ଲାଞ୍ଚ ନେବା ମାମଲାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କୁ ୨ବର୍ଷ ଜେଲ୍‌

କଟକ : ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ ଲାଞ୍ଚ ନେବା ମାମଲାରେ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ୧୯୮୮ ଧାରା୧୩(୨)/୧୩(୧)ଡି-୭ ଅନୁସାରେ ୨ବର୍ଷ ଜେଲଦଣ୍ଡ ଓ ୧୦ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ […]

ଲାଞ୍ଚ ନେବା ମାମଲାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କୁ ୨ବର୍ଷ ଜେଲ୍‌
Welfare Extension Officer Sentenced 4-Year RI By Odisha Vigilance Cour

କଟକ : ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ ଲାଞ୍ଚ ନେବା ମାମଲାରେ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ୧୯୮୮ ଧାରା୧୩(୨)/୧୩(୧)ଡି-୭ ଅନୁସାରେ ୨ବର୍ଷ ଜେଲଦଣ୍ଡ ଓ ୧୦ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।

ପ୍ରକାଶ ଯେ ଗତ ୨୦୧୪ରେ ରାଜ୍ୟ ଟିମ ପକ୍ଷରୁ ମଧୁବନ ସିଏଚସିରେ ଏମଡିଏ ଯାଞ୍ଚ ସମୟରେ ଜନୈକା ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀ ଅନୁପସ୍ଥିତ ଥିଲେ । ତାଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ନହେବା ନିମନ୍ତେ ସେହି ସମୟରେ ମେଡିକାଲ ଅଫିସର ଡା. ରାଉତ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରି ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜ୍ଜୁ କରିଥିଲା। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ ମଧ୍ୟ ଦାଖଲ ହୋଇଥିଲା। କଟକ ଭିଜିଲାନ୍ସ ଡିଭିଜନର ପ୍ରାକ୍ତନ ଡିଏସପି ଭରତ ଚନ୍ଦ୍ର ସେଠୀ ଏହି ମାମଲାର ତଦନ୍ତ କରିଥିଲେ। ପ୍ରଜିକ୍ୟୁସନ ପକ୍ଷରୁ ଭିଜିଲାନ୍ସର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସର୍ବେଶ୍ୱର ବାରିକ ଓ ଏପିପି ଦୀପକ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ନିମନ୍ତେ ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କୁ ଆବେଦନ କରାଯିବ ବୋଲି କୁହାଯାଇଛି।