ଲସା ଗ୍ରାମ ହେବ ନିଶା ମୁକ୍ତ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ): କୁଚିଣ୍ଡା ବ୍ଲକ ଚନ୍ଦିନୀମାଲ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲସା ଗ୍ରାମକୁ ନିଶା ମୁକ୍ତ କରିବା ପାଇଁ ଆଜି ଗଜଲକ୍ଷ୍ମୀ ପୂଜା ପଡ଼ିଆରେ ଏକତ୍ରିତ ହୋଇ ଗ୍ରାମବାସୀ ଶପଥ ନେଇଛନ୍ତି ।ଗ୍ରାମ୍ୟ କମିଟିର ଉପଦେଷ୍ଟା ପୂର୍ବତନ ସରପଞ୍ଚ ଜୟ କିଶୋର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି,କୁଚିଣ୍ଡା ଉପଖଣ୍ଡ ଆବାହକ କରୁଣା କର […] The post ଲସା ଗ୍ରାମ ହେବ ନିଶା ମୁକ୍ତ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ appeared first on Odisha.News.

ଲସା ଗ୍ରାମ ହେବ ନିଶା ମୁକ୍ତ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ): କୁଚିଣ୍ଡା ବ୍ଲକ ଚନ୍ଦିନୀମାଲ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲସା ଗ୍ରାମକୁ ନିଶା ମୁକ୍ତ କରିବା ପାଇଁ ଆଜି ଗଜଲକ୍ଷ୍ମୀ ପୂଜା ପଡ଼ିଆରେ ଏକତ୍ରିତ ହୋଇ ଗ୍ରାମବାସୀ ଶପଥ ନେଇଛନ୍ତି ।ଗ୍ରାମ୍ୟ କମିଟିର ଉପଦେଷ୍ଟା ପୂର୍ବତନ ସରପଞ୍ଚ ଜୟ କିଶୋର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି,କୁଚିଣ୍ଡା ଉପଖଣ୍ଡ ଆବାହକ କରୁଣା କର କିଶାନ ମୁଖ୍ୟବକ୍ତା, କିଶାନ ସମାଜ ମହାଗୁଡ଼ି ସଭାପତି ଶୋଭା ରାମ ପ୍ରଧାନ, ଅଭିଯାନର କୁଚିଣ୍ଡା ବ୍ଲକ ଆବାହକ ଦୁର୍ଯ୍ୟଧନ ମୁଣ୍ଡ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଲାସ ଗ୍ରାମକୁ ନିଶା ମୁକ୍ତ କରିବାରେ ପୂର୍ଣ୍ଣ ସହଯୋଗ ଘୋଷଣା କରିଥିଲେ ।ସଭା ପ୍ରାରମ୍ଭରେ ମଞ୍ଜୁଲତା ପ୍ରଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ଗ୍ରାମ୍ୟ କମିଟି ସଭାପତି ପୂର୍ବତନ ସମିତି ସଭ୍ୟ ହିରାଧର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଗ୍ରାମ୍ୟ କମିଟି ସମ୍ପାଦକ ମିତ୍ରଭାନୁ ପ୍ରଧାନ ସଭା ପରିଚାଳନା କରିଥିଲେ । ସଭାରେ ସଂଯୁକ୍ତା ଦେହୁରୀ, ସି ଆର ପି କୁମୋଦିନି ପ୍ରଧାନ,ୱାର୍ଡ ସଭ୍ୟା ବିନିତା ମାଝୀ, କଲ୍ୟାଣୀ ପ୍ରଧାନ, ସସ୍ମିତା ଦେହୁରୀ,ସର ପ୍ରଧାନ ପ୍ରମୁଖ ଭାଷଣ ଦେଇ ଗ୍ରାମରେ ବେନିୟମ ମଦ ଭାଟି,କୁସୁନା ଭାଟି,ଖଜୁରୀ ରସ ଭାଟି ଆଦିକୁ ଉଚ୍ଛେଦ କରିବାକୁ ଦୃଢ଼ ମତ ଦେଇଥିଲେ ।ଏହା ପରେ ଆଗାମୀ ଦିନରେ ଏକ ବଡ଼ ଧରଣର ଶୋଭାଯାତ୍ରା କରିବା ଏବଂ ଯିଏ ନିଶା ବିକ୍ରି କରିବା କିମ୍ବା ନିଶା ଖାଇବ ତାକୁ ଦଣ୍ଡିତ କରିବାକୁ ଆହ୍ବାନ ଦେଇଥିଲେ । ଏହା ପରେ ସଭିଏଁ ଛିଡ଼ା ହୋଇ ନିଶା ନଖାଇବା, ଅନ୍ୟକୁ ନିଶା ନ ଖାଇବାକୁ ପ୍ରବର୍ତ୍ତାଇବା ତଥା ଲସା ଗ୍ରାମ କୁ ନିଶାମୁକ୍ତ କରିବାକୁ ସମସ୍ତେ ଶପଥ ନେଇଥିଲେ ।ଶେଷରେ ସଂଯୁକ୍ତା ଦେହୁରୀ ଧନ୍ୟବାଦ୍ ପ୍ରଦାନ କରିଥିଲେ।

The post ଲସା ଗ୍ରାମ ହେବ ନିଶା ମୁକ୍ତ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ appeared first on Odisha.News.