ଲାଞ୍ଜିଗଡରେ ଉଦଘାଟିତ ହେଲା ଜେଏମଏଫସି କୋର୍ଟ, ଅଞ୍ଚଳରେ ଖୁସିର ଲହରୀ

କଳାହାଣ୍ଡି,୧୨/୧୧-ଲାଞ୍ଜିଗଡ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଆଜି ପୂରଣ ହୋଇଛି। ଲାଞ୍ଜିଗଡରେ ଆଜି ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି ଜେଏମଏଫସି କୋର୍ଟ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ, ବିଚାରପତି ଭି. ନରସିଂହ ଯୋଗଦେଇ ଉଦଘାଟନ କରିଥିବାବେଳେ କଳାହାଣ୍ଡି ଜିଲ୍ଲା ଓ ସେସନ ବିଚାରପତି ଅନୁପରଞ୍ଜନ ପଟ୍ଟନାୟକ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ, ଲାଞ୍ଜିଗଡ ଜେଏମଏଫସି ବିଚାରପତି ନାଜେଦା ଖାତୁନ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, […] The post ଲାଞ୍ଜିଗଡରେ ଉଦଘାଟିତ ହେଲା ଜେଏମଏଫସି କୋର୍ଟ, ଅଞ୍ଚଳରେ ଖୁସିର ଲହରୀ appeared first on Odisha.News.

ଲାଞ୍ଜିଗଡରେ ଉଦଘାଟିତ ହେଲା ଜେଏମଏଫସି କୋର୍ଟ, ଅଞ୍ଚଳରେ ଖୁସିର ଲହରୀ

କଳାହାଣ୍ଡି,୧୨/୧୧-ଲାଞ୍ଜିଗଡ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଆଜି ପୂରଣ ହୋଇଛି। ଲାଞ୍ଜିଗଡରେ ଆଜି ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି ଜେଏମଏଫସି କୋର୍ଟ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ, ବିଚାରପତି ଭି. ନରସିଂହ ଯୋଗଦେଇ ଉଦଘାଟନ କରିଥିବାବେଳେ କଳାହାଣ୍ଡି ଜିଲ୍ଲା ଓ ସେସନ ବିଚାରପତି ଅନୁପରଞ୍ଜନ ପଟ୍ଟନାୟକ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ, ଲାଞ୍ଜିଗଡ ଜେଏମଏଫସି ବିଚାରପତି ନାଜେଦା ଖାତୁନ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଅତିରିକ୍ତ ଏସପି ଆନନ୍ଦ ବର୍ଦ୍ଧନ ଗୁରୁ, କଳାହାଣ୍ଡି ବାର ଏସୋସିଏସନର ସଭାପତି ସୁଧାଂଶୁ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ପରେ ଲାଞ୍ଜିଗଡ଼ ଜେଏମଏଫସି କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆୟୋଜିତ ସାଧାରଣ ସଭାରେ ଉପରୋକ୍ତ ଅତିଥିମାନଙ୍କ ସହିତ କମିଟିର ସଭାପତି ରାଜେନ୍ଦ୍ର ସିଂଦେଓ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଧ୍ୱଜ ପେସନିଆ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ଼, ସିଦ୍ଧାର୍ଥ ନାୟକ, ଅନୱର ଭାରତୀ, ଲାଞ୍ଜିଗଡ ଯୁବକ ସଂଘର ସଭାପତି ହିମାଦ୍ରୀ ପେସନିଆ ପ୍ରମୁଖ ମଂଚାସୀନ ଥିଲେ। ବରିଷ୍ଠ ଆଇନଜୀବୀ ସୁବ୍ରତ ବହିଦାର ସଭା ପରିଚାଳନା କରିଥିବାବେଳେ ଶ୍ରୀମୁଖ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଘୁମୁରା, ବଜାଶାଲ, ସଲପ ନିଶାନ, ସଂକୀର୍ତ୍ତନର ତାଳେ ତାଳେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିବାବେଳେ ନିୟମଗିରିର କୁଟିଆ କନ୍ଧ ତରୁଣୀମାନେ ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ସହିତ ସ୍ୱାଗତ କରିଥିଲେ। ଏହି ଅବସରରେ ଆଜି କଳାହାଣ୍ଡି ବାର ଏସୋସିଏସନ ସମେତ ଜିଲ୍ଲାର ବିଭିନ୍ନ ବାର ଏସୋସିଏସନରୁ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ। ସେହିପରି ଲାଞ୍ଜିଗଡ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ସରପଞ୍ଚ ଓ ସମିତି ସଭ୍ୟ ଓ ବହୁ ସଂଖ୍ୟାରେ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଡିଏସପି ଅଜୟ ଦାସ, ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ପୁଲିସବାହିନୀ ନିୟୋଜିତ ଥିଲେ।

The post ଲାଞ୍ଜିଗଡରେ ଉଦଘାଟିତ ହେଲା ଜେଏମଏଫସି କୋର୍ଟ, ଅଞ୍ଚଳରେ ଖୁସିର ଲହରୀ appeared first on Odisha.News.