ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଦସ୍ୟଙ୍କ ସପଥ ଗ୍ରହଣ କାର୍ଯ୍ୟକ୍ରମ।
କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଦସ୍ୟଙ୍କ ସପଥ ଗ୍ରହଣ କାର୍ଯ୍ୟକ୍ରମ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି I ଏହି ସଂଘ ରାଜ୍ୟର ହରିପୁର ରୋଡ ଶାଖା କଟକ ସହିତ ସହବନ୍ଧିତ ରହିଥିବା ବେଳେ ବିଭିନ୍ନ ମହତ କାର୍ଯ୍ୟକଳାପ ନେଇ ଶ୍ରେଷ୍ଠ ସଂଗଠନ ଭାବେ ସୁନାମ ଅର୍ଜନ କରିଛି I ଗତ ଜାନୁଆରୀ […] The post ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଦସ୍ୟଙ୍କ ସପଥ ଗ୍ରହଣ କାର୍ଯ୍ୟକ୍ରମ। appeared first on Odisha.News.

କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଦସ୍ୟଙ୍କ ସପଥ ଗ୍ରହଣ କାର୍ଯ୍ୟକ୍ରମ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି I ଏହି ସଂଘ ରାଜ୍ୟର ହରିପୁର ରୋଡ ଶାଖା କଟକ ସହିତ ସହବନ୍ଧିତ ରହିଥିବା ବେଳେ ବିଭିନ୍ନ ମହତ କାର୍ଯ୍ୟକଳାପ ନେଇ ଶ୍ରେଷ୍ଠ ସଂଗଠନ ଭାବେ ସୁନାମ ଅର୍ଜନ କରିଛି I ଗତ ଜାନୁଆରୀ ମାସ ୭ ତାରିଖରେ ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ କର୍ମକର୍ତ୍ତା ଚୟନ କରାଯାଇଥିଲା Iସେହି ନବ ନିର୍ବାଚିତ ସଦସ୍ୟଙ୍କ ଆଜି ସପଥ ଗ୍ରହଣ କାର୍ଯ୍ୟକ୍ରମ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବୀରେନ୍ଦ୍ର ବାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ଜିଲ୍ଲା ଉପ ସଭାନେତ୍ରୀ ଅର୍ଚ୍ଚନା ମିଶ୍ର,ଜିଲ୍ଲା କୋଷଦକ୍ଷ ଶିବ ପ୍ରସାଦ ଦାସ,ବ୍ଲକ ପ୍ରଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ଦୁଃଶାସନ ଦାସଙ୍କ ଉପସ୍ଥିଥିରେ ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଭାପତି ପ୍ରମୋଦ କୁମାର ମହାନ୍ତି,ସମ୍ପାଦକ ଏମ୍ ସୁନ୍ଦର ଶେଖର,ଉପସଭା ନେତ୍ରୀ ମୋନାଲିଶା ଜେନା,ଉପସଭାପତି ପ୍ରକାଶ ପଧାନ, ରତ୍ନାକର ଦୋରା,ସୁନୀଲ ମଲ୍ଲିକ ଯୁଗ୍ମ ସମ୍ପାଦକ ଜଳନ୍ଧର ମାଝୀ, ସରତ ଚନ୍ଦ୍ର ସାହାଣୀ,ଚିନମୟ ପ୍ରସାଦ ମୁଦୁଲି,ବ୍ଲକ ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ,କୋଷଦକ୍ଷ ଗୁରୁଗୋବିନ୍ଦ ମହାନ୍ତି ପ୍ରମୁଖ ନିଜ କାର୍ଯ୍ୟ ସୁଚାରୁ ରୂପେ ପାଳନ କରିବା ପାଇଁ ସପଥ ଗ୍ରହଣ କରିଥିଲେ।ଏହି ଅବସରରେ ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ଭାବେ ପଦ୍ମଲୋଚନ ସୁନା, ତପନ ଭୋଇ, ସୁବାଷ ନାୟକ, ଚିନ୍ତାମଣି ବିଶ୍ୱାଳ, ବଦ୍ରିନାରାୟଣ ନାଗ, ଭୁବନେଶ୍ଵର ସାହୁ, ବିଜୟ ରାୟ, ଭାଗିରଥି ବେରୁକ, ବୈଶାଖୁ ନାଏକ ମନୋନୀତ କରାଯାଇଥିବା ବେଳେ ବ୍ଲକ କୋର କମିଟି ସଦସ୍ୟ ଭାବେ ଜଗଦୀଶ ପୁଟା, ଜିତେନ୍ଦ୍ର ନାୟକ, ଭବାନୀ ବାରିକ, ଶିବରାମ ପ୍ରଧାନ, ଚନ୍ଦନ ସାହୁ, ପରମେଶ୍ୱର ନାଏକ, ପ୍ରଭାତୀ ନାଏକ ଙ୍କୁ ମନୋନୀତ କରାଯାଇଥିଲା।ଏହି ଅବସରରେ ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଆଦିତ୍ୟଙ୍କୁ କୁମାର ପଣ୍ଡା, ରମାକାନ୍ତ ସାହୁ ଏଲିମେଣ୍ଟାରି ସ୍କୁଲ ଆୱ୍ଵାଡ, ଉତ୍ତମ ପ୍ରଧାନ ଶିକ୍ଷକ ଆୱ୍ଵାଡ ପ୍ରାପ୍ତ ଶିକ୍ଷକ ଦୁଃଶାସନ ଦାସ ଓ ସୁରେନ୍ଦ୍ର ବିଶ୍ଵାଲଙ୍କ ସମେତ ଅରବିନ୍ଦ ଶବର, ପ୍ରମୋଦ କୁମାର ନାଗି,ମନୋଜ କୁମାର ସାହୁ,ବୈଶାଖୁ ନାଏକ,ବ୍ଲକ ସ୍ତରୀୟ ପ୍ରଥମ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟ ସାଧନା ପାଇଁ ବ୍ଲକ ପ୍ରଶାସନ ଦ୍ୱାରା ସମ୍ମାନୀତ ତପନ ଭୋଇ ଓ ଅର୍ଚନା ମିଶ୍ର ଙ୍କୁ ମଧ୍ୟ ସଂଘ ତରଫରୁ ସମ୍ଭାର୍ଦ୍ଧନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର କମିଟି ସଦସ୍ୟ ଅମରେନ୍ଦ୍ର ପଟନାୟକ,ଯୋଗେଶ୍ୱର ମିଶ୍ର,ଦିଲ୍ଲୀପ କୁମାର ଖାନସମା,ଶ୍ରୀନିବାସ ଅଚାରୀ,ତପନ ବେହେରା,ରମେଶ୍ୱର ନାଏକ,ଭବାନୀପାଟଣା ବ୍ଲକ ଉପସଭାପତି ବେଣୁଧର ବିଶ୍ୱାଳ ସମେତ ଲାଞ୍ଜିଗଡ଼ ବ୍ଳକ ୧୩ ଗୋଟି କ୍ଳଷ୍ଟରରୁ ଆସିଥିବା ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମଟିକୁ ବରିଷ୍ଠ ଶିକ୍ଷକ ତପନ ଭୋଇ ପରିଚାଳନା କରିଥିବାବେଳେ ଶେଷରେ ନବ ନିର୍ବାଚିତ ସଭାପତି ପ୍ରମୋଦ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
The post ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଦସ୍ୟଙ୍କ ସପଥ ଗ୍ରହଣ କାର୍ଯ୍ୟକ୍ରମ। appeared first on Odisha.News.