ଲାଇଭ୍ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ…
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି ସଫଳତାର ଶୀର୍ଷରେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି। ସାରା ବିଶ୍ୱରେ ନେହା ଲାଇଭ୍ କନସର୍ଟ କରିଥାନ୍ତି। ହେଲେ ଏବେ ଏକ ଲାଇଭ୍ ଶୋ’ରେ ତାଙ୍କୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଛି। ପ୍ରଶଂସକମାନେ ତାଙ୍କ ଉପରେ ରାଗିଯାଇ ପଳାଇଯାଅ ବୋଲି ମଧ୍ୟ କହିଛନ୍ତି। […] The post ଲାଇଭ୍ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ… appeared first on Dharitri Odia News.
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି ସଫଳତାର ଶୀର୍ଷରେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି। ସାରା ବିଶ୍ୱରେ ନେହା ଲାଇଭ୍ କନସର୍ଟ କରିଥାନ୍ତି। ହେଲେ ଏବେ ଏକ ଲାଇଭ୍ ଶୋ’ରେ ତାଙ୍କୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଛି। ପ୍ରଶଂସକମାନେ ତାଙ୍କ ଉପରେ ରାଗିଯାଇ ପଳାଇଯାଅ ବୋଲି ମଧ୍ୟ କହିଛନ୍ତି।
ଅଷ୍ଟ୍ରେଲିଆର ମେଲବର୍ନରେ ଏକ ଲାଇଭ୍ ଶୋ’ ସମୟରେ ନେହା ବଡ଼ ଭୁଲ କରିଦେଇଥିଲେ। ଶୋ’ରେ ସେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ପ୍ରଶଂସକ ଗାୟିକାଙ୍କ ଅପେକ୍ଷା କରି ନିରାଶ ହୋଇଯାଇଥିଲେ। ପରେ ଯେତେବେଳେ ସେ ପହଞ୍ଚିଥିଲେ ପ୍ରଶଂସକ ଖପ୍ପା ହୋଇଯାଇଥିଲେ। ରାଗରେ ତାଙ୍କୁ ଚାଲିଯିବାକୁ କହିଥିଲେ। ଏହାଶୁଣି ନେହା ଭୋ ଭୋ ହୋଇ କାନ୍ଦିଥିଲେ। ବିଳମ୍ବରେ ପହଞ୍ଚିଥିବା ଲାଗି ସେ କ୍ଷମା ମାଗିଥିଲେ ହେଁ ପ୍ରଶଂସକଙ୍କ ରାଗ ଶାନ୍ତ ହୋଇ ନ ଥିଲା।
ସୋସିଆଲ ମିଡିଆରେ ନେହାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଲାଇଭ କନସର୍ଟ ସମୟରେ କାନ୍ଦୁଥିବା ନଜର ଆସୁଛନ୍ତି।
The post ଲାଇଭ୍ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ… appeared first on Dharitri Odia News.