ଲରେନ୍ସ ବିଷ୍ଣୋଇଙ୍କି ପଠାଇବି କି? ବୁର୍ଖା ପିନ୍ଧି ସ୍କୁଟରରେ ଆସି ସଲମାନ ଖାନଙ୍କ ବାପାଙ୍କୁ ଧମକ ଦେଲେ ମହିଳା

ନୂଆଦିଲ୍ଲୀ ୧୯/୦୯: ସଲମାନ ଖାନ୍‌ଙ୍କ ପରିବାର ପ୍ରତି ବିପଦ । ପୁଣି ମିଳିଲା ଧମକପୂର୍ଣ୍ଣ ବାର୍ତ୍ତା । ବଲିଉଡରୁ ନଜର ଆସିଛି ଆଶ୍ଚର୍ଯ୍ୟଜନକ ଖବର । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ପୁଣି ଥରେ ସଲମାନ ଖାନଙ୍କ ପରିବାରକୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି । ଏବେ କିନ୍ତୁ ଦବଙ୍ଗ ଖାନ ନୁହେଁ ତାଙ୍କ ବାପା ସଲିମ ଖାନଙ୍କୁ ମିଳିଛି ଏହି ଧମକ । ତେବେ ସକାଳୁ ସକାଳୁ  ଚାଲିବା ସମୟରେ ବୁର୍ଖା ପିନ୍ଧି ଜଣେ ଅଜଣା ମହିଳା ଦେଇଛନ୍ତି ଧମକ । ୧୮ ସେପ୍ଟେମ୍ବର ସକାଳେ ସଲିମ ଖାନ ପୂର୍ବପରି ସକାଳୁ ବୁଲୁଥିଲେ । ଯେତେବେଳେ ସେ ବେଞ୍ଚରେ ବସିଥିଲେ, ଏହି ସମୟରେ, ଜଣେ ମହିଳା ସ୍କୁଟରରେ ଗାଲାକ୍ସି ପାର୍ଶ୍ୱରୁ ଯାଉଥିଲେ । ବୁର୍ଖା ପିନ୍ଧିଥିବା ଜଣେ ମହିଳା ତାଙ୍କ ପଛରେ ବସିଥିଲେ । ତେବେ ସେ ୟୁ ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟକୁ ଆସି କହିଲେ, ମୁଁ ଲରେନ୍ସ ବିଷ୍ଣୋଇଙ୍କୁ ପଠାଇବା କି ତୁମ ପାଖକୁ ? ତେବେ ସ୍କୁଟର ଚଢୁଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ । ସେପଟେ ସଲମାନ ଖାନ୍ ବର୍ତ୍ତମାନ ପରିବାରରେ ନାହାଁନ୍ତି ।  ବୁଧବାର ରାତିରେ ମୁମ୍ବାଇ ବିମାନବନ୍ଦରରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଗାମୀ ଚଳଚ୍ଚିତ୍ର 'ସିକନ୍ଦର'ର ସୁଟିଂ ସଂପର୍କରେ ସଲମାନ ବାହାରକୁ ଯାଇଥିବାର ଜଣାପଡିଛି । ଅଭିନେତା ଜଣଙ୍କ ସହରରେ ନଥିବା ସମୟରେ ତାଙ୍କ ପିତା ସଲିମ ଖାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କ ଧମକ ପ୍ରଶଂସକଙ୍କ ପାଇଁ ଚିନ୍ତ

ଲରେନ୍ସ ବିଷ୍ଣୋଇଙ୍କି ପଠାଇବି କି? ବୁର୍ଖା ପିନ୍ଧି ସ୍କୁଟରରେ ଆସି ସଲମାନ ଖାନଙ୍କ ବାପାଙ୍କୁ ଧମକ ଦେଲେ ମହିଳା

ନୂଆଦିଲ୍ଲୀ ୧୯/୦୯: ସଲମାନ ଖାନ୍‌ଙ୍କ ପରିବାର ପ୍ରତି ବିପଦ । ପୁଣି ମିଳିଲା ଧମକପୂର୍ଣ୍ଣ ବାର୍ତ୍ତା । ବଲିଉଡରୁ ନଜର ଆସିଛି ଆଶ୍ଚର୍ଯ୍ୟଜନକ ଖବର । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ପୁଣି ଥରେ ସଲମାନ ଖାନଙ୍କ ପରିବାରକୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି । ଏବେ କିନ୍ତୁ ଦବଙ୍ଗ ଖାନ ନୁହେଁ ତାଙ୍କ ବାପା ସଲିମ ଖାନଙ୍କୁ ମିଳିଛି ଏହି ଧମକ । 

ତେବେ ସକାଳୁ ସକାଳୁ  ଚାଲିବା ସମୟରେ ବୁର୍ଖା ପିନ୍ଧି ଜଣେ ଅଜଣା ମହିଳା ଦେଇଛନ୍ତି ଧମକ । ୧୮ ସେପ୍ଟେମ୍ବର ସକାଳେ ସଲିମ ଖାନ ପୂର୍ବପରି ସକାଳୁ ବୁଲୁଥିଲେ । ଯେତେବେଳେ ସେ ବେଞ୍ଚରେ ବସିଥିଲେ, ଏହି ସମୟରେ, ଜଣେ ମହିଳା ସ୍କୁଟରରେ ଗାଲାକ୍ସି ପାର୍ଶ୍ୱରୁ ଯାଉଥିଲେ । ବୁର୍ଖା ପିନ୍ଧିଥିବା ଜଣେ ମହିଳା ତାଙ୍କ ପଛରେ ବସିଥିଲେ । 

ତେବେ ସେ ୟୁ ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟକୁ ଆସି କହିଲେ, ମୁଁ ଲରେନ୍ସ ବିଷ୍ଣୋଇଙ୍କୁ ପଠାଇବା କି ତୁମ ପାଖକୁ ? ତେବେ ସ୍କୁଟର ଚଢୁଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ । ସେପଟେ ସଲମାନ ଖାନ୍ ବର୍ତ୍ତମାନ ପରିବାରରେ ନାହାଁନ୍ତି ।  ବୁଧବାର ରାତିରେ ମୁମ୍ବାଇ ବିମାନବନ୍ଦରରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା । 

ଆଗାମୀ ଚଳଚ୍ଚିତ୍ର 'ସିକନ୍ଦର'ର ସୁଟିଂ ସଂପର୍କରେ ସଲମାନ ବାହାରକୁ ଯାଇଥିବାର ଜଣାପଡିଛି । ଅଭିନେତା ଜଣଙ୍କ ସହରରେ ନଥିବା ସମୟରେ ତାଙ୍କ ପିତା ସଲିମ ଖାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କ ଧମକ ପ୍ରଶଂସକଙ୍କ ପାଇଁ ଚିନ୍ତାରେ ପକାଇଛି । ଏହା ପ୍ରଥମ ଘଟଣା ନୁହେଁ ଯେ ସଲମାନ ଖାନଙ୍କ ପରିବାରକୁ ଜଣେ ଗ୍ୟାଙ୍ଗଷ୍ଟର ଧମକ ଦେଇଛନ୍ତି । ଏହି ଧାରା ବର୍ଷ ବର୍ଷ ଧରି ଚାଲିଆସୁଛି ।