ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍ ଫେରାଇବା ପାଇଁ…
ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ SI ରଘୁନାଥ ହାଁସଦା, ASI ଶିବପ୍ରସାଦ ଦଳାଇ। ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଜବତ ବାଇକ ଫେରାଇବା ଲାଗି ୨ ପୋଲିସ ବାବୁ ଲାଞ୍ଚ ନେଉଥିଲେ। ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର […] The post ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍ ଫେରାଇବା ପାଇଁ… appeared first on Dharitri Odia News.
ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ SI ରଘୁନାଥ ହାଁସଦା, ASI ଶିବପ୍ରସାଦ ଦଳାଇ। ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଜବତ ବାଇକ ଫେରାଇବା ଲାଗି ୨ ପୋଲିସ ବାବୁ ଲାଞ୍ଚ ନେଉଥିଲେ।
ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଛି ଭିଜିଲାନ୍ସ। ସରକାରୀ ବାସଭବନ ଓ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଦୁଇ ପୋଲିସ ଅଧିକାରୀ ହେଉଛନ୍ତି ପ୍ରବେଶନାରୀ ପିରିୟ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୁଲିସ ଏଏସଆଇ ଶିବ ପ୍ରସାଦ ଦଳେଇ। ଶିବ ପ୍ରସାଦ ଦଳେଇ ମଧ୍ୟସ୍ଥି ସାଜି ଥିବା ବେଳେ ରଘୁନାଥ ହଂସଦା ଭିଜିଲାନ୍ସ ହାତରେ ଧରାପ ଡିଥିଲେ। ଉଭୟଙ୍କ ସରକାରୀ ବାସଭବନ ସମେତ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ।
The post ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍ ଫେରାଇବା ପାଇଁ… appeared first on Dharitri Odia News.