*ଲାଞ୍ଜିଗଡରେ ଶେଷ ହେଲା ଶ୍ୟାମାକାଳୀ ପୂଜା*

କଳାହାଣ୍ଡି,୦୧/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଆଶ୍ରମପଡାସ୍ଥିତ ଯୁବଶକ୍ତି ସେବା କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଶ୍ୟାମାକାଳୀ ପୂଜା ଚଳିତ ବର୍ଷ ନବମ ବର୍ଷରେ ପହଞ୍ଚିଥିବାବେଳେ ଏହାକୁ ନେଇ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ସାନଜୋର ବନ୍ଧରୁ ପବିତ୍ର ଜଳ ସଂଗ୍ରହ ଓ କଳସଯାତ୍ରା ପରେ ଅଧିବାସ ଓ ବିଲ୍ଵବରଣ ସହିତ ଆରମ୍ଭ ହୋଇଥିଲା ପୂଜନୋତ୍ସବ। ପୂଜାରେ କର୍ତ୍ତା ଭାବେ ଗୋବିନ୍ଦ ରଣା ଓ ତାଙ୍କ ଧର୍ମପତ୍ନୀ ସବିତା […] The post *ଲାଞ୍ଜିଗଡରେ ଶେଷ ହେଲା ଶ୍ୟାମାକାଳୀ ପୂଜା* appeared first on Odisha.News.

*ଲାଞ୍ଜିଗଡରେ ଶେଷ ହେଲା ଶ୍ୟାମାକାଳୀ ପୂଜା*

କଳାହାଣ୍ଡି,୦୧/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଆଶ୍ରମପଡାସ୍ଥିତ ଯୁବଶକ୍ତି ସେବା କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଶ୍ୟାମାକାଳୀ ପୂଜା ଚଳିତ ବର୍ଷ ନବମ ବର୍ଷରେ ପହଞ୍ଚିଥିବାବେଳେ ଏହାକୁ ନେଇ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ସାନଜୋର ବନ୍ଧରୁ ପବିତ୍ର ଜଳ ସଂଗ୍ରହ ଓ କଳସଯାତ୍ରା ପରେ ଅଧିବାସ ଓ ବିଲ୍ଵବରଣ ସହିତ ଆରମ୍ଭ ହୋଇଥିଲା ପୂଜନୋତ୍ସବ। ପୂଜାରେ କର୍ତ୍ତା ଭାବେ ଗୋବିନ୍ଦ ରଣା ଓ ତାଙ୍କ ଧର୍ମପତ୍ନୀ ସବିତା ରଣା, ପୂଜକ ଭାବେ ପ୍ରଭାକର ଆଚାର୍ଯ୍ୟ ଓ ପୂଜାମଣ୍ଡପରେ ସହଯୋଗୀ ଭାବେ ଲିଙ୍ଗରାଜ ବାରିକ ଦାୟିତ୍ୱ ତୁଲାଇଥିଲେ। ଦ୍ଵିତୀୟ ଦିନ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ନରେନ୍ଦ୍ରନାଥ ଦାସ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଲାଞ୍ଜିଗଡ ପ୍ରେସକ୍ଲବ କୋଷାଧ୍ୟକ୍ଷ ପରେଶ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପୂଜା କମିଟିର ସଭାପତି ଲକ୍ଷ୍ମୀ ବେହେରା, ଉପସଭାପତି ମୁକେଶ ମୁଣ୍ଡା , ସଂପାଦକ କୋଦଣ୍ଡଧର ପ୍ରଧାନ,
ସହ ସମ୍ପାଦକ ଟୁନା ପଟ୍ଟନାୟକ, ଉପଦେଷ୍ଟା କ୍ଷମାନିଧି ସାହୁ, ଶ୍ରୀନିବାସ ଚଣ୍ଡି , ଦିଲିପ ସାହୁ, ତେଜ ବଗର୍ତ୍ତି, କେତନ ରଣା, ଅଶ୍ୱିନୀ ସାହୁ, ଶତୃଘନ ଗୋପେ, ସଦସ୍ୟ ସ୍ୱାଧୀନ, କାଳିଆ, ପ୍ରମୋଦ, ପୂର୍ଣ୍ଣଚନ୍ଦ୍ର, ସୁବ୍ରତ, ସୁଶାନ୍ତ, ଭୋଳାନାଥ, ଦେବଦାସ, ଭାସ୍କର, ବାସୁଦେବ, ଜୟ, ପରମାନନ୍ଦ, ପିତବାସ ଓ ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।

The post *ଲାଞ୍ଜିଗଡରେ ଶେଷ ହେଲା ଶ୍ୟାମାକାଳୀ ପୂଜା* appeared first on Odisha.News.