କନ୍ଧମାଳର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବଢୁଛି ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପାରମ୍ପରିକ ହଳଦୀ, ସୋରିଷ, ଅଦା, କାନ୍ଦୁଲ, ତିଳା, ମାଣ୍ଡିଆ, କାଙ୍ଗୁ, କୁଏରୀ, ଜହ୍ନା ଭଳି ପାରମ୍ପରିକ ଖାଦ୍ୟ ତଥା ମସଲା ଜାତୀୟ, ତୈଳ ଏବଂ ଡାଲିଜାତୀୟ ଫସଲ ଅମଳ ହେଉଛି। ଏହିସବୁ ସାମଗ୍ରୀ ସମେତ ଜଙ୍ଗଲ ଜାତୀୟ ସାମଗ୍ରୀ ମହୁ, ତେନ୍ତୁଳି, ମହୁଲ ଫୁଲ, ଗରା, ପଣସ, ଆମ୍ବ, ଝୁଣା ଭଳି ସାମଗ୍ରୀକୁ ବିକ୍ରିବଟା ଓ ପ୍ରସ୍ତୁତି ପାଇଁ ଆଗ୍ରହ ବଢୁଛି। ଏହି ଆଗ୍ରହ ଜିଲା ଓ ଜିଲା […] The post କନ୍ଧମାଳର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବଢୁଛି ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ appeared first on Dharitri Odia News.

କନ୍ଧମାଳର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବଢୁଛି ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପାରମ୍ପରିକ ହଳଦୀ, ସୋରିଷ, ଅଦା, କାନ୍ଦୁଲ, ତିଳା, ମାଣ୍ଡିଆ, କାଙ୍ଗୁ, କୁଏରୀ, ଜହ୍ନା ଭଳି ପାରମ୍ପରିକ ଖାଦ୍ୟ ତଥା ମସଲା ଜାତୀୟ, ତୈଳ ଏବଂ ଡାଲିଜାତୀୟ ଫସଲ ଅମଳ ହେଉଛି। ଏହିସବୁ ସାମଗ୍ରୀ ସମେତ ଜଙ୍ଗଲ ଜାତୀୟ ସାମଗ୍ରୀ ମହୁ, ତେନ୍ତୁଳି, ମହୁଲ ଫୁଲ, ଗରା, ପଣସ, ଆମ୍ବ, ଝୁଣା ଭଳି ସାମଗ୍ରୀକୁ ବିକ୍ରିବଟା ଓ ପ୍ରସ୍ତୁତି ପାଇଁ ଆଗ୍ରହ ବଢୁଛି। ଏହି ଆଗ୍ରହ ଜିଲା ଓ ଜିଲା ବାହାର ପୁଞ୍ଜିପତିଙ୍କ ପୂର୍ବ ଅପେକ୍ଷା ଗତ ଫେବୃଆରୀ ୨୭ ଏବଂ ୨୮ରେ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ୨ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳର ଆୟୋଜନ ପରେ ଏବେ ପୁଞ୍ଜିପତିଙ୍କ ଏହି ବ୍ୟବସାୟ ପ୍ରତି ଆଗ୍ରହ ବଢୁଛି। ଜିଲା ପ୍ରଶାସନ ତଥା ଜିଲାପାଳ ଅମ୍ରିତ ଋତୁରାଜ ସେହି ସମୟରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ରାଜ୍ୟ ସରକାର ଏହି ଇନ୍‌ଭେଷ୍ଟ କନ୍ଧମାଳରେ ମହିଳା ପୁଞ୍ଜିପତିଙ୍କୁ ବିଶେଷକରି ୭୦ ପ୍ରତିଶୋଧ ମହିଳାଙ୍କୁ ସୁଯୋଗ ଦିଆଯିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦାରିଙ୍ଗବାଡ଼ିର ଲକ୍ଷପତି ଦିଦି ଝରଣା ସାହୁଙ୍କ ନିକଟରେ କିଛି ପୁଞ୍ଜି ବିନିଯୋଗକାରୀ ଯେଉଁମାନେ ଇନ୍‌ଭେଷ୍ଟ କନ୍ଧମାଳରେ ଅଂଶଗ୍ରହଣ କରିଥିଲେ ସେମାନେ ହଳଦୀ ପ୍ରକ୍ରିୟା କରଣ ସମେତ ଅଦା, ତେନ୍ତୁଳି, ମସଲାଜାତୀୟ ସାମଗ୍ରୀର ପ୍ରକ୍ରିୟା କରଣ ଓ ତାର ବିକ୍ରିବଟା ସମ୍ପର୍କରେ ଜାଣିବାକୁ ତାଙ୍କ ପ୍ରସ୍ତୁତିକାରଣ ୟୁନିଟ୍‌କୁ ପରିଦର୍ଶନ କରି ତାଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ବିଶେଷକରି କଞ୍ଚା ହଳଦୀକୁ ସିଝାଇ, ଶୁଖାଇ ତାକୁ ପଲିସ୍‌ କରିବା ଓ ବିନା ପଲିସରେ କିଭଳି ପାଉଡର ପ୍ରସ୍ତୁତି କରି ହାଇଜେନିକ ପ୍ୟାକିଂ ଆଦି ସମ୍ପର୍କରେ ପଚାରି ବୁଖିଛନ୍ତି। ଏଥିରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ସୁବାସ ସାହୁ, ରବୀନ୍ଦ୍ର କୁମାର ସାମଲ, ରମେଶ ସାହୁ ପ୍ରମୁଖ ଝରଣା ସାହୁଙ୍କୁ ଭେଟି ଏହି ୟୁନିଟ୍‌ ପରିଦର୍ଶନ କରିଛନ୍ତି।

The post କନ୍ଧମାଳର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବଢୁଛି ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ appeared first on Dharitri Odia News.