ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବାଇକ ଶୋଭାଯାତ୍ରା ଓ ସାଧାରଣ ସଭା
କଳାହାଣ୍ଡି, ୧୭/୦୪-ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଏକ ବିଶାଳ ବାଇକ ଶୋଭାଯାତ୍ରା ସହିତ ସାଧାରଣ ସଭା କରି ନିଜର ଦମ ଦେଖାଇଛି କଂଗ୍ରେସ। ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ଡ. ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଆୟୋଜିତ ସଭା ଓ ଶୋଭାଯାତ୍ରାରେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ଼, କଦମ୍ବଗୁଡା, ଭୁର୍ଟିଗଡ଼, କମର୍ଧା, ଗୋବର୍ଧନପୁର ପଂଚାୟତ ଅଂଚଳର ଦୁଇଶହରୁ ଅଧିକ ବାଇକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଅନୁଷ୍ଠିତ ଜନସଭାରେ ପାଞ୍ଚଟି ପଂଚାୟତରୁ ଛଅଶହରୁ ଅଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଆଜିର […] The post ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବାଇକ ଶୋଭାଯାତ୍ରା ଓ ସାଧାରଣ ସଭା appeared first on Odisha.News.

କଳାହାଣ୍ଡି, ୧୭/୦୪-ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଏକ ବିଶାଳ ବାଇକ ଶୋଭାଯାତ୍ରା ସହିତ ସାଧାରଣ ସଭା କରି ନିଜର ଦମ ଦେଖାଇଛି କଂଗ୍ରେସ। ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ଡ. ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଆୟୋଜିତ ସଭା ଓ ଶୋଭାଯାତ୍ରାରେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ଼, କଦମ୍ବଗୁଡା, ଭୁର୍ଟିଗଡ଼, କମର୍ଧା, ଗୋବର୍ଧନପୁର ପଂଚାୟତ ଅଂଚଳର ଦୁଇଶହରୁ ଅଧିକ ବାଇକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଅନୁଷ୍ଠିତ ଜନସଭାରେ ପାଞ୍ଚଟି ପଂଚାୟତରୁ ଛଅଶହରୁ ଅଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଆଜିର ବାଇକ ଶୋଭାଯାତ୍ରା ସିକେରକୁପାରୁ ବାହାରି ଭାଲୁଚଞ୍ଚରାଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଡ. ବଳଭଦ୍ର ମାଝୀ, ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ବରିଷ୍ଠ କଂଗ୍ରେସ ନେତା ମନୋଜ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଭାରେ କଂଗ୍ରେସ ନେତା ଗୋବିନ୍ଦ ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଗଉଡ଼, କେଶବଚନ୍ଦ୍ର ବାରିକ, ଭଗବାନ ମାଝୀ, ଲାଞ୍ଜିଗଡ଼ ରୋଡ଼ ପଂଚାୟତ ସଭାପତି ଗୋପାଳ ଛୁରା, ଗୋବର୍ଧନପୁର ପଂଚାୟତ ସଭାପତି ଅଶୋକ ପରିଡା, ଲାଲଝୁରୁ ନାଏକ, ରୂପାଧର ମାଝୀ, ଅକ୍ରୁର ସୁନାଙ୍କ ସହିତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
The post ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବାଇକ ଶୋଭାଯାତ୍ରା ଓ ସାଧାରଣ ସଭା appeared first on Odisha.News.