ନଭେମ୍ବରରୁ ରାଜ୍ୟ ବୁଲିବେ ନବୀନ

ଭୁବନେଶ୍ୱର,୯।୮(ଅନିଲ ଦାସ):୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ସଙ୍ଗଠନକୁ ମଜଭୁତ କରିବା ସହ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବରରୁ ସାରା ରାଜ୍ୟ ଗସ୍ତ କରିବେ। ଏହି ସମୟରେ ସେ ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡି ରାଜ୍ୟସ୍ତରୀୟ ସମନ୍ବୟ କମିଟିର ସଦସ୍ୟମାନେ ଗୁରୁବାର ସାରେ ନବୀନଙ୍କୁ ସାକ୍ଷାତ […] The post ନଭେମ୍ବରରୁ ରାଜ୍ୟ ବୁଲିବେ ନବୀନ appeared first on Dharitri Odia News.

ନଭେମ୍ବରରୁ ରାଜ୍ୟ ବୁଲିବେ ନବୀନ

ଭୁବନେଶ୍ୱର,୯।୮(ଅନିଲ ଦାସ):୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ସଙ୍ଗଠନକୁ ମଜଭୁତ କରିବା ସହ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବରରୁ ସାରା ରାଜ୍ୟ ଗସ୍ତ କରିବେ। ଏହି ସମୟରେ ସେ ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି।
ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡି ରାଜ୍ୟସ୍ତରୀୟ ସମନ୍ବୟ କମିଟିର ସଦସ୍ୟମାନେ ଗୁରୁବାର ସାରେ ନବୀନଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି।
ଏହି ଅବସରରେ ନବୀନ କହିଛନ୍ତି, ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆଶୀର୍ବାଦ ଦେଇଆସିଛନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ନକଟରେ ଦଳ ଋଣୀ । ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖିବା ପାଇଁ ସେ ବରିଷ୍ଠ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏଥିସହିତ ରାଜ୍ୟସ୍ତରୀୟ ସମନ୍ବୟ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଛି । ଗଞ୍ଜାମ ଜିଲାକୁ ୨ଟି ସାଙ୍ଗଠନିକ ଜିଲାରେ ପରିଣତ କରିବା ପାଇଁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି। ଏଥିସହିତ ଦଳର ଛାତ୍ର, ଯୁବ, ମହିଳା ଆଦି ଛାମୁଆ ସଙ୍ଗଠନକୁ ଗଠନ କରିବା ସହ ଅକ୍ଟୋବର ୨ ତାରିଖରୁ ମାସେ ବ୍ୟାପୀ ପଦଯାତ୍ରା ଆରମ୍ଭ କରିବ ବୈଠକରୁ ଜଣାପଡିଛି।

The post ନଭେମ୍ବରରୁ ରାଜ୍ୟ ବୁଲିବେ ନବୀନ appeared first on Dharitri Odia News.