ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ସମ୍ବଲପୁର: ହିନ୍ଦି ସିନେମା ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଜୱାନ – ଏ – ହିନ୍ଦ କ୍ଲବ ଓ ସମ୍ବଲପୁର ସିଟି କ୍ଲବ ପକ୍ଷରୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି, ସୁଶାନ୍ତ ପୁରୋହିତ ଓ ସମୀର ରଞ୍ଜନ ବାବୁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଉମାଶଙ୍କର ଦାଶଙ୍କ ସଂଯୋଜନାରେ ବିଭୂତି ଭୂଷଣ ଦାଶ, ମହମ୍ମଦ […]

ସମ୍ବଲପୁର: ହିନ୍ଦି ସିନେମା ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଜୱାନ – ଏ – ହିନ୍ଦ କ୍ଲବ ଓ ସମ୍ବଲପୁର ସିଟି କ୍ଲବ ପକ୍ଷରୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି, ସୁଶାନ୍ତ ପୁରୋହିତ ଓ ସମୀର ରଞ୍ଜନ ବାବୁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଉମାଶଙ୍କର ଦାଶଙ୍କ ସଂଯୋଜନାରେ ବିଭୂତି ଭୂଷଣ ଦାଶ, ମହମ୍ମଦ ସୁଲେମାନ, ଶ୍ରୀକାନ୍ତ ବାରିକ, ତ୍ରିଲୋଚନ ତ୍ରିପାଠୀ, ମହମ୍ମଦ ହମିଦ, ମହମ୍ମଦ ମାସୁଦ, ମହମ୍ମଦ ରେହେବର, ସୁଶ୍ରୀତା ପାଣିଗ୍ରାହୀ, ପ୍ରିତିନନ୍ଦ ମିଶ୍ର, ପ୍ରିୟଦର୍ଶିନୀ ନାଥ, ତପସ୍ୱିନୀ ମହାପାତ୍ର, ପଲ୍ଲବୀ ରାୟ, ଶ୍ରୀନୁ ଦାଶ, କ୍ରିଷ୍ଣା କୁମାର ପ୍ରମୁଖ ଲତା ମଙ୍ଗେସକରଙ୍କ ଚୀର ସବୁଜ ଗୀତ ଗୁଡିକୁ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ଦେବାଶିଷ ପାଢ଼ୀ, ସିଲୁ ସିଂଦେଓ, ସୁଭାଷ ଭୋଇ, ପ୍ରଫୁଲ୍ଲ ବେହେରା ଓ ଶବ୍ଦରେ ସରୋଜ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୫୦ ଥର ରକ୍ତ ଦାନ କରିଥିବା ମହମ୍ମଦ ରିୟାଜୁଦ୍ଦିନ ଓ ମହମ୍ମଦ ୟୁସୁଫଙ୍କୁ ସମ୍ମାନୀତ କରାଯାଇଥିଲା।