ଲାଇଭ୍ ଶୋ’ ବେଳେ କ୍ୟାମେରା ସାମ୍ନାକୁ ଭୁଲ୍‌ରେ ପଶି ଆସିବାରୁ କ୍ଷମା ମାଗିଲେ ଶାହରୁଖ ଖାନ୍: ଭିିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୪ରେ କୋଲକାତା ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିବା ପରେ ଶାହରୁଖ ଖାନ୍‌ଙ୍କ ଖୁସି କହିଲେ ନ ସରେ। ଏହି ଖୁସିରେ ଶାହରୁଖ ଖାନ୍‌ ତାଙ୍କ ଝିଅ ସୁହାନା ଓ ପୁଅ ଅବରାମଙ୍କ ସହ କୋଲକାତାର ଇଡେନଗାର୍ଡେନ୍‌ରେ ଦର୍ଶକଙ୍କୁ ଅଭିବାଦନ ଜଣାଉଥିଲେ। ସମସ୍ତଙ୍କୁ ହାତ ହଲେଇ ଅଭିବାଦନ ଜଣାଉଥିବା ସମୟରେ ହଠାତ୍ ଲାଇଭ୍‌ ଶୋରେ କ୍ୟାମେରା ସାମ୍ନାକୁ ଚାଲି ଆସିଥିଲେ। କ୍ୟାମେରା ସାମ୍ନାକୁ ଚାଲିଥିବା ଜାଣିବା ପରେ ଶାହରୁଖ ଖାନ୍ କାର୍ଯ୍ୟକ୍ରମର ଉପସ୍ଥାପକ ଆକାଶ ଚୋପ୍ରା ଓ ସୁରେଶ ରାଇନାଙ୍କୁ କ୍ଷମା ମାଗିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ମଙ୍ଗଳବାର କୋଲକାତା ହାଇଦ୍ରାବାଦ ବିପକ୍ଷରେ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା। ବିଶାଳ ବିଶାଳ ସ୍କୋର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିବା ହାଇଦ୍ରାବାଦ ଗତକାଲି ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୯ ରନ୍ କରିଥିବା ବେଳେ କୋଲକାତା ଏହାକୁ ୮ ୱିକେଟ୍‌ରେ ଜିତି ନେଇଛି। କୋଲକାତାର ମ୍ୟାଚ୍ ବିଜୟ ପରେ ଜିଓ ସିନେମା ପକ୍ଷରୁ ଆକାଶ ଚୋପ୍ରା,ପାର୍ଥିବ ପଟେଲ ଓ ସୁରେଶ ରାଇନା ମ୍ୟାଚ୍ ବିଶ୍ଳେଷଣ କରୁଥିଲେ। ଏହି ସମୟରେ ଶାହାରୁଖ ଖାନ୍‌ ଭୁଲ୍‌ରେ କ୍ୟାମେରା ସାମ୍ନାକୁ ଏଣ୍ଟ୍ରି କରୁ କରୁ ହଠାତ୍ ଜାଣିପାରି ଉପସ୍ଥାପକ ଆକାଶଚୋପ୍ରାଙ୍କ ପଛ ଦେଇ ବୁଲି ଆସିଥିଲେ। King Is So Happy ????#shah

ଲାଇଭ୍ ଶୋ’ ବେଳେ କ୍ୟାମେରା ସାମ୍ନାକୁ ଭୁଲ୍‌ରେ ପଶି ଆସିବାରୁ କ୍ଷମା ମାଗିଲେ ଶାହରୁଖ ଖାନ୍: ଭିିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୪ରେ କୋଲକାତା ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିବା ପରେ ଶାହରୁଖ ଖାନ୍‌ଙ୍କ ଖୁସି କହିଲେ ନ ସରେ। ଏହି ଖୁସିରେ ଶାହରୁଖ ଖାନ୍‌ ତାଙ୍କ ଝିଅ ସୁହାନା ଓ ପୁଅ ଅବରାମଙ୍କ ସହ କୋଲକାତାର ଇଡେନଗାର୍ଡେନ୍‌ରେ ଦର୍ଶକଙ୍କୁ ଅଭିବାଦନ ଜଣାଉଥିଲେ। ସମସ୍ତଙ୍କୁ ହାତ ହଲେଇ ଅଭିବାଦନ ଜଣାଉଥିବା ସମୟରେ ହଠାତ୍ ଲାଇଭ୍‌ ଶୋରେ କ୍ୟାମେରା ସାମ୍ନାକୁ ଚାଲି ଆସିଥିଲେ। 

କ୍ୟାମେରା ସାମ୍ନାକୁ ଚାଲିଥିବା ଜାଣିବା ପରେ ଶାହରୁଖ ଖାନ୍ କାର୍ଯ୍ୟକ୍ରମର ଉପସ୍ଥାପକ ଆକାଶ ଚୋପ୍ରା ଓ ସୁରେଶ ରାଇନାଙ୍କୁ କ୍ଷମା ମାଗିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। 

ମଙ୍ଗଳବାର କୋଲକାତା ହାଇଦ୍ରାବାଦ ବିପକ୍ଷରେ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା। ବିଶାଳ ବିଶାଳ ସ୍କୋର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିବା ହାଇଦ୍ରାବାଦ ଗତକାଲି ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୯ ରନ୍ କରିଥିବା ବେଳେ କୋଲକାତା ଏହାକୁ ୮ ୱିକେଟ୍‌ରେ ଜିତି ନେଇଛି। କୋଲକାତାର ମ୍ୟାଚ୍ ବିଜୟ ପରେ ଜିଓ ସିନେମା ପକ୍ଷରୁ ଆକାଶ ଚୋପ୍ରା,ପାର୍ଥିବ ପଟେଲ ଓ ସୁରେଶ ରାଇନା ମ୍ୟାଚ୍ ବିଶ୍ଳେଷଣ କରୁଥିଲେ। ଏହି ସମୟରେ ଶାହାରୁଖ ଖାନ୍‌ ଭୁଲ୍‌ରେ କ୍ୟାମେରା ସାମ୍ନାକୁ ଏଣ୍ଟ୍ରି କରୁ କରୁ ହଠାତ୍ ଜାଣିପାରି ଉପସ୍ଥାପକ ଆକାଶଚୋପ୍ରାଙ୍କ ପଛ ଦେଇ ବୁଲି ଆସିଥିଲେ। 

ଏହି ସମୟର ଦୃଶ୍ୟ ଖୁବ୍ ନିଆରା ଥିଲା। ଶାହାରୁଖ ଲାଇଭ୍ ଶୋକୁ ପଶି ଆସିଥିବା ଜାଣିବା ପରେ ଆକାଶ ଚୋପ୍ରାଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ। ଆଇଏମ୍ ସୋ ସରି ବୋଲି କହିଥିଲେ ଶାହରୁଖ। ଜବାବରେ ଆକାଶ କହିଥିଲେ ଆରେ…. ଭଲ ହେଲା ଆପଣ ଆଶିଲେ। ଆପଣ ଆମ କାର୍ଯ୍ୟକ୍ରମକୁ ଆହୁରି ମଜାଦାର କରିଦେଲେ। ଏହାପରେ ଶାହାରୁଖ ଆଲିଙ୍ଗନ କରିବା ସହ ପାର୍ଥିବୀ ପଟେଲ୍ ଓ ସୁରେଶ ରାଇନାଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ। ଶେଷରେ ହାତ ଯୋଡ଼ି ମୁଣ୍ଡ ତଳକୁ ଭାଙ୍ଗି ଭୁଲ୍ ମାଗିଥିଲେ। ଏହି ସମୟରେ ଶାହରୁଖଙ୍କ ଝିଅ ସୁହାନା ପଛରେ ଥାଇ ହସୁଥିଲେ। 

କାର୍ଯ୍ୟକ୍ରମକୁ ଆଡଜଷ୍ଟ କରିବା ପାଇଁ ଲାଇଭ୍ ଶୋରେ ଆକାଶ ମଧ୍ୟ ଶାହରୁଖଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ “ ଏହି ବ୍ୟକ୍ତିତ୍ୱ ଖୁବ୍ ଜବରଦସ୍ତ! କିମ୍ବଦନ୍ତି। ସେ ଶୋକୁ ଚାଲି ଆସୁଥିଲେ ବୋଲି ସେ ଜାଣିପାରି ନଥିଲେ। ସେ କ୍ଷମା ମାଗିଲେ। କିନ୍ତୁ ମୁଁ କହିଲି ଆପଣ ଆମ ଦିନ ବନାଇ ଦେଲେ। ଆପଣ ଶୋ ଟପର।” ଏହି ସାରା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଫ୍ୟାନ୍‌ମାନେ ଶାହରୁଖଙ୍କୁ ପ୍ରଶଂସା କରୁଛନ୍ତି।