବଷ୍ଟେସନରୁ ବିମାନବନ୍ଦରକୁ କରେଣ୍ଟ ସପ୍ଲାଏ ହେଉଥିଲା । ନିଆଁ ଲାଗିବା ଯୋଗୁଁ ବିମାନ ବନ୍ଦରକୁ ବିଦ୍ୟୁତ ଅବ୍ୟାହତ ହୋଇଥିଲା । ସେଥିପାଇଁ ଯାତ୍ରୀଙ୍କ ସୁରକ୍ଷା ପାଇଁ ବିମାନବନ୍ଦରକୁ ରାତି ୧୨ଟା ଯାଏଁ ବନ୍ଦ କରିଦିଆଯାଇଥିଲା । ଯାତ୍ରୀମାନଙ୍କୁ ବିମାନ ବନ୍ଦରକୁ ନ ଆସିବାକୁ ଅନୁରୋଧ କରାଯାଇଛି ।
ଘଟଣା ବିଷୟରେ ସୂଚନା ମିଳିବା ପରେ ବିମାନ ବନ୍ଦରରେ ୧୦ରୁ ଅଧିକ ଦମକଳ ଗାଡି ଏବଂ ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଛନ୍ତି । ତେବେ ବିଦ୍ୟୁତ କେତେବେଳେ ଆସିବ ତାହା ଜଣାନାହିଁ । ୟୁରୋ କଣ୍ଟ୍ରୋଲ(ସମଗ୍ର ୟୁରୋପର ବିମାନ ଯାତ୍ରାକୁ ନିୟନ୍ତ୍ରଣ ସଂଚାଳନ କରେ), ନିଜ ୱେବସାଇଟରେ କହିଛି କି, ବିଦ୍ୟୁତ ନଥିବାରୁ ହିଥ୍ରୋ ବିମାନବନ୍ଦରକୁ କୌଣସି ବିମାନ ଆସିବାକୁ ଅନୁମତି ଦିଆଯାଇନାହିଁ । ଏହି ଉଡ଼ାଣ ପାଇଁ ଡାଇଭର୍ସନ କରାଯାଇଛି ।
Due to a fire at an electrical substation supplying the airport, Heathrow is experiencing a significant power outage.
To maintain the safety of our passengers and colleagues, Heathrow will be closed until 23h59 on 21 March.
Passengers are advised not to travel to the airport… pic.twitter.com/7SWNJP8ojd
— Heathrow Airport (@HeathrowAirport) March 21, 2025
ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ୨୦୦ ମିଟର ଯାଏଁ ଘେରାବନ୍ଦୀ କରାଯାଇଛି । ଏଠାରେ ୧୫୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହି ମାସରେ ଏୟାରପୋର୍ଟରେ ଦୁଇଥର ନିଆଁ ଲାଗିବା ଯୋଗୁଁ ଯାତ୍ରୀମାନେ ପ୍ରଭାବିତ ହୋଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ହିଥ୍ରୋ ଏୟାରପୋର୍ଟ ଟର୍ମିନାଲ ପାଖରେ ଏକ କାରରେ ନିଆଁ ଲାଗିବା ଯୋଗୁଁ ବିମାନ ଉଡାଣ ବିଳମ୍ବ ହୋଇଥିଲା ।
Also Read : ୯ ମାସ ଧରି ମହାକାଶରେ କଣ ଥାଉଥିଲେ ସୁନୀତା ଏବଂ ତାଙ୍କ ସହଯୋଗୀ, ଏଠାରୁ ଜାଣନ୍ତୁ
The post ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ନିଆଁ, ୨୪ ଘଣ୍ଟା ପାଇଁ ବିମାନବନ୍ଦର ବନ୍ଦ, ସମସ୍ତ ବିମାନ ବାତିଲ appeared first on KNews Odisha.