ଲସ୍‌ ଆଞ୍ଜେଲସ୍‌ରେ ୨ ହଜାର ସେନା ମୁତୟନ କଲେ ଟ୍ରମ୍ପ୍, ପଦକ୍ଷେପକୁ ବିରୋଧ କଲେ ଗଭର୍ଣ୍ଣର

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ଘାରିଲାଣି ବିରୋଧ ଓ ପ୍ରତିବାଦର ଭୟ। ଇମିଗ୍ରେସନ ରେଡକୁ ନେଇ ତେଜିଲା ଆନ୍ଦୋଳନ। ୪୪ ପ୍ରବାସୀଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ। ଲସ୍ ଆଞ୍ଜେଲସ୍‌ରେ ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୦ କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଗଭର୍ଣ୍ଣର। ଲସ୍ ଆଞ୍ଜେଲସ୍‌ରେ ଫେଡେରାଲ୍ ଇମିଗ୍ରେସନ୍ ଅଧିକାରୀମାନେ ଶୁକ୍ରବାର ଇମିଗ୍ରେସନ୍ ନିୟମ ଉଲ୍ଲଂଘନ କରିବା ପାଇଁ ୪୪ ଜଣଙ୍କୁ ଗିରଫ କରିଥିଲେ, ଯାହା ପରେ ଏକ ଫେଡେରାଲ୍ ଡିଟେନ୍ସନ୍ ସେଣ୍ଟର୍ ବାହାରେ ସଂଘର୍ଷ ଆରମ୍ଭ ହୋଇଥିଲା। ଯେତେବେଳେ ଅଧିକାରୀମାନେ ଏହି କାର୍ଯ୍ୟ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ମାଡ଼ କରିଥିଲେ।ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ଶନିବାର ଏକ ବିବୃତ୍ତିରେ କହିଛି ଯେ ଟ୍ରମ୍ପ କାଲିଫର୍ଣ୍ଣିଆରେ "ବଢୁଥିବା ବିଶୃଙ୍ଖଳାର ମୁକାବିଲା" ପାଇଁ କାଲିଫର୍ଣ୍ଣିଆ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ନିୟୋଜିତ କରୁଛନ୍ତି। କାଲିଫର୍ଣ୍ଣିଆ ରାଜ୍ୟପାଳ ଏବଂ ଡେମୋକ୍ରାଟିକ୍ ପାର୍ଟି ନେତା ଗାଭିନ୍ ନ୍ୟୁସମ୍ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଏବଂ 'X' ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ରିପବ୍ଲିକାନ୍ ପାର୍ଟି

ଲସ୍‌ ଆଞ୍ଜେଲସ୍‌ରେ ୨ ହଜାର ସେନା ମୁତୟନ କଲେ ଟ୍ରମ୍ପ୍, ପଦକ୍ଷେପକୁ ବିରୋଧ କଲେ ଗଭର୍ଣ୍ଣର

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ଘାରିଲାଣି ବିରୋଧ ଓ ପ୍ରତିବାଦର ଭୟ। ଇମିଗ୍ରେସନ ରେଡକୁ ନେଇ ତେଜିଲା ଆନ୍ଦୋଳନ। ୪୪ ପ୍ରବାସୀଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ। ଲସ୍ ଆଞ୍ଜେଲସ୍‌ରେ ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୦ କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଗଭର୍ଣ୍ଣର। 

ଲସ୍ ଆଞ୍ଜେଲସ୍‌ରେ ଫେଡେରାଲ୍ ଇମିଗ୍ରେସନ୍ ଅଧିକାରୀମାନେ ଶୁକ୍ରବାର ଇମିଗ୍ରେସନ୍ ନିୟମ ଉଲ୍ଲଂଘନ କରିବା ପାଇଁ ୪୪ ଜଣଙ୍କୁ ଗିରଫ କରିଥିଲେ, ଯାହା ପରେ ଏକ ଫେଡେରାଲ୍ ଡିଟେନ୍ସନ୍ ସେଣ୍ଟର୍ ବାହାରେ ସଂଘର୍ଷ ଆରମ୍ଭ ହୋଇଥିଲା। ଯେତେବେଳେ ଅଧିକାରୀମାନେ ଏହି କାର୍ଯ୍ୟ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ମାଡ଼ କରିଥିଲେ।

ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ଶନିବାର ଏକ ବିବୃତ୍ତିରେ କହିଛି ଯେ ଟ୍ରମ୍ପ କାଲିଫର୍ଣ୍ଣିଆରେ "ବଢୁଥିବା ବିଶୃଙ୍ଖଳାର ମୁକାବିଲା" ପାଇଁ କାଲିଫର୍ଣ୍ଣିଆ ନ୍ୟାସନାଲ୍ ଗାର୍ଡ ସୈନିକଙ୍କୁ ନିୟୋଜିତ କରୁଛନ୍ତି। 

କାଲିଫର୍ଣ୍ଣିଆ ରାଜ୍ୟପାଳ ଏବଂ ଡେମୋକ୍ରାଟିକ୍ ପାର୍ଟି ନେତା ଗାଭିନ୍ ନ୍ୟୁସମ୍ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଏବଂ 'X' ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ରିପବ୍ଲିକାନ୍ ପାର୍ଟି ନେତା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ପଦକ୍ଷେପ "ଇଚ୍ଛାକୃତ ଭାବରେ ଉତ୍ତେଜକ ଏବଂ କେବଳ ଉତ୍ତେଜନା ବୃଦ୍ଧି କରିବ।" ନ୍ୟୁସମ୍ କହିଛନ୍ତି, "ଏହି ମିଶନ ଅନୁପଯୁକ୍ତ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିବ।"

ସେପଟେ ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଉଭୟଙ୍କ ମଧ୍ୟରେ ଜାରି ରହିଛି ବାକ୍ ଯୁଦ୍ଧ। ଏହି ସମୟରେ ଆମେରିକାରେ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତା ବିଷୟରେ ଏକ ବଡ଼ ବୟାନ ଦେଇଥିଲେ ମସ୍କ। ଏଲନ ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଲ କରିଥିଲେ। ଯେଉଁଥିରେ ୮୦ ପ୍ରତିଶତ ୟୁଜର୍ସ ସମର୍ଥନ ଭୋଟ୍‌ ଦେଇଥିଲେ।