ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍
କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ଲାଞ୍ଚ ମାମଲାର ଶୁଣାଣି କରି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରଶ୍ମିତା ଦଳେଇ ତତ୍କାଳୀନ ରାଇସୁଆଁ ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ଦଣ୍ଡ ଏବଂ ୪ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ସଦର ତହସିଲ ରାଇସୁଆଁ ଆର୍ଆଇ ସର୍କଲ ଅନ୍ତର୍ଗତ ରାଇସୁଆଁ ହର୍ଷପୁର ଗ୍ରାମର ଅଜିତ କୁମାର ନାଏକଙ୍କ ସହ ସେହି ଗ୍ରାମର ଟିକେଶ୍ୱର ସାହୁଙ୍କର ଜମି ବିବାଦ ହୋଇଥିଲା। ଜମି ଚିହ୍ନଟ ପାଇଁ ଅଜିତ […] The post ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ appeared first on Dharitri Odia News.
କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ଲାଞ୍ଚ ମାମଲାର ଶୁଣାଣି କରି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରଶ୍ମିତା ଦଳେଇ ତତ୍କାଳୀନ ରାଇସୁଆଁ ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ଦଣ୍ଡ ଏବଂ ୪ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ସଦର ତହସିଲ ରାଇସୁଆଁ ଆର୍ଆଇ ସର୍କଲ ଅନ୍ତର୍ଗତ ରାଇସୁଆଁ ହର୍ଷପୁର ଗ୍ରାମର ଅଜିତ କୁମାର ନାଏକଙ୍କ ସହ ସେହି ଗ୍ରାମର ଟିକେଶ୍ୱର ସାହୁଙ୍କର ଜମି ବିବାଦ ହୋଇଥିଲା। ଜମି ଚିହ୍ନଟ ପାଇଁ ଅଜିତ କୁମାର ନାଏକ ସଦର ଥାନାରେ ୧୦.୪.୨୦୧୭ରେ ରିପୋର୍ଟ କରିଥିଲେ। ପୋଲିସ ପକ୍ଷରୁ ଜମି ଚିହ୍ନଟ ପାଇଁ ଆର୍ଆଇଙ୍କୁ ଚିଠି କରାଯାଇଥିଲା। ଅଭିଯୋଗକାରୀ ଅଜିତ କୁମାର ନାଏକ ରାଜସ୍ବ ନିରୀକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ଦେଖା କରିବାରୁ ୧୧.୪.୨୦୧୭ସୁଦ୍ଧା ୨ହଜାର ଟଙ୍କା ଏବଂ ସରକାରୀ ଫି’ ୨ଶହ ଟଙ୍କା ଦେଲେ ୧୨.୪.୨୧୭ରେ ମାପଚୁପ କରାଯିବ ବୋଲି କହିଥିଲେ। ଜମି ଚିହ୍ନଟ ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାଗିବାରୁ ୧୦.୪.୨୦୧୭ରେ ଅଭିଯୋଗକାରୀ ଭିଜିଲାନ୍ସ ଡିଏସ୍ପି, କେନ୍ଦୁଝରଙ୍କ ମାଧ୍ୟମରେ ଏସ୍ପି ଭିଜିଲାନ୍ସ, ବାଲେଶ୍ୱରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ୧୭.୨୦୧୭ରେ ଏକ ଲାଞ୍ଚ ମାମଲା ରୁଜୁ କରାଯାଇଥିଲା। ୧୧.୪.୨୦୧୭ରେ ରାଇସୁଆଁ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ୨ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ କରି ରାଜସ୍ବ ନିରୀକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ଗିରଫ କରିଥିଲେ। ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରଶ୍ମିତା ଦଳେଇ ଭିଜିଲାନ୍ସ ବିଭାଗର ତଦନ୍ତ ରିପୋର୍ଟ ଏବଂ ୧୨ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ଦଣ୍ଡ ଆଦେଶ ହୋଇଛି। ଲାଞ୍ଚ ଅର୍ଥ ନେଇ ଅଫିସ ଡ୍ର’ ରେ ରଖିଥିବା ତତ୍କାଳୀନ ପିଅନ ତରଣୀସେନ ପାତ୍ର ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦଣ୍ଡିତ ହୋଇଥିବା ଆର୍ଆଇଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦେବଦତ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ। ଦଣ୍ଡିତ ଅବସରପ୍ରାପ୍ତ ଆର୍ଆଇଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଗ୍ରାମରେ ବୋଲି ଜଣାପଡ଼ିଛି।
The post ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ appeared first on Dharitri Odia News.